Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମଦ ପାଇଁ ମାଆକୁ ମାରି , ଲିଭର , କିଡନୀ ଖାଇଲା ପୁଅ

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ମଦ ପାଇଁ ମାଆକୁ ମାରି , ଲିଭର , କିଡନୀ ଖାଇଲା ପୁଅ

Key Points

  • ମଦ ପାଇଁ ଟଙ୍କା ଦେଲାନି ମାଆ
  • ରାଗରେ ମାଆକୁ ମାରିଦେଲା ପୁଅ
  • ମାରିବା ପରେ ମାଆର ଲିଭର, କିଡନୀ ଖାଇଲା ପୁଅ

 ଅର୍ଗସ ବ୍ୟୁରୋ :  ରାଗରେ ପ୍ରଥମେ ମାଆକୁ ମାରିଦେଲା ପୁଅ । ପରେ ମନ ଶାନ୍ତ ନହେବାରୁ ମାଆକୁ କାଟି ପିସ ପିସ କରି ମାଆର ଲିଭର, କିଡନୀ, ହାର୍ଟକୁ ରୋଷେଇ କରି ଖାଇଲା ପୁଅ। 
ନରଭକ୍ଷୀ ମଣିଷଙ୍କର ଅନେକ ଉଦାହରଣ ଆମେ ଦେଖିଛନ୍ତି । ଦିଲ୍ଲୀର ନିଠାରି କେସରେ ଛୁଆଙ୍କୁ ମାରି ଖାଉଥିବାର ସେ ଭୟାନକ ଘଟଣା ଆମେ ଶୁଣିଛନ୍ତି । ହେଲେ ନିଜର ଜନ୍ମ କରିଥିବା ମାଆକୁ ସାମାନ୍ୟ କଥାରେ ମାରି ମାଂସ ଖାଇବା ସତରେ ଅତ୍ୟନ୍ତ ଲୋମହର୍ଷଣ ଘଟଣା । ଏ ଘଟଣା ଶୁଣିବା ପରେ ଆପଣ ବି ଭାବିବେ ସତରେ କଣ ମଣିଷ ଏତେ କ୍ରୁର କେମିତି ହୋଇପାରିବ ।

ମହାରାଷ୍ଟ୍ର କୋହ୍ଲାପୁରର ସୁନିଲ କୋଚକୋରାଭି ନାମକ ଜଣେ ୩୫ ବର୍ଷୀୟ ବ୍ୟକ୍ତି ନିଜ ମାଆଙ୍କ ସେଠାରେ ରହୁଥିଲେ । ସେ ତାଙ୍କୁ ମାଆଙ୍କୁ ମଦ ପିଇବା ପାଇଁ ଟଙ୍କା ମାଗିଲେ । ଆଉ ତାଙ୍କ ମାଆ ଏମିତି ଶୁଣିବା ପରେ ଟଙ୍କା ଦେବାକୁ ମନା କରିଦେଲେ । ଯେଉଁଥିପାଇଁ ରାଗରେ ମାଆକୁ ହତ୍ୟା କରିଦେଲେ ସୁନିଲ । ପୁଣି ହତ୍ୟା କରି ସାରିବା ପରେ ନିଜ ମାଆକୁ ପିସ ପିସ କରି କାଟି ତାଙ୍କ ଭିତରର ଅଙ୍ଗ ଲିଭର, କିଡନୀ , ହାର୍ଟକୁ ବାହାର କରି ଲୁଣ ଲଙ୍କା ସହ ଖାଇବାକୁ ଲାଗିଥିଲେ । 

ପଡୋଶୀ ଏସବୁ ଦେଖିବା ପରେ ଯେତେବେଳେ ପୋଲିସକୁ ଖବର ଦେଇଥିଲେ , ପୋଲିସ ସୁନିଲଙ୍କୁ ରକ୍ତମୁଖା ଅବସ୍ଥାରୁ ହିଁ ଗିରଫ କରିଥିଲେ । ଏ ଘଟଣା ଥିଲା ୨୮ ଅଗଷ୍ଟ ୨୦୧୭ର। ଏହାପରେ ପୋଲିସ ଷ୍ଟେସନର ନିଜର ସବୁ ଭୁଲକୁ ନିଜ ମୁହଁରେ ହିଁ ମାନିଥଇଲା ସୁନିଲ । ଏହାପରେ ୨୦୨୧ରେ ସ୍ଥାନୀୟ ଅଦାଲତରେ ତାଙ୍କୁ ଫାଶୀର ସଜ୍ଜା ଶୁଣାଇଥିଲେ । ହେଲେ ସତେବେଳେ ମୁମ୍ବାଇ ହାଇକୋର୍ଟ ଏହା ବିରୋଧରେ ଏକ ଆବେଦନ କରିଥିଲେ । ୩ ବର୍ଷ ଯାଏଁ ଏହି କେସର ଶୁଣାଣି ଚାଲିଥଇଲା । ହେଲେ ଗତ ମଙ୍ଗଳବାର ଦିନ ମୁମ୍ବାଇ କୋର୍ଟ ମଧ୍ୟ ଫାଶୀ ଦେବାରେ ସହମ୍ମତି ପ୍ରକାଶ କରିଛି । ପୋଲିସ ଏହାକୁ ରେୟାରେଷ୍ଟ ଅଫ ରେୟାର କେସ୍ ବୋଲି କହିଛି । 
.

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Sponsored
Son killed mother for wine, ate liver, kidney | Argus News