Captain Smit Machhar / ବିମାନରେ ମୃତ୍ୟୁର ଭୟ, ମୁହଁରେ ହନୁମାନ ଚାଳିଶା… PM ମୋଦିଙ୍କୁ ଭୟଙ୍କର କାହାଣୀ କହିଲେ ସ୍ମିତ୍ ମଚ୍ଛାର
·1 hour ago·3 min read

Key Points
‘ସମସ୍ତଙ୍କୁ ବଞ୍ଚାଇବାକୁ ହେବ’…
ଆକ୍ରମଣର ସେହି ଭୟଙ୍କର ମୁହୂର୍ତ୍ତ କହିଲେ କ୍ୟାପ୍ଟେନ ସ୍ମିତ
‘ହନୁମାନ ଚାଳିଶା ପଢ଼ୁଥିଲି, କାହାକୁ ମରିବାକୁ ଦେଇପାରିବିନି…’

ଆଖି ଆଗରେ ମୃତ୍ୟୁର ଭୟ, ଶରୀରରେ ଗଭୀର ଆଘାତ…ତଥାପି ହାର ମାନିନଥିଲେ ଭାରତୀୟ ପାଇଲଟ୍ କ୍ୟାପ୍ଟେନ ସ୍ମିତ ମଚ୍ଛାର । ନିଜ ଜୀବନ ବଞ୍ଚାଇବା ସହ ବିମାନରେ ଥିବା ଯାତ୍ରୀଙ୍କ ଜୀବନ ରକ୍ଷା ପାଇଁ ଶେଷ ଶକ୍ତି ପର୍ଯ୍ୟନ୍ତ ଲଢ଼ିଥିଲେ ସେ । ଏହି ସାହସିକ ଘଟଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କଲ୍ରେ କ୍ୟାପ୍ଟେନ ସ୍ମିତଙ୍କ ସହ କଥା ହୋଇ ତାଙ୍କ ସାହସ ଓ ଉପସ୍ଥିତ ବୁଦ୍ଧିର ପ୍ରଶଂସା କରିଛନ୍ତି ।
ଦୁବାଇରୁ ତେଲ ଅଭିଭ୍ ଯାଉଥିବା ଫ୍ଲାଇ ଦୁବାଇ ବିମାନରେ କୋ-ପାଇଲଟଙ୍କ ଆକ୍ରମଣରେ ଆହତ ଭାରତୀୟ ପାଇଲଟ୍ କ୍ୟାପ୍ଟେନ ସ୍ମିତ ମଚ୍ଛାରଙ୍କ ସହ ଭିଡିଓ କଲ୍ରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମୟରେ ପ୍ରଧାନମନ୍ତ୍ରୀ ତାଙ୍କ ସାହସ, ଉପସ୍ଥିତ ବୁଦ୍ଧି ଏବଂ ଦୁର୍ଘଟଣା ସମୟରେ ଧୈର୍ଯ୍ୟ ଧରି ରଖିବାର କ୍ଷମତାକୁ ପ୍ରଶଂସା କରିଥିଲେ । ସାରା ଦେଶ ତାଙ୍କ ପାଇଁ ପ୍ରାର୍ଥନା କରୁଛି ବୋଲି ମୋଦି କହିଥିଲେ ।
ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବା ବେଳେ କ୍ୟାପ୍ଟେନ ସ୍ମିତ ଭାବପ୍ରବଣ ହୋଇପଡ଼ିଥିଲେ । ସେ କହିଥିଲେ ଯେ ନରେନ୍ଦ୍ର ମୋଦି ତାଙ୍କ ଜୀବନର ସବୁଠାରୁ ବଡ଼ ଆଦର୍ଶ । ପ୍ରଧାନମନ୍ତ୍ରୀ ନିଜେ ଫୋନ୍ କରି ତାଙ୍କ ମନୋବଳ ବଢ଼ାଇବା ତାଙ୍କ ପାଇଁ ଅତ୍ୟନ୍ତ ଗର୍ବର ବିଷୟ । ଜୀବନରେ କେବେ ମୋଦିଙ୍କ ସହ କଥା ହେବାର ସୁଯୋଗ ମିଳିବ ବୋଲି ସେ ଭାବିନଥିଲେ ବୋଲି ମଧ୍ୟ ସ୍ମିତ କହିଥିଲେ ।
ଘଟଣାର ସେହି ଭୟଙ୍କର ମୁହୂର୍ତ୍ତ ବିଷୟରେ ମଧ୍ୟ ସ୍ମିତ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ । ଆକ୍ରମଣରେ ସେ ଗୁରୁତର ଭାବେ ଆହତ ହୋଇଥିଲେ । ତଥାପି ସେ ହାର ମାନିନଥିଲେ । ସେହି ସମୟରେ ତାଙ୍କ ମନରେ ଗୋଟିଏ କଥା ଥିଲା—ତାଙ୍କୁ ଉଠି କିଛି କରିବାକୁ ପଡ଼ିବ ।
ସ୍ମିତ କହିଥିଲେ, ସେ ତଳେ ପଡ଼ିଯାଇଥିଲେ । କିନ୍ତୁ ତାଙ୍କୁ ଅନୁଭବ ହୋଇଥିଲା ଯେ ଯଦି ସେ ନ ଉଠନ୍ତି, ତେବେ ତାଙ୍କ ଜୀବନ ଚାଲିଯାଇପାରେ । ସେ ୧୭ ବର୍ଷ ଧରି ବିମାନ ଉଡ଼ାଇ ଆସୁଛନ୍ତି ଏବଂ ଗତ ୧୧ ବର୍ଷ ଧରି କ୍ୟାପ୍ଟେନ ଭାବେ ଦାୟିତ୍ୱ ତୁଲାଇଛନ୍ତି । ତେଣୁ ଆଖି ବନ୍ଦ ଥିଲେ ମଧ୍ୟ ବିମାନରେ କ’ଣ ଘଟୁଛି, ତାହା ସେ ବୁଝିପାରୁଥିଲେ ।
ସେ କହିଥିଲେ ଯେ ତାଙ୍କୁ ଲାଗିଥିଲା, ଏହା ତାଙ୍କର ଶେଷ ପ୍ରୟାସ ହେବା ଦରକାର । ଏହାପରେ ସେ ନିଜକୁ ଉଠାଇ କକପିଟ୍ର ଦ୍ୱାର ଖୋଲିବାକୁ ଚେଷ୍ଟା କରିଥିଲେ । ଦ୍ୱାର ଖୋଲିବା ପରେ ଅନ୍ୟମାନେ ମଧ୍ୟ କକପିଟ୍ ଭିତରକୁ ପ୍ରବେଶ କରିଥିଲେ ।
ଏହି ଘଟଣାରେ କେବଳ ଜଣେ ନୁହେଁ, ବିମାନରେ ଥିବା ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ସ୍ତରରେ ଭୂମିକା ତୁଲାଇଥିଲେ ବୋଲି ସ୍ମିତ କହିଥିଲେ । ସେହି କଠିନ ସମୟରେ ତାଙ୍କୁ କ’ଣ କରିବାକୁ ହେବ, ସେ ବିଷୟରେ ସେ ସ୍ପଷ୍ଟ ଥିଲେ ଏବଂ ଶେଷ ପ୍ରୟାସ କରିବାକୁ ନିଷ୍ପତ୍ତି ନେଇଥିଲେ ।
ସ୍ମିତ ଆହୁରି କହିଥିଲେ ଯେ, ସେ ଯେତେବେଳେ କୌଣସି କଠିନ ପରିସ୍ଥିତିରେ ପଡ଼ନ୍ତି, ସେତେବେଳେ ହନୁମାନ ଚାଳିଶା ପାଠ କରନ୍ତି । ବିମାନରେ ସେହି ଭୟଙ୍କର ପରିସ୍ଥିତି ସମୟରେ ମଧ୍ୟ ସେ ହନୁମାନ ଚାଳିଶା ପଢ଼ୁଥିଲେ । ତାଙ୍କ ମନରେ କେବଳ ଗୋଟିଏ କଥା ଥିଲା—ସେ କାହାକୁ ମରିବାକୁ ଦେଇପାରିବେ ନାହିଁ । ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, ଭାରତୀୟମାନେ ଅନ୍ୟମାନଙ୍କ ଜୀବନ ନେବା ପାଇଁ ନୁହେଁ, ବରଂ ଅନ୍ୟମାନଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନକୁ ବିପଦରେ ପକାଇଥାନ୍ତି ।

#WATCH | PM Modi speaks with Flydubai Captain Smit Machchhar through a video call and praises his courage, presence of mind and composure in how he saved many lives
— ANI (@ANI) October 2, 2026
The PM says to Captain Smit, "The whole country is praying for you. Maha Mrityunjay Jaap is being done for you and… pic.twitter.com/TCj3NDqASp
ଘଟଣାର ସେହି ଭୟଙ୍କର ମୁହୂର୍ତ୍ତ ବିଷୟରେ ମଧ୍ୟ ସ୍ମିତ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ । ଆକ୍ରମଣରେ ସେ ଗୁରୁତର ଭାବେ ଆହତ ହୋଇଥିଲେ । ତଥାପି ସେ ହାର ମାନିନଥିଲେ । ସେହି ସମୟରେ ତାଙ୍କ ମନରେ ଗୋଟିଏ କଥା ଥିଲା—ତାଙ୍କୁ ଉଠି କିଛି କରିବାକୁ ପଡ଼ିବ ।
ସ୍ମିତ କହିଥିଲେ, ସେ ତଳେ ପଡ଼ିଯାଇଥିଲେ । କିନ୍ତୁ ତାଙ୍କୁ ଅନୁଭବ ହୋଇଥିଲା ଯେ ଯଦି ସେ ନ ଉଠନ୍ତି, ତେବେ ତାଙ୍କ ଜୀବନ ଚାଲିଯାଇପାରେ । ସେ ୧୭ ବର୍ଷ ଧରି ବିମାନ ଉଡ଼ାଇ ଆସୁଛନ୍ତି ଏବଂ ଗତ ୧୧ ବର୍ଷ ଧରି କ୍ୟାପ୍ଟେନ ଭାବେ ଦାୟିତ୍ୱ ତୁଲାଇଛନ୍ତି । ତେଣୁ ଆଖି ବନ୍ଦ ଥିଲେ ମଧ୍ୟ ବିମାନରେ କ’ଣ ଘଟୁଛି, ତାହା ସେ ବୁଝିପାରୁଥିଲେ ।
ସେ କହିଥିଲେ ଯେ ତାଙ୍କୁ ଲାଗିଥିଲା, ଏହା ତାଙ୍କର ଶେଷ ପ୍ରୟାସ ହେବା ଦରକାର । ଏହାପରେ ସେ ନିଜକୁ ଉଠାଇ କକପିଟ୍ର ଦ୍ୱାର ଖୋଲିବାକୁ ଚେଷ୍ଟା କରିଥିଲେ । ଦ୍ୱାର ଖୋଲିବା ପରେ ଅନ୍ୟମାନେ ମଧ୍ୟ କକପିଟ୍ ଭିତରକୁ ପ୍ରବେଶ କରିଥିଲେ ।
ଏହି ଘଟଣାରେ କେବଳ ଜଣେ ନୁହେଁ, ବିମାନରେ ଥିବା ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ସ୍ତରରେ ଭୂମିକା ତୁଲାଇଥିଲେ ବୋଲି ସ୍ମିତ କହିଥିଲେ । ସେହି କଠିନ ସମୟରେ ତାଙ୍କୁ କ’ଣ କରିବାକୁ ହେବ, ସେ ବିଷୟରେ ସେ ସ୍ପଷ୍ଟ ଥିଲେ ଏବଂ ଶେଷ ପ୍ରୟାସ କରିବାକୁ ନିଷ୍ପତ୍ତି ନେଇଥିଲେ ।
ସ୍ମିତ ଆହୁରି କହିଥିଲେ ଯେ, ସେ ଯେତେବେଳେ କୌଣସି କଠିନ ପରିସ୍ଥିତିରେ ପଡ଼ନ୍ତି, ସେତେବେଳେ ହନୁମାନ ଚାଳିଶା ପାଠ କରନ୍ତି । ବିମାନରେ ସେହି ଭୟଙ୍କର ପରିସ୍ଥିତି ସମୟରେ ମଧ୍ୟ ସେ ହନୁମାନ ଚାଳିଶା ପଢ଼ୁଥିଲେ । ତାଙ୍କ ମନରେ କେବଳ ଗୋଟିଏ କଥା ଥିଲା—ସେ କାହାକୁ ମରିବାକୁ ଦେଇପାରିବେ ନାହିଁ । ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, ଭାରତୀୟମାନେ ଅନ୍ୟମାନଙ୍କ ଜୀବନ ନେବା ପାଇଁ ନୁହେଁ, ବରଂ ଅନ୍ୟମାନଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନକୁ ବିପଦରେ ପକାଇଥାନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories