Sonam Wangchuk Hunger Strike / ୨୬ ଦିନ ପରେ ଅନଶମ ଭାଙ୍ଗିଲେ ସୋନମ ୱାଙ୍ଗଚୁକ, ୨ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଗ୍ରହଣ କଲେ ଜଳ
·46 mins ago·2 min read

Key Points
୨୬ ଦିନ ପରେ ଅନଶନ ଭାଙ୍ଗିଲେ ସୋନମ୍ ୱାଙ୍ଗଚୁକ୍
ଜେପି ନଡ୍ଡା ଓ ଜିତେନ୍ଦ୍ର ସିଂହଙ୍କ ଉପସ୍ଥିତିରେ ପିଇଲେ ଜଳ
ସୋସିଆଲ୍ ମିଡିଆ ଏକ୍ସରେ ସୂଚନା ଦେଲେ ସୋନମ୍ ୱାଙ୍ଗଚୁକ୍

ପରିବେଶବିତ୍ ତଥା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ଦୀର୍ଘ ୨୬ ଦିନ ପରେ ଆଜି ବିଳମ୍ବିତ ରାତିରେ ନିଜର ଅନଶନ ଭାଙ୍ଗିଛନ୍ତି । ନୂଆଦିଲ୍ଲୀରେ NEET ପେପର ଲିକ୍ ବିବାଦ ଏବଂ ଶିକ୍ଷା ସଂସ୍କାର ଦାବିରେ ଚାଲିଥିବା ଛାତ୍ର ଆନ୍ଦୋଳନକୁ ସମର୍ଥନ ଜଣାଇ ସେ ଗତ ଜୁନ୍ ୨୮ରୁ ଅନଶନରେ ବସିଥିଲେ । ଗୁରଗ୍ରାମର ମେଦାନ୍ତ ହସ୍ପିଟାଲରେ କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ଏବଂ ଜିତେନ୍ଦ୍ର ସିଂହଙ୍କ ସହ ଦୀର୍ଘ ଆଲୋଚନା ଓ ସରକାରଙ୍କ ଲିଖିତ ପ୍ରତିଶ୍ରୁତି ପରେ ସେ ଜଳ ଗ୍ରହଣ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ସୋନମଙ୍କ ସମ୍ମୁଖରେ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଆନ୍ଦୋଳନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବନି । ସଂସଦ ମାର୍ଚ୍ଚ ଏବଂ ଜନ୍ତରମନ୍ତରରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିଥିବା କୌଣସି ବି ଯୁବକ କିମ୍ବା ଛାତ୍ରଙ୍କ ବିରୋଧରେ ସରକାର କୌଣସି ଆଇନଗତ ବା ପ୍ରତିଶୋଧମୂଳକ ମାମଲା ରୁଜୁ କରିବେ ନାହିଁ । ଏହା ସହିତ NEET ପେପର ଲିକ୍ ଯୋଗୁଁ ମାନସିକ ଚାପରେ ଆତ୍ମହତ୍ୟା କରିଥିବା ପରୀକ୍ଷାର୍ଥୀଙ୍କ ପରିବାରକୁ ଉପଯୁକ୍ତ ସରକାରୀ କ୍ଷତିପୂରଣ ଦେବାକୁ ସରକାର ସକାରାତ୍ମକ ବିଚାର କରୁଛନ୍ତି । ପରୀକ୍ଷା ପ୍ରଣାଳୀରେ ସଂସ୍କାର ପାଇଁ ସରକାର ସଂସଦରେ କଠୋର ବିଲ୍ ଆଣିବା ସହ ଫାଷ୍ଟ-ଟ୍ରାକ୍ କୋର୍ଟ ଗଠନ କରୁଛନ୍ତି ।
ସେହିପରି ଅନଶନ ଭଙ୍ଗ କରିବା ପରେ ସୋନମ ୱାଙ୍ଗଚୁକ କହିଛନ୍ତି "ଦେଶରେ ହିଂସା ଏଡ଼ାଇବାକୁ ସେ ଏହି ନିଷ୍ପତ୍ତି ନେଇଛନ୍ତି । ସେ ଦେଶର ଯୁବପିଢ଼ି ଓ ସମର୍ଥକମାନଙ୍କୁ ସମ୍ପୂର୍ଣ୍ଣ ଶାନ୍ତି ବଜାୟ ରଖିବାକୁ ଅପିଲ୍ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋନମଙ୍କ ସ୍ବାସ୍ଥ୍ୟ ପାଇଁ ପ୍ରାର୍ଥନା କରିବା ସହ ଡାକ୍ତରଙ୍କ ପରାମର୍ଶ ମାନି ଶୀଘ୍ର ସୁସ୍ଥ ହେବାକୁ ସୋସିଆଲ ମିଡିଆରେ ଅନୁରୋଧ କରିଛନ୍ତି ।
ସେପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଘୋଷଣା ପରେ କେନ୍ଦ୍ର ସରକାର ଓ ନ୍ୟାୟପାଳିକା ପକ୍ଷରୁ ଏହି ତ୍ବରିତ ପଦକ୍ଷେପ ନିଆଯାଇଛି । ଦିଲ୍ଲୀର ରାଉଜ୍ ଏଭେନ୍ୟୁ କୋର୍ଟ ପରିସରରେ ଏହି ସ୍ବତନ୍ତ୍ର ଫାଷ୍ଟ ଟ୍ରାକ୍ କୋର୍ଟ ପ୍ରତିଷ୍ଠା କରାଯିବ । ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତିସ୍ ହଜାରୀ କୋର୍ଟର ମିଡିଏସନ୍ ସେଣ୍ଟର ଇନଚାର୍ଜ ଜଜ୍ ଅନୁ ଗ୍ରୋଭର ବାଲିଗାଙ୍କୁ ରାଉଜ୍ ଏଭେନ୍ୟୁ କୋର୍ଟର ସ୍ୱତନ୍ତ୍ର ଜଜ୍ ଭାବେ ବଦଳି କରାଯାଇଛି ।
ପେପର ଲିକ୍ ଏବଂ ପରୀକ୍ଷା ଅନିୟମିତତା ସହ ଜଡ଼ିତ ସମସ୍ତ ଗୁରୁତର ମାମଲାର ଦ୍ରୁତ ଶୁଣାଣି ଓ ବିଚାର କରିବା ଦାୟିତ୍ବ ସେ ସମ୍ଭାଳିବେ । ଏହି କୋର୍ଟ 'ସାଧାରଣ ପରୀକ୍ଷା ଅଧିନିୟମ, ୨୦୨୪' ଅଧୀନରେ ଆସୁଥିବା ଅପରାଧଗୁଡ଼ିକର ତୁରନ୍ତ ଫୈସଲା କରିବେ, ଯାହା ଫଳରେ ଅପରାଧୀଙ୍କୁ ଶୀଘ୍ର ଦଣ୍ଡ ମିଳିପାରିବ । ଏହି ନିଷ୍ପତ୍ତି ପରେ ପରୀକ୍ଷା ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆହୁରି ଦ୍ରୁତ ହେବ ବୋଲି ଆଶା କରାଯାଉଛି ।
Just now in the presence of Union Ministers Sh. JP Nadda, Dr. Jitendra Singh and the senior leaders of Apex Body of Leh Ladakh I finally broke my fast after 26 days. Earlier 65 members of parliament from different political parties had visited or signed letters urging me to break… pic.twitter.com/RFCet7Oksy
— Sonam Wangchuk (@Wangchuk66) July 23, 2026
କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ସୋନମଙ୍କ ସମ୍ମୁଖରେ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଆନ୍ଦୋଳନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବନି । ସଂସଦ ମାର୍ଚ୍ଚ ଏବଂ ଜନ୍ତରମନ୍ତରରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିଥିବା କୌଣସି ବି ଯୁବକ କିମ୍ବା ଛାତ୍ରଙ୍କ ବିରୋଧରେ ସରକାର କୌଣସି ଆଇନଗତ ବା ପ୍ରତିଶୋଧମୂଳକ ମାମଲା ରୁଜୁ କରିବେ ନାହିଁ । ଏହା ସହିତ NEET ପେପର ଲିକ୍ ଯୋଗୁଁ ମାନସିକ ଚାପରେ ଆତ୍ମହତ୍ୟା କରିଥିବା ପରୀକ୍ଷାର୍ଥୀଙ୍କ ପରିବାରକୁ ଉପଯୁକ୍ତ ସରକାରୀ କ୍ଷତିପୂରଣ ଦେବାକୁ ସରକାର ସକାରାତ୍ମକ ବିଚାର କରୁଛନ୍ତି । ପରୀକ୍ଷା ପ୍ରଣାଳୀରେ ସଂସ୍କାର ପାଇଁ ସରକାର ସଂସଦରେ କଠୋର ବିଲ୍ ଆଣିବା ସହ ଫାଷ୍ଟ-ଟ୍ରାକ୍ କୋର୍ଟ ଗଠନ କରୁଛନ୍ତି ।
Activist Sonam Wangchuk ends hunger strike in presence of Union Ministers J.P. Nadda and Jitendra Singh. pic.twitter.com/AEc5AGs8fo
— All India Radio News (@airnewsalerts) July 23, 2026
ସେହିପରି ଅନଶନ ଭଙ୍ଗ କରିବା ପରେ ସୋନମ ୱାଙ୍ଗଚୁକ କହିଛନ୍ତି "ଦେଶରେ ହିଂସା ଏଡ଼ାଇବାକୁ ସେ ଏହି ନିଷ୍ପତ୍ତି ନେଇଛନ୍ତି । ସେ ଦେଶର ଯୁବପିଢ଼ି ଓ ସମର୍ଥକମାନଙ୍କୁ ସମ୍ପୂର୍ଣ୍ଣ ଶାନ୍ତି ବଜାୟ ରଖିବାକୁ ଅପିଲ୍ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋନମଙ୍କ ସ୍ବାସ୍ଥ୍ୟ ପାଇଁ ପ୍ରାର୍ଥନା କରିବା ସହ ଡାକ୍ତରଙ୍କ ପରାମର୍ଶ ମାନି ଶୀଘ୍ର ସୁସ୍ଥ ହେବାକୁ ସୋସିଆଲ ମିଡିଆରେ ଅନୁରୋଧ କରିଛନ୍ତି ।
ସେପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଘୋଷଣା ପରେ କେନ୍ଦ୍ର ସରକାର ଓ ନ୍ୟାୟପାଳିକା ପକ୍ଷରୁ ଏହି ତ୍ବରିତ ପଦକ୍ଷେପ ନିଆଯାଇଛି । ଦିଲ୍ଲୀର ରାଉଜ୍ ଏଭେନ୍ୟୁ କୋର୍ଟ ପରିସରରେ ଏହି ସ୍ବତନ୍ତ୍ର ଫାଷ୍ଟ ଟ୍ରାକ୍ କୋର୍ଟ ପ୍ରତିଷ୍ଠା କରାଯିବ । ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତିସ୍ ହଜାରୀ କୋର୍ଟର ମିଡିଏସନ୍ ସେଣ୍ଟର ଇନଚାର୍ଜ ଜଜ୍ ଅନୁ ଗ୍ରୋଭର ବାଲିଗାଙ୍କୁ ରାଉଜ୍ ଏଭେନ୍ୟୁ କୋର୍ଟର ସ୍ୱତନ୍ତ୍ର ଜଜ୍ ଭାବେ ବଦଳି କରାଯାଇଛି ।
ପେପର ଲିକ୍ ଏବଂ ପରୀକ୍ଷା ଅନିୟମିତତା ସହ ଜଡ଼ିତ ସମସ୍ତ ଗୁରୁତର ମାମଲାର ଦ୍ରୁତ ଶୁଣାଣି ଓ ବିଚାର କରିବା ଦାୟିତ୍ବ ସେ ସମ୍ଭାଳିବେ । ଏହି କୋର୍ଟ 'ସାଧାରଣ ପରୀକ୍ଷା ଅଧିନିୟମ, ୨୦୨୪' ଅଧୀନରେ ଆସୁଥିବା ଅପରାଧଗୁଡ଼ିକର ତୁରନ୍ତ ଫୈସଲା କରିବେ, ଯାହା ଫଳରେ ଅପରାଧୀଙ୍କୁ ଶୀଘ୍ର ଦଣ୍ଡ ମିଳିପାରିବ । ଏହି ନିଷ୍ପତ୍ତି ପରେ ପରୀକ୍ଷା ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆହୁରି ଦ୍ରୁତ ହେବ ବୋଲି ଆଶା କରାଯାଉଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories