Shocking Murder Incident / ରାଇଫଲରୁ ଗୁଳି କରି ବାପାକୁ ମାରିଦେଲା ପୁଅ, ମୃତଦେହକୁ ଖଣ୍ଡଖଣ୍ଡ କରି କାଟି ଡ୍ରମରେ ପୁରାଇଦେଲା...
·6 months ago·3 min read

Key Points
ଘଟଣାଟି ଶୁଣିଲେ ଆପଣଙ୍କ ଛାତି ନିଶ୍ଚିତ ଥରି ଉଠିବ। ଏଭଳି ଲୋମହର୍ଷଣକାରୀ ହତ୍ୟା ସେ ପୁଣି କରିଛି ନିଜ ପୁଅ। ପାଠପଢ଼ା ପାଇଁ ବାପାକୁ ଗୁଳି ମାରି ହତ୍ୟା କଲା ପୁଅ। ଖଣ୍ଡ ଖଣ୍ଡ କରି ଡ୍ରମ ଭିତରେ ପୁରାଇଲା।

ରିପୋର୍ଟ ଅନୁସାରେ, ଲକ୍ଷ୍ନୌରେ ଜଣେ ପାଥୋଲୋଜି ଲ୍ୟାବ୍ ମାଲିକଙ୍କ କୌଣସି ପତ୍ତା ମିଳୁନଥିଲା। ଏନେଇ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ପୋଲିସ ତନାଘନା ଆରମ୍ଭ କରିଥିଲା । ଶେଷରେ ବ୍ୟକ୍ତିଙ୍କ ମୃତଦେହକୁ ଘର ଭିତରେ ଥିବା ଏକ ନୀଳ ରଙ୍ଗର ଟାଙ୍କି ମଧ୍ୟରୁ ଉଦ୍ଧାର କରାଯାଇଛି । ପ୍ରାରମ୍ଭିକ ତଦନ୍ତରୁ ବାପା-ପୁଅଙ୍କ ମଧ୍ୟରେ କ୍ୟାରିଅର ଏବଂ ପାଠପଢାକୁ ନେଇ ଲାଗିଥିବା କଳହର ଏହା ପରିଣାମ ବୋଲି କୁହାଯାଉଛି ।
ରାଜଧାନୀ ଲକ୍ଷ୍ନୌରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ପର୍ଦ୍ଦାଫାସ ହୋଇଛି। ଆସିଆନା ପୋଲିସ ଷ୍ଟେସନ ଅଞ୍ଚଳରେ ଏକ ନୀଳ ଡ୍ରମ୍ ଭିତରେ ଜଣେ ବ୍ୟବସାୟୀଙ୍କ ମୃତଦେହ ଦୁଇ ଖଣ୍ଡ ହୋଇଯାଇଥିବା ଦେଖିବାକୁ ମିଳିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ବ୍ୟବସାୟୀ ମାନଭେନ୍ଦ୍ର ପ୍ରତାପ ସିଂହ ଫେବୃଆରୀ 20 ତାରିଖରୁ ନିଖୋଜ ଥିଲେ। ସେବେଠାରୁ ପୋଲିସ ତାଙ୍କୁ ଖୋଜୁଥିଲା। ହତ୍ୟାକାଣ୍ଡରେ ପୋଲିସ ମୃତକଙ୍କ ପୁଅ ଅକ୍ଷୟ ପ୍ରତାପ ସିଂହଙ୍କୁ ଅଟକ ରଖିଛି।
ବାପାର ରାଇଫଲରେ ପୁଅ ଫୁଟାଇଦେଲା ଗୁଳି
ପୋଲିସର କହିବାନୁସାରେ, ଫେବ୍ରୁଆରୀ ୨୦ ତାରିଖ ସକାଳେ ମାନବେନ୍ଦ୍ର ଏବଂ ପୁଅଙ୍କ ମଧ୍ୟରେ ପାଠପଢାକୁ ନେଇ ବଚସା ହୋଇଥିଲା । ପୁଅ ନିଟ୍ ପରୀକ୍ଷା ପାଇଁ ପଢାପଢି କରୁଥିଲେ । କିନ୍ତୁ ଠିକ୍ ଭାବେ ନପଢୁଥିବାରୁ ମାନବେନ୍ଦ୍ର ରାଗିଥିଲେ । ଏହାସହ ନିଜର ଲାଇସେନ୍ସପ୍ରାପ୍ତ ରାଇଫଲ ବାହାର କରି ପୁଅକୁ ଡରାଇବାକୁ ଚେଷ୍ଟା କରିତିଲେ । ତେବେ ପୁଅ ଶାନ୍ତ ହୋଇଯିବାରୁ ସେ ରାଇଫଲକୁ ରଖିଦେଇଥିଲେ । ଏହାର ଫାଇଦା ଉଠାଇ ପୁଅ ରାଇଫଲ ଆଣି ମାନବେନ୍ଦ୍ରଙ୍କୁ ଗୁଳି କରିଦେଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢ଼ନ୍ତୁ ଏହି ଖବର: ସ୍ଵାମୀ ନା ସୈତାନ ? ପ୍ରେମ ବିବାହରେ ଭରିଲାନି ମନ, ଯୌତୁକ ପାଇଁ ସୋସିଆଲ୍ ମିଡିଆରେ ସବୁ ସାରିଦେଲା
ଗୁଳି ମାରିବା ପରେ ୧୬ ବର୍ଷୀୟ ପୁଅ ଘରର ଉପର ମହଲାରୁ ତଳକୁ ଆସିଥିଲା । ଏହାସହ ନିଜ ଭଉଣୀକୁ ଧମକାଇଥିଲା । ସେ ପ୍ରତିଦିନ ଚାପ ଏବଂ କଳହରେ ଅଣନିଶ୍ୱାସୀ ହୋଇପଡିଥିଲେ । ତେଣୁ ସେ ବାପାକୁ ରାସ୍ତାରୁ ହଟାଇବାକୁ ବାଧ୍ୟ ହୋଇଥିଲେ । ଯଦି ଭଉଣୀ ଏକଥା ବାହାରେ କହେ ତେବେ ସେ ତାକୁ ମଧ୍ୟ ମାରିଦେବ ବୋଲି କହିଥିଲେ । ଭୟରେ ଭଉଣୀ କାହା ଆଗରେ ଏକଥା ମୁହଁ ଖୋଲିନଥିଲେ ।
ହତ୍ୟା ପରେ ପୁଅ ବାପାର ମୃତଦେହକୁ ଟିକଟିକ୍ କରି କାଟିଥିଲେ । କିଛି ଅଙ୍ଗକୁ ବାହାରେ ଫିଙ୍ଗିଥିଲେ ପୁଅ । ଶରୀରର ଅନ୍ୟ ଅଂଶକୁ ଘର ଭିତରେ ଲୁଚାଇ ପୁଅ ରଖିଥିଲେ । ପୋଲିସ ମୃତଦେହର ଅନେକ ଅଙ୍ଗକୁ ଉଦ୍ଧାର କରିଛି । ଆଉ କିଛି ଅଂଶ ଏବେବି ମିଳିନାହିଁ। ମାନବେନ୍ଦ୍ର ଚାରି ଦିନ ଧରି ଘରୁ ବାହାରକୁ ବାହାରିନଥିଲେ । ଯାହାକୁ ନେଇ ପଡୋସୀ ସନ୍ଦେହ କରିଥିଲେ । ପ୍ରଥମେ ଜଣେ ପଡୋସୀ ପୋଲିସକୁ କହିଥିଲେ । ପୋଲିସ ପୁଅକୁ ଏକଥା ପଚାରିଥିଲା। ବାପା ଆତ୍ମହତ୍ୟା କରିଥିଲା ପ୍ରଥମେ ପୁଅ ପ୍ରକାଶ କରିଥିଲେ । ପରେ ପୋଲିସ ଆଗରେ ସବୁ ସତ ମାନି ଯାଇଥିଲେ ।
ନିଜ ଦୋଷ ଲୁଚାଇବାକୁ ପୁଅ ପ୍ରଥମେ ମୃତଦେହକୁ କ୍ଷତବିକ୍ଷତ କରିଥିଲେ । ଏହାକୁ ଖଣ୍ଡ ଖଣ୍ଡ କରି ବିଭିନ୍ନ ଜାଗାରେ ପିଙ୍ଗିବାକୁ ଯୋଜନା କରିଥିଲେ । ଏବେ ଘଟଣାର ଫରେନସିକ୍ ଯାଞ୍ଚ୍ ଚାଲିଛି । ଆଗକୁ ଆହୁରି ତଥ୍ୟ ଏବଂ ପ୍ରମାଣ ହାସଲ ହେବ ବୋଲି ସ୍ଥାନୀୟ ପୋଲିସ କହିଛି।

Related Topics
Explore more stories