Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମାସିକ ଋତୁସ୍ରାବ ବାଧକ ନୁହେଁ, ଦରମା ଛୁଟି ନିୟମର ଆବଶ୍ୟକତା ନାହିଁ

National

ମାସିକ ଋତୁସ୍ରାବ ବାଧକ ନୁହେଁ, ଦରମା ଛୁଟି ନିୟମର ଆବଶ୍ୟକତା ନାହିଁ

Jitendra Dash
Browse all articles by Jitendra Dash
·2 years ago·1 min read
ମାସିକ ଋତୁସ୍ରାବ ବାଧକ ନୁହେଁ, ଦରମା ଛୁଟି ନିୟମର ଆବଶ୍ୟକତା ନାହିଁ

ଅର୍ଗସ ବ୍ୟୁରୋ : ‘ମାସିକ ଋତୁସ୍ରାବ ବାଧକ ନୁହେଁ, ଦରମା ଛୁଟି ନିୟମର ଆବଶ୍ୟକତା ନାହିଁ’ । ‘ମାସିକ ଋତୁସ୍ରାବ ମହିଳାଙ୍କ ଜୀବନର ଏକ ସ୍ୱାଭାବିକ ପ୍ରକ୍ରିୟା । ଏହାକୁ ଜୀବନର ବାଧକ ରୂପେ ବିବେଚନା କରିବା ଉଚିତ ନୁହେଁ । ତେଣୁ ଋତୁସ୍ରାବ ସମୟରେ ମହିଳା କର୍ମଚାରୀଙ୍କୁ ଛୁଟି ସହ ବାଧ୍ୟତାମୂଳକ ଦରମାର ଆବଶ୍ୟକତା ନାହିଁ ବୋଲି ରାଜ୍ୟ ସଭାରେ କହିଛନ୍ତି ମନ୍ତ୍ରୀ ସ୍ମୃତି ଇରାନୀଙ୍କ ।

ଅଧିକ ପଢନ୍ତୁ ଭାରତ ଖବର

କହିଛନ୍ତି, ଋତୁସ୍ରାବ ଏକ ଋତୁ ଚକ୍ର ଅଟେ, ଏହା ଅକ୍ଷମତା ନୁହେଁ । ଋତୁସ୍ରାବ ମହିଳାଙ୍କ ଜୀବନ ଯାତ୍ରାର ପ୍ରାକୃତିକ ଅଂଶ । ତେଣୁ ଏଥିପାଇଁ ଦରମା ସହିତ ଛୁଟି ପାଇଁ ଏକ ସ୍ୱତନ୍ତ୍ର ନିୟମ କରିବାର ଆବଶ୍ୟକତା ନାହିଁ । ଏପରି ପ୍ରସ୍ତାବ ଦେବା ଉଚିତ ନୁହେଁ ଯେଉଁଠାରେ ମହିଳାମାନେ ସମାନ ସୁଯୋଗରୁ ବଞ୍ଚିତ ହେବେ । ଦେଶରେ ଋତୁସ୍ରାବ ସ୍ୱଚ୍ଛତା ନୀତି ଉପର ଆରଜେଡି ସାଂସଦ ମନୋଜ କୁମାର ଝାଙ୍କ ପ୍ରଶ୍ନର ଉତର ସ୍ମୃତି ଇରାନୀ ରାଜ୍ୟସଭାରେ ଏହି କଥା କହିଛନ୍ତି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Smriti Irani opposes paid menstrual leave: Do women suffering painful symptoms need it? | Argus News