UAE Ship Hijacking / ମାଛଧରାଳି ବେଶରେ ଆସିଲେ, UAE ଜାହାଜ ଲୁଟିନେଲେ! ପୁଣି ଫେରିଲେ ସୋମାଲି ଜଳଦସ୍ୟୁ
·Published on: 29 Nov 2026, 18:27:22 IST·2 min read

Key Points
ୟେମେନ ଉପକୂଳରୁ UAE ଭିତ୍ତିକ କମ୍ପାନୀର ମାଲବାହୀ ଜାହାଜ MV Marsa Virgoକୁ ସୋମାଲି ଜଳଦସ୍ୟୁ ଅପହରଣ କରିଛନ୍ତି। ମତ୍ସ୍ୟଜୀବୀ ବେଶରେ ଆସିଥିବା ୬ ଜଣ ବନ୍ଧୁକଧାରୀ ଏହି ଅପରେସନ୍ କରିଥିବା ସୂଚନା ମିଳିଛି। ହର୍ଣ୍ଣ ଅଫ୍ ଆଫ୍ରିକା ଅଞ୍ଚଳରେ ସାମୁଦ୍ରିକ ଡକାୟତି ବୃଦ୍ଧି ଚିନ୍ତା ବଢ଼ାଇଛି।
ବାଲହାଫ୍, ୟମେନ୍: ପୁଣି ଥରେ ଜାହାଜ ଅପହରଣ କରି ଚର୍ଚ୍ଚାକୁ ଆସିଛନ୍ତି ସୋମାଲିଆର ଜଳଦସ୍ୟୁ। ୟମେନ୍ ନିକଟରେ ସୋମାଲି ଜଳଦସ୍ୟୁ ଏକ ସଂଯୁକ୍ତ ଆରବ ଅମିରାତ (ୟୁଏଇ) ଜାହାଜକୁ ଅପହରଣ କରିଥିବାର ଖବର ଆସିଛି। ସୁରକ୍ଷା ଅଧିକାରୀ ଶନିବାର (ନଭେମ୍ବର ୨୮) ନ୍ୟୁଜ ଏଜେନ୍ସି AFP କୁ କହିଛନ୍ତି ଯେ ସୋମାଲି ଜଳଦସ୍ୟୁ ୟମେନ ଉପକୂଳରୁ ଏକ UAE ଜାହାଜକୁ ଅପହରଣ କରିଛନ୍ତି। ସେମାନେ ନିଜକୁ ମତ୍ସ୍ୟଜୀବୀ ବେଶରେ ଆସି ୟମେନ୍ ର ସୋମାଲି ସମ୍ପ୍ରଦାୟ ମଧ୍ୟରେ ଲୁଚି ରହିଥିଲେ।
କେଉଁଠାରେ କରିଥିଲେ ୟୁଏଇ ଜାହାଜକୁ ଅପହରଣ?
"ହର୍ଣ୍ଣ ଅଫ୍ ଆଫ୍ରିକା" (Horn of Africa) ନିକଟରେ ପୁନର୍ବାର ସାମୁଦ୍ରିକ ଡକାୟତି ଘଟଣା ବୃଦ୍ଧି ପାଇଛି। ଗତ ଅପ୍ରେଲ୍ ପର ଠାରୁ ଏଠାରେ ଅତି କମରେ ୧୬ ଆକ୍ରମଣ ହୋଇଛି। ଯାହା ଗତ ୨୦୧୩ ପରଠାରୁ ସର୍ବାଧିକ। ବ୍ରିଟିଶ ସାମୁଦ୍ରିକ ସଂସ୍ଥା UKMTO ରିପୋର୍ଟ ଅନୁସାରେ ଆକ୍ରମଣକାରୀ ୟମେନ୍ ର ବାଲହାଫ୍ (Balhaf Coast Yemen) ଠାରୁ ପ୍ରାୟ ୧୨୦ କିଲୋମିଟର ଦକ୍ଷିଣ-ପଶ୍ଚିମ ଦିଗରେ ଏକ ମାଲବାହୀ ଜାହାଜକୁ ଜବତ କରିଛନ୍ତି। ସୋମାଲିଆର ପୁଣ୍ଟଲ୍ୟାଣ୍ଡ ରାଜ୍ୟ (ଯାହା ସୋମାଲି ଜଳଦସ୍ୟୁଙ୍କ ମୁଖ୍ୟ କେନ୍ଦ୍ର) ର ୩ ଜଣ ସୁରକ୍ଷା ଅଧିକାରୀ AFP ସହ କଥାବାର୍ତ୍ତା କରିବା ବେଳେ କହିଛନ୍ତି ଯେ ଜାହାଜର ନା ହେଉଛି "ଏମମଭି ମାର୍ସା ଭିର୍ଗୋ" (MV Marsa Virgo)। ଯାହା ୟୁଏଇ (UAE) ଭିତ୍ତିକ "ମାର୍ସା ଓସିଆନ୍ ସିପିଂ" (Marsa Ocean Shipping Compnay) ନାମକ କମ୍ପାନୀ ଦ୍ୱାରା ପରିଚାଳିତ ହେଉଥିଲା। ଏହି ଜାହାଜରେ ପାନାମା ପତାକା (Panama Flag) ଲାଗିଥିଲା।
ଏହା ସହ ପଢନ୍ତୁ: ବଦଳିଲା ଇରାନ୍ ର ଆଭିମୁଖ୍ୟ; ସର୍ତ୍ତ ମାନିଲେ ୪୮ ଘଣ୍ଟାରେ ଖୋଲିବ ହର୍ମୁଜ୍ ପ୍ରଣାଳୀ
ୟମେନ ରେ ହୋଇଥିଲା ଆକ୍ରମଣ
ସୁରକ୍ଷା ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ଜାହାଜକୁ ପ୍ରାୟ ୬ ଜଣ ସୋମାଲି ବନ୍ଧୁକଧାରୀ ଅପହରଣ କରିଥିଲେ। ସେମାନେ ପୁଣ୍ଟଲ୍ୟାଣ୍ଡ ଠାରୁ ଏକ ମାଛ ଧରିବା ଡଙ୍ଗାରେ ଆଡେନ୍ ଉପସାଗର ପାର ହୋଇ ୟେମେନ୍ ଆସିଥିଲେ। ସୁରକ୍ଷା ଅଧିକାରୀ ସୋମାଲି ସମ୍ପ୍ରଦାୟର ସୂତ୍ର ମାଧ୍ୟମରେ ସେମାନଙ୍କ ଗତିବିଧି ଉପରେ ନଜର ରଖିଥିଲେ। ଯେଉଁମାନେ ନାମ ଗୋପନ ରଖିବା ସର୍ତ୍ତରେ AFP ସହିତ କଥା ହୋଇଥିଲେ। ସୁରକ୍ଷା ଅଧିକାରୀଙ୍କ କହିବା ଅନୁଯାୟୀ, ୟମେନ ଠାରେ ପହଞ୍ଚିବା ପରେ, ସନ୍ଦେହ ଏଡାଇବା ପାଇଁ ସେହି ୬ ଜଣ ଆକ୍ରମଣକାରୀ ଦକ୍ଷିଣ ୟମେନ୍ ରେ ରହୁଥିବା ସୋମାଲି ଶରଣାର୍ଥୀଙ୍କ ସହ ମିଶିଥିଲେ।
ଜଣେ ଅଧିକାରୀ କହିଛନ୍ତି ଯେ ସେମାନେ ସ୍ଥାନୀୟ ସୋମାଲି ଶରଣାର୍ଥୀଙ୍କ ଠାରୁ ଆକ୍ରମଣ ପାଇଁ ଅସ୍ତ୍ରଶସ୍ତ୍ର ପାଇଥିଲେ। ସେ କହିଛନ୍ତି ଯେ ଏହା ପ୍ରଥମ ଥର ହୋଇଛି, ଯେତେବେେ ସୋମାଲି ଜଳଦସ୍ୟୁ ୟେମନ୍ ଅଞ୍ଚଳରୁ ଆକ୍ରମଣ ଆରମ୍ଭ କରିଥିଲେ। ଜଣେ ଅଧିକାରୀ କହିଛନ୍ତି ଯେ ଏହି ଅଞ୍ଚଳରେ ଜଳଦସ୍ୟୁକୁ ପ୍ରୋତ୍ସାହିତ କରିବା ପାଇଁ ହୁଥି ବିଦ୍ରୋହୀଙ୍କୁ ଦାୟୀ କରିବା ଭୁଲ। ହୁଥି ଏକ ଇରାନ-ସମର୍ଥିତ ୟମେନି ଗୋଷ୍ଠୀ ଯିଏ ଲାଲ ସାଗର ଉପକୂଳକୁ ନିୟନ୍ତ୍ରଣ କରିଥାଏ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକାରୀ ଆହୁରି କହିଛନ୍ତି ଯେତେବେଳେ ସୋମାଲି ଜଳଦସ୍ୟୁ ୟମେନ୍ ଉପକୂଳରୁ କୌଣସି ଜାହାଜକୁ ଅପହରଣ କରିଥାନ୍ତି, ସେତେବେଳେ ଲୋକ ପ୍ରାୟତଃ ଏଥିପାଇଁ ହୁଥି ବିଦ୍ରୋହୀଙ୍କୁ ଇଙ୍ଗିତ କରନ୍ତି। ହେଲେ ବାସ୍ତବରେ, ପୁଣ୍ଟଲ୍ୟାଣ୍ଡ ଠାରେ ସ୍ଥାନୀୟ ସୋମାଲି ଶରଣାର୍ଥୀ ସମ୍ପ୍ରଦାୟ ମଧ୍ୟରେ କିଛି ଅପରାଧିକ ତତ୍ତ୍ୱ ଏହି ଜଳଦସ୍ୟୁଙ୍କୁ ସହାୟତା କରୁଛନ୍ତି। ଏହି ବ୍ୟକ୍ତିଙ୍କ ମଧ୍ୟରୁ ଅନେକଙ୍କ ପରିବାର କିମ୍ବା ବଂଶଗତ ସମ୍ପର୍କ ରହିଛି। ଉଭୟ ପକ୍ଷର ଲୋକ ପ୍ରାୟତଃ ଗରିବ।"