Videos
|
National

Sonam Wangchuk / ଲଦାଖ ହିଂସା ପରେ ବଡ଼ କାର୍ଯ୍ୟାନୁଷ୍ଠାନ, ଗିରଫ ହେଲେ ସୋନମ ଓ୍ବାଙ୍ଗଚୁକ୍

Santosh Kumar Sahoo
Browse all articles by Santosh Kumar Sahoo
·11 months ago·2 min read
ଲଦାଖ ହିଂସା ପରେ ବଡ଼ କାର୍ଯ୍ୟାନୁଷ୍ଠାନ, ଗିରଫ ହେଲେ ସୋନମ ଓ୍ବାଙ୍ଗଚୁକ୍

Key Points

ଲଦାଖ ହିଂସା ପରେ ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ । ଗିରଫ ହେଲେ ସୋନମ ଓ୍ବାଙ୍ଗଚୁକ୍ । ପୂର୍ବରୁ କେନ୍ଦ୍ର ସରକାର ଳଦାଖ ହିଂସା ପାଇଁ ଓ୍ବାଙ୍ଗଚକଙ୍କୁ ଦାୟୀ କରିଥିଲେ ।

କିଛି ଦିନ ପୂର୍ବରେ ଲଦାଖରେ ଘଟିଥିବା ହିଂସା ପରେ ପୋଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଲଦାଖରେ ସାମ୍ପ୍ରତିକ ହିଂସା ପରେ ପରିବେଶ କର୍ମୀ ସୋନମ ୱାଙ୍ଗଚୁକଙ୍କୁ ଶୁକ୍ରବାର ପୋଲିସ ଗିରଫ କରିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଲେହ ପୋଲିସ ସୋନମ ୱାଙ୍ଗଚୁକଙ୍କୁ ଜାତୀୟ ସୁରକ୍ଷା ଆଇନ (NSA) ଅଧୀନରେ ଗିରଫ କରିଛି । କିଛି ଦିନ ପୂର୍ବରୁ ଲଦାଖରେ ହିଂସାତ୍ମକ ପ୍ରତିବାଦରେ ଚାରି ଜଣ ଲୋକ ପ୍ରାଣ ହରାଇଥିଲେ ଏବଂ ୯୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିଲେ । ଲଦାଖକୁ ଷଷ୍ଠ ଅନୁସୂଚୀରେ ସାମିଲ କରିବା ଏବଂ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି କରି ଅନଶନ ସମୟରେ ୱାଙ୍ଗଚୁକ ଉତ୍ତେଜନାପୂର୍ଣ୍ଣ ବୟାନ ଦେଇ ଲୋକଙ୍କୁ ଉସୁକାଇଥିବା ଅଭିଯୋଗ ହୋଇଛି ।


ଗିରଫ ହେବାର ଗୋଟିଏ ଦିନ ପୂର୍ବରୁ ଗୃହ ମନ୍ତ୍ରଣାଳୟ ସୋନମ ୱାଙ୍ଗଚୁକଙ୍କ ଅଣ-ଲାଭକାରୀ ସଂଗଠନ ଷ୍ଟୁଡେଣ୍ଟସ୍ ଏଜୁକେସନାଲ୍ ଆଣ୍ଡ୍ କଲଚରାଲ୍ ମୁଭମେଣ୍ଟ୍ ଅଫ୍ ଲଦାଖ (SECMOL), FCRA, ୨୦୧୦ ଅଧୀନରେ ବିଦେଶୀ ପୁଞ୍ଜି ଗ୍ରହଣ କରିବା ପାଇଁ ଥିବା ପଞ୍ଜିକରଣକୁ ରଦ୍ଦ କରିଥିଲେ ।

ଅଧିକ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନାରେ ମହିଳାଙ୍କୁ ମିଳିବ ୧୦ ହଜାର

ସେପଟେ ଲଦାଖ ଲେଫ୍ଟନାଣ୍ଟ ଗଭର୍ଣ୍ଣର କବିନ୍ଦର ଗୁପ୍ତା କହିଛନ୍ତି ଯେ ପରିସ୍ଥିତିରେ ଉନ୍ନତି ଆସିଛି ଏବଂ ଶୀଘ୍ର ସବୁକିଛି ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି। ଏଠାରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ଅସ୍ଥାୟୀ ଭାବରେ ବନ୍ଦ କରାଯାଇଛି ଏବଂ BNS ଧାରା ୧୬୩ ଲାଗୁ କରାଯାଇଛି । ଆମେ ନିଶ୍ଚିତ ଯେ ଗୋଟିଏ କିମ୍ବା ଦୁଇ ଦିନ ମଧ୍ୟରେ ପରିସ୍ଥିତି ସ୍ୱାଭାବିକ ହୋଇଯିବ । ଲଦାଖର ପରମ୍ପରା ଏବଂ ପରିବେଶକୁ ନଷ୍ଟ ହେବାକୁ ଦିଆଯିବ ନାହିଁ । ସୋନମ ୱାଙ୍ଗଚୁକଙ୍କ ସଂଗଠନ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କବିନ୍ଦର ଗୁପ୍ତା କହିଛନ୍ତି ଯେ ପ୍ରମାଣ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଏବଂ ଏପରି ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସ୍ୱାଭାବିକ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସୋନମ ୱାଙ୍ଗଚୁକଙ୍କ ସହ ଜଡିତ ସଂଗଠନର ଲାଇସେନ୍ସ ବାତିଲ


ବିଦେଶୀ ଶକ୍ତିଙ୍କ ଦ୍ୱାରା କଥିତ ହସ୍ତକ୍ଷେପ ସମ୍ପର୍କରେ ଉଲ୍ଲେଖ କରି ଉପରାଜ୍ୟପାଳ ଆହୁରି କହିଛନ୍ତି ଯେ କିଛି ନାମ ସାମ୍ନାକୁ ଆସିଛି, ଯାହା ନିଶ୍ଚିତ ହୋଇଛି ଏବଂ ସେମାନଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ତଦନ୍ତ ଚାଲିଛି। ସେ କହିଛନ୍ତି ଯେ ଆମେ କେବଳ ଚାହୁଁଛୁ ଯେ ଲଦାଖର ପରିସ୍ଥିତି ସ୍ୱାଭାବିକ ହେଉ । ଯଦି କିଛି ଲୋକ ଏଠାରେ ପରିସ୍ଥିତିକୁ ବିପର୍ଯ୍ୟସ୍ତ କରିବାକୁ ଚେଷ୍ଟା କରନ୍ତି, ତେବେ ସେମାନଙ୍କର ପ୍ରୟାସକୁ ବିଫଳ କରାଯିବ । ଲଦାଖରେ ବିରୋଧ ପ୍ରଦର୍ଶନ ମଧ୍ୟରେ, କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଗୁରୁବାର ସୋନମ ୱାଙ୍ଗଚୁକଙ୍କ ସହ ଜଡିତ ସଂଗଠନ ଷ୍ଟୁଡେଣ୍ଟସ୍ ଏଜୁକେସନାଲ୍ ଆଣ୍ଡ୍ କଲଚରାଲ୍ ମୁଭମେଣ୍ଟ୍ ଅଫ୍ ଲଦାଖ (SECMOL)ର FCRA ଲାଇସେନ୍ସ ବାତିଲ କରିବା ପାଇଁ ଏକ ନିର୍ଦ୍ଦେଶ ଜାରି କରିଛନ୍ତି ।

Related Topics

Explore more stories

Sonam Wangchuk Arrested Under NSA After Ladakh Violence | Argus News