Smriti Mandhana Wedding Cancelled / ପଲାଶଙ୍କ ସହ ହେବନି ବାହାଘର, ସୋସିଆଲ ମିଡିଆରେ ସ୍ପଷ୍ଟ କଲେ ସ୍ମୃତି ମନ୍ଧାନା
·7 months ago·2 min read

Key Points
ସୋସିଆଲ ମିଡିଆରେ ସ୍ମୃତିଙ୍କ ବଡ଼ ଖୁଲାସା
ପଲାଶଙ୍କ ସହ ଭାଙ୍ଗିଲା ବାହାଘର
ଇନଷ୍ଟାଗ୍ରାମରେ ପୋଷ୍ଟ କରି କହିଦେଲେ କାରଣ
ପଲାଶଙ୍କ ସହ ଭାଙ୍ଗିଲା ବାହାଘର
ଇନଷ୍ଟାଗ୍ରାମରେ ପୋଷ୍ଟ କରି କହିଦେଲେ କାରଣ
ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟ୍ର ସ୍ମୃତି ମନ୍ଧାନା ଓ ପଲାଶ ମୁଚ୍ଛାଲଙ୍କ ବିବାହକୁ ନେଇ ଆସିଲା ବଡ଼ ଅପଡେଟ୍ । କିଛି ଦିନର ନୀରବତା ପରେ ଏହି ପ୍ରସଙ୍ଗକୁ ନେଇ ମୁହଁ ଖୋଲିଛନ୍ତି ସ୍ମୃତି । ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଉଭୟଙ୍କ ମଧ୍ୟରେ ବ୍ରେକଅପ୍ ହୋଇଥିବା ସେ ନିଶ୍ଚିତ କରିଛନ୍ତି । ଏହା ସହ ଏହି ବାହାଘର ଭାଙ୍ଗି ଯାଇଛି ବୋଲି ସେ ସ୍ପଷ୍ଟ କରିଛନ୍ତି ।
ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ସେ ଲେଖିଛନ୍ତି, "ଗତ କିଛି ସପ୍ତାହ ଧରି ମୋ ଜୀବନକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି । ମୁଁ ଭାବୁଛି ଯେ ଏହି ସମୟରେ ମୋ ପାଇଁ କହିବା ଗୁରୁତ୍ୱପୂର୍ଣ୍ଣ। ମୁଁ ଜଣେ ଅତ୍ୟନ୍ତ ବ୍ୟକ୍ତିଗତ ବ୍ୟକ୍ତି ଏବଂ ମୁଁ ମୋ ଜୀବନକୁ ସେହିପରି ରଖିବାକୁ ଚାହୁଁଛି। କିନ୍ତୁ ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ବିବାହ ବାତିଲ ହୋଇଯାଇଛି''।
ଏହା ସହିତ ସେ ଆହୁରି ଲେଖିଛନ୍ତି, "ମୁଁ ଏହି ମାମଲାକୁ ଏଠାରେ ହିଁ ଶେଷ କରୁଛି । ଆପଣମାନେ ମଧ୍ୟ ଏହି ବିଷୟକୁ ଏଠାରେ ସମାପ୍ତ କରିବାକୁ ଅନୁରୋଧ କରୁଛି । ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଏହି ସମୟରେ ଉଭୟ ପରିବାରର ଗୋପନୀୟତାକୁ ସମ୍ମାନ କରନ୍ତୁ। ଆମକୁ ଆଗକୁ ବଢ଼ିବାର ସୁଯୋଗ ଦିଅନ୍ତୁ। ମୁଁ ବିଶ୍ୱାସ କରେ ଯେ ଆମ ସମସ୍ତଙ୍କର ଏକ ମହାନ ଉଦ୍ଦେଶ୍ୟ ଅଛି ଏବଂ ମୋ ପାଇଁ ତାହା ସର୍ବଦା ସର୍ବୋଚ୍ଚ ସ୍ତରରେ ମୋ ଦେଶକୁ ପ୍ରତିନିଧିତ୍ୱ କରିବା । ମୁଁ ଯେପର୍ଯ୍ୟନ୍ତ ସମ୍ଭବ ଭାରତ ପାଇଁ ଖେଳିବି ଏବଂ ଟ୍ରଫି ଜିତିବା ଜାରି ରଖିବାକୁ ଆଶା କରୁଛି''।
ସୂଚନା ଅନୁସାରେ, ପଲାଶ ଏବଂ ସ୍ମୃତିଙ୍କ ବିବାହ ନଭେମ୍ବର ୨୩ ତାରିଖରେ ହେବାର ଥିଲା । ବିବାହ ପୂର୍ବରୁ ଉତ୍ସବ ଆରମ୍ଭ ହୋଇସାରିଥିଲା । ସୋସିଆଲ ମିଡିଆରେ ହଳଦୀ ଏବଂ ମେହେନ୍ଦୀ ଉତ୍ସବର ଫଟୋ ଭାଇରାଲ ହୋଇଥିଲା । କିନ୍ତୁ ହଠାତ୍ ସ୍ମୃତିଙ୍କ ବାପାଙ୍କ ସ୍ୱାସ୍ଥ୍ୟ ଖରାପ ହେବାର ଖବର ସାମ୍ନାକୁ ଆସିଥିଲା । ସ୍ମୃତିଙ୍କ ବାପାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯାହାଫଳରେ ସ୍ମୃତି ଏବଂ ପଲାଶଙ୍କ ବିବାହ ସ୍ଥଗିତ ରଖାଯାଇଥିଲା । ଆଉ ଏବେ ଏହି ବାହାଘର ଭାଙ୍ଗି ଯାଇଥିବା ସ୍ମୃତି ସୂଚନା ଦେଇଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories