Parents First Flight / ସାକାର ହେଲା ପୁଅର ସ୍ବପ୍ନ, ପିତା-ମାତାଙ୍କୁ ପ୍ରଥମଥର ପାଇଁ କରାଇଲେ ବିମାନ ଯାତ୍ରା
·6 months ago·1 min read

Key Points
ସ୍ୱପ୍ନ ସାକାର କଲେ ବିଷ୍ଣୁ
ମାତା–ପିତାଙ୍କୁ ଦେଲେ ଜୀବନର ପ୍ରଥମ ଫ୍ଲାଇଟ୍
ମାତା–ପିତାଙ୍କୁ ଦେଲେ ଜୀବନର ପ୍ରଥମ ଫ୍ଲାଇଟ୍
ମାତା–ପିତାଙ୍କ ସ୍ୱପ୍ନ ପୂରଣ କରିବା ଅନେକ ସନ୍ତାନଙ୍କ ଜୀବନର ସବୁଠୁ ବଡ଼ ଲକ୍ଷ୍ୟ ରହିଥାଏ । ଆଉ ଏମିତି ଏକ ହୃଦୟସ୍ପର୍ଶୀ ଘଟଣା ଏବେ ସୋସିଆଲ ମିଡିଆରେ ଲୋକଙ୍କ ମନ ଜିତିଛି । ଜଣେ ଭାରତୀୟ ଯୁବକ ନିଜ ମାତା–ପିତାଙ୍କୁ ପ୍ରଥମଥର ପାଇଁ ବିମାନ ଯାତ୍ରା କରାଇଥିବା ଭିଡିଓ ଏବେ ଇନ୍ଷ୍ଟାଗ୍ରାମରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି ।
ଏହି ଭିଡିଓଟି ‘ବିଷ୍ଣୁ’ ନାମକ ଜଣେ ଯୁବକ ନିଜ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଭିଡିଓରେ ବିଷ୍ଣୁ ତାଙ୍କ ପିତାମାତାଙ୍କ ସହିତ ଇଣ୍ଡିଗୋ ବିମାନ ସମ୍ମୁଖରେ ଗର୍ବର ସହିତ ଠିଆ ହୋଇଥିବାର ଦେଖାଯାଉଛି । ପରେ, କ୍ଲିପ୍ରେ ସେମାନେ ବିମାନବନ୍ଦରରେ ଚାଲିବା ଏବଂ ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରୁଥିବାର ଦେଖାଯାଉଛି ।
ଆଉ ଏହି ଭିଡିଓରେ ଲେଖା ରହିଛି, “ପ୍ରତ୍ୟେକ ପୁଅର ସ୍ୱପ୍ନ, ଆଜି ପୂରଣ ହେଲା,” । ସେହିପରି ବିଷ୍ଣୁ କ୍ୟାପ୍ସନରେ ଲେଖିଛନ୍ତି, “ଶେଷରେ ସ୍ୱପ୍ନ ସାକାର ହେଲା ।” ମାତା–ପିତାଙ୍କ ମୁହଁରେ ଖୁସିର ହସ ଦର୍ଶକଙ୍କୁ ଭାବବିହ୍ବଳ କରିଦେଇଛି ।
ଅନେକ ଦର୍ଶକଙ୍କ ପାଇଁ ଭିଡିଓଟି ପିତାମାତାଙ୍କ ବର୍ଷ ବର୍ଷର କଠିନ ପରିଶ୍ରମ ଏବଂ ତ୍ୟାଗକୁ ପ୍ରତିନିଧିତ୍ୱ କରେ । ପିଲାମାନେ ସେମାନଙ୍କ ପିତାମାତାଙ୍କୁ କିଛି ବିଶେଷ ଦେଇ ଖୁସି କରିବାର ଇଚ୍ଛା ମଧ୍ୟ ପ୍ରକାଶ କରିଛନ୍ତି ।
ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜଣେ ୟୁଜର୍ସ କହିଛନ୍ତି, ଏହା ଗର୍ବର ମୁହୂର୍ତ୍ତ । ଏହା ଦେଖି ବହୁତ ଖୁସି ।" ସେହିପରି ଆଉ ଜଣେ ୟୁଜର୍ସ ଲେଖିଛନ୍ତି, "ଏହା ପ୍ରତ୍ୟେକ ମଧ୍ୟବିତ୍ତ ପରିବାରର ସ୍ୱପ୍ନ,"।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories