Videos
|
National

Sonam Wangchuk / ମୋଦିଙ୍କ କାମକୁ ସୋନମ୍ ୱାଙ୍ଗଚୁକଙ୍କ ପ୍ରଶଂସା; ବନ୍ଦେ ଭାରତରେ ଯାତ୍ରା ପରେ ଏମିତି କହିଲେ

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ମୋଦିଙ୍କ କାମକୁ ସୋନମ୍ ୱାଙ୍ଗଚୁକଙ୍କ ପ୍ରଶଂସା; ବନ୍ଦେ ଭାରତରେ ଯାତ୍ରା ପରେ ଏମିତି କହିଲେ
Sonam Wangchuk

Key Points

ମୋଦିଙ୍କ କାମର ଫ୍ୟାନ୍ ହେଲେ ସୋନମ୍
ବନ୍ଦେ ଭାରତରେ ଯାତ୍ରା କରି ଲଦାଖ ଗଲେ
ଯାତ୍ରା ବେଳେ ଭିଡିଓ ସେୟାର କରି ଏମିତି କହିଲେ
 
ନୂଆଦିଲ୍ଲୀ: ସୋନମ୍ ୱାଙ୍ଗଚୁକ୍ ଲଦାଖ ଫେରିଯାଇଛନ୍ତି । ଦିଲ୍ଲୀର ଜନ୍ତର ମନ୍ତରଠାରେ ଲଗାତାର ୨୬ ଦିନ ଅନଶନ କରି ଏବେ ସୁସ୍ଥ ହୋଇ ସେ ନିଜ ଘରକୁ ଫେରିଛନ୍ତି । ଦିଲ୍ଲୀର ଶ୍ରୀନଗର ଫେରିବା ବେଳେ ସେ ବନ୍ଦେ ଭାରତ ଟ୍ରେନ ଯାତ୍ରାକୁ ବେଶ ଉପଭୋଗ କରିଛନ୍ତି । ଟ୍ରେନରେ ଯାତ୍ରା ତାଙ୍କର ସବୁଠୁ ପସନ୍ଦର ଯାତ୍ରା ହୋଇଥିବାବେଳେ ସେ ମୋଦି ସରକାରଙ୍କ ପ୍ରତିଶ୍ରୁତିକୁ ନେଇ ଗର୍ବିତ ବୋଲି ଏକ ଭିଡିଓ ସେୟାର କରି ନିଜ ସୋସିଆଲ ମିଡିଆ ସାଇଟରେ ଲେଖିଛନ୍ତି ।

ଚିନାବ ନଦୀ ଉପରେ ଦୁନିଆର ସବୁଠୁ ଉଚ୍ଚ ରେଲୱେ ଲାଇନକୁ ନେଇ ସେ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ଭାରତୀୟ ରେଳବାଇ ଓ ବନ୍ଦେ ଭାରତ ଟ୍ରେନର ପ୍ରଶଂସା କରିଛନ୍ତି । ଏହି ଭିଡିଓରେ ସେ ଭାରତ ସରକାରଙ୍କ ପ୍ରତିଶ୍ରୁତି ଓ କାମକୁ ମଧ୍ୟ ବେଶ ପସନ୍ଦ କରିଛନ୍ତି । ସୋନମ୍ ୱାଙ୍ଗଚୁକ ଭିଡିଓରେ କହିଛନ୍ତି, "ମୁଁ ଟ୍ରେନରେ ଯାତ୍ରା କରିବାକୁ ବେଶ ପସନ୍ଦ କରେ । ମାତ୍ର ବନ୍ଦେ ଭାରତରେ ଯାତ୍ରା କରିବା ବାସ୍ତବରେ ଏକ ନିଆରା ଅନୁଭବ ପ୍ରଦାନ କରୁଛି ।" ସାମାଜିକ କର୍ମୀ ସୋନମ୍ ଭିଡିଓରେ ଭାରତୀୟ ରେଳବାଇ ଓ ଇଞ୍ଜିନିୟରଙ୍କର ମଧ୍ୟ ପ୍ରଶଂସା କରିଛନ୍ତି ।

  • ଭାରତ ସରକାରଙ୍କୁ ବି ପ୍ରଶଂସା କଲେ
ସେ ନିଜ ଭିଡିଓ ପୋଷ୍ଟରେ କହିଛନ୍ତି, "ଭାରତୀୟ ରେଳବାଇକୁ ନେଇ ମୁଁ ବେଶ ଗର୍ବିତ । ବିଶେଷ କରି ମୋତେ ଚିନାବ ନଦୀ ଉପରେ ନିର୍ମିତ ବିଶ୍ଵର ସର୍ବୋଚ୍ଚ ରେଲୱେ ବ୍ରିଜକୁ ଦେଖିବାର ଇଚ୍ଛା ଥିଲା । ବନ୍ଦେ ଭାରତ ଟ୍ରେନ ଜରିଆରେ ଏହି ପୋଲ ଉପରେ ଯାତ୍ରା କରିବାର ଅନୁଭବ ସତରେ ନିଆରା ଓ ଚମତ୍କାର । ଏପରି ବଡ଼ ଭିତ୍ତିଭୂମି ପ୍ରକଳ୍ପ ଦେଶର ପ୍ରଯୁକ୍ତିବିଦ୍ୟାର ପ୍ରଗତି ଓ ଯୋଗାଯୋଗକୁ ଦର୍ଶାଇଥାଏ । ଭାରତ ସରକାରଙ୍କ ପ୍ରତିଶ୍ରୁତି ନେଇ ମୁଁ ମଧ୍ୟ ଗର୍ବିତ ।"

ପଢନ୍ତୁ ଏହି ଖବର: ତତ୍କାଳ ଟିକେଟ୍ ପାଇଁ ନୂଆ ନିୟମ, ଏସି ପାଇଁ ୧୦ ଟି ଟୋକନ୍, ସ୍ଲିପର ପାଇଁ ୧୫ଟି ଟୋକନ୍ ଦିଆଯିବ

  • ଚିନାବ ନଦୀ ଉପରେ ସର୍ବୋଚ୍ଚ ରେଲୱେ ବ୍ରିଜ୍
ଜମ୍ମୁ ଓ କାଶ୍ମୀରର ରିଆସି ଜିଲ୍ଲାରେ ଚେନାବ ନଦୀ ଉପରେ ନିର୍ମିତ ଚେନାବ ରେଳସେତୁ ହେଉଛି ବିଶ୍ୱର ସର୍ବୋଚ୍ଚ ରେଳ ବ୍ରିଜ୍ । ଏହା ନଦୀଶଯ୍ୟାରୁ ୩୫୯ ମିଟର ଉଚ୍ଚତାରେ ଅଛି, ଯାହା ପ୍ୟାରିସର ଆଇଫେଲ୍ ଠାରୁ ମଧ୍ୟ ଅଧିକ ଉଚ୍ଚ । ଏହି ପୋଲ ଘଣ୍ଟା ପ୍ରତି ୨୬୬ କିଲୋମିଟର ବେଗର ପବନ ଓ ରିକ୍ଟର ସ୍କେଲରେ ତୀବ୍ରତା ୮ ପର୍ଯ୍ୟନ୍ତ ଭୂମିକମ୍ପ ସହ୍ୟ କରିପାରିବ । ବନ୍ଦେ ଭାରତ ଏକ୍ସପ୍ରେସ (ନୂଆଦିଲ୍ଲୀ-ଶ୍ରୀନଗର) ଭାରତୀୟ ରେଳବାଇର ସବୁଠୁ ମହତ୍ତ୍ଵାକାଂକ୍ଷୀ ରେଳ ପ୍ରକଳ୍ପ ମଧ୍ୟରୁ ଅନ୍ୟତମ । ସଡ଼କ ମାର୍ଗରେ ଯାତ୍ରା କରିବା ସମୟରେ ଯେଉଁଠି ପୂର୍ବରୁ ୭ରୁ ୧୦ ଘଣ୍ଟା ସମୟ ଲାଗୁଥିଲା, ଏବେ ଜମ୍ମୁରୁ ଶ୍ରୀନଗରର ଦୂରତା ୩.୫ ଘଣ୍ଟା ହ୍ରାସ ପାଉଥିବାବେଳେ ଦିଲ୍ଲୀରୁ ଶ୍ରୀନଗର ଯାତ୍ରା ୧୩ ଘଣ୍ଟା କମିଯାଉଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: