Videos
|
National

Sonarika Revelation / ବଡ଼ ଖୁଲାସା କଲେ ସୋନାରିକା, କହିଲେ ମ୍ୟାନେଜର ମୋତେ...

Bikash Mohanty
Browse all articles by Bikash Mohanty
·49 mins ago·2 min read
ବଡ଼ ଖୁଲାସା କଲେ ସୋନାରିକା, କହିଲେ  ମ୍ୟାନେଜର ମୋତେ...
Sonarika

Key Points

ବଡ଼ ଖୁଲାସା କଲେ ସୋନାରିକା ଭଦୋରିଆ 
୧୦ ବର୍ଷ ବୟସରେ ସେ ଯୌନ ନିର୍ଯାତନାର ଶିକାର ହୋଇଥିଲେ
ଟେଲିଭିଜନ୍ ଦୁନିଆର ଲୋକପ୍ରିୟ ଅଭିନେତ୍ରୀ ସୋନାରିକା
ମୁମ୍ବାଇ,୦୧/୧୧: ଟେଲିଭିଜନ୍ ଦୁନିଆର ଲୋକପ୍ରିୟ ଅଭିନେତ୍ରୀ ସୋନାରିକା ଭାଦୋରିଆଙ୍କୁ କିଏ ବା ନଜାଣେ! ଲୋକପ୍ରିୟ ଧାରାବାହିକ ‘ଦେବୋଁ କେ ଦେବ ମହାଦେବ’ରେ ଦେବୀ ପାର୍ବତୀଙ୍କ ଭୂମିକାରେ ଅଭିନୟ କରି ସେ ଘରେ ଘରେ ପରିଚିତ ହୋଇଥିଲେ। ତାଙ୍କ ସୁନ୍ଦରତା, ଅଭିନୟ ଏବଂ ଆକର୍ଷଣୀୟ ବ୍ୟକ୍ତିତ୍ୱ ପାଇଁ ସେ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। କିନ୍ତୁ ଏହି ଚର୍ଚ୍ଚିତ ଅଭିନେତ୍ରୀଙ୍କ ଜୀବନରେ ଲୁଚି ରହିଥିଲା ଏକ ଯନ୍ତ୍ରଣାଦାୟକ ଅଧ୍ୟାୟ। ମାତ୍ର ୧୦ ବର୍ଷ ବୟସରେ ସେ ଯୌନ ନିର୍ଯାତନାର ଶିକାର ହୋଇଥିବା ନେଇ ନିକଟରେ ଏକ ସାକ୍ଷାତକାରରେ ଖୁଲାସା କରିଛନ୍ତି।

ପରିଚିତ ବ୍ୟକ୍ତିଙ୍କ ଦ୍ୱାରା ଅସଦାଚରଣର ଶିକାର

ହଟରଫ୍ଲାଏ (Hauterfly) ସହ ଏକ ସାକ୍ଷାତକାରରେ ସୋନାରିକା ନିଜ ପିଲାଦିନର ଏହି ତିକ୍ତ ଅନୁଭୂତି ବଖାଣିଛନ୍ତି। ତାଙ୍କ କହିବା ଅନୁସାରେ, ସେତେବେଳେ ତାଙ୍କୁ ପ୍ରାୟ ୧୦ କିମ୍ବା ୧୧ ବର୍ଷ ହୋଇଥିଲା। ରାଖୀ ପୂର୍ଣ୍ଣିମା ଅବସରରେ ସେ ନିଜ ପରିବାର ସହ ଜଣେ ପାଳିତ ଭାଇଙ୍କ ଘରକୁ ଯାଇଥିଲେ। ରାଖୀ ବାନ୍ଧିବା ପରେ ପରିବାର ଲୋକଙ୍କ ସହ ଏକ ରେଷ୍ଟୁରାଣ୍ଟକୁ ମଧ୍ୟାହ୍ନ ଭୋଜନ ପାଇଁ ଯାଇଥିଲେ।  ସେହି ସମୟରେ ରେଷ୍ଟୁରାଣ୍ଟର ଜଣେ ବ୍ୟକ୍ତି ତାଙ୍କୁ ଏକ ଅନ୍ଧାରିଆ ରାସ୍ତା ଦେଇ ନେଉଥିବା ବେଳେ ଅସଦାଚରଣ କରିଥିଲେ। ଏହି ଘଟଣାରେ ସେ ଏତେ ଭୟଭୀତ ହୋଇଯାଇଥିଲେ ଯେ ସେହି ମୁହୂର୍ତ୍ତରେ କିଛି ବୁଝିପାରି ନଥିଲେ। ଭୟ ଓ ଆଘାତ ଯୋଗୁଁ ସେ ସମ୍ପୂର୍ଣ୍ଣ ନିରବ ହୋଇଯାଇଥିଲେ।

ପଢନ୍ତୁ ଏହି ଖବର: ୨୦୦ କୋଟି ଟଙ୍କା ଠକେଇ ମାମଲା: କୋର୍ଟରେ ହାଜର ହେବେ ନୋରା

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମାଆଙ୍କୁ କହିଥିଲେ ଘଟଣା

ସୋନାରିକା କହିଛନ୍ତି ଯେ, ସେତେବେଳେ ତାଙ୍କୁ ଏହି ଘଟଣାର ଗମ୍ଭୀରତା ବୁଝାପଡ଼ି ନଥିଲା। ଯେତେବେଳେ ସେ ୧୪-୧୫ ବର୍ଷର ହୋଇଥିଲେ, ସେତେବେଳେ ଘଟଣାର ଅର୍ଥ ବୁଝିପାରି ନିଜ ମାଆଙ୍କୁ ସବୁକିଛି ଜଣାଇଥିଲେ। ଏହା ଶୁଣି ମାଆ ତାଙ୍କୁ ପଚାରିଥିଲେ ଯେ ସେ ଏତେ ଦିନ ଯାଏ କାହିଁକି ଏହା ବିଷୟରେ କହିନଥିଲେ। ଅନ୍ୟପଟେ, ଏହି ଘଟଣା ବିଷୟରେ ବାପାଙ୍କୁ କହିବାକୁ ସେ ଭୟ କରୁଥିଲେ। କାରଣ ତାଙ୍କ ବାପା ଏହା ଜାଣିଲେ ଅଭିଯୁକ୍ତଙ୍କୁ କେବେ କ୍ଷମା କରିବେ ନାହିଁ ବୋଲି ସେ ଭାବୁଥିଲେ।

କାନ୍ଦି ପକାଇଲେ ଅଭିନେତ୍ରୀ

ସାକ୍ଷାତକାରରେ ଏହି ଘଟଣା ବିଷୟରେ କହିବା ସମୟରେ ସୋନାରିକା ଭାବପ୍ରବଣ ହୋଇପଡ଼ିଥିଲେ। ଆଖିରେ ଲୁହ ଭରି ଆସିଥିଲେ ମଧ୍ୟ ସେ ନିଜକୁ ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ପରଦାରେ ଦେବୀ ପାର୍ବତୀଙ୍କ ଚରିତ୍ରରେ ନଜର ଆସି ଦର୍ଶକଙ୍କ ମନ ଜିତିଥିବା ସୋନାରିକାଙ୍କ ଏହି ଖୁଲାସା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତାଙ୍କ ଏହି ସାହସିକ ପଦକ୍ଷେପ ଶୈଶବରେ ଯୌନ ନିର୍ଯାତନାର ଶିକାର ହେଉଥିବା ପିଲାମାନଙ୍କ ସୁରକ୍ଷା ଏବଂ ସେମାନଙ୍କ କଥା ଶୁଣିବାର ଗୁରୁତ୍ୱକୁ ପୁଣି ଥରେ ସାମ୍ନାକୁ ଆଣିଛି।