Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଟେକ୍ନୋଲୋଜିରେ ଶ୍ରେଷ୍ଠ ପାରୁଲ ୟୁନିଭରସିଟି , ଛାତ୍ରଛାତ୍ରୀଙ୍କୁ ପ୍ରଶଂସା କଲେ ସ୍ପେନ ପ୍ରଧାନମନ୍ତ୍ରୀ

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ଟେକ୍ନୋଲୋଜିରେ ଶ୍ରେଷ୍ଠ ପାରୁଲ ୟୁନିଭରସିଟି , ଛାତ୍ରଛାତ୍ରୀଙ୍କୁ ପ୍ରଶଂସା କଲେ ସ୍ପେନ ପ୍ରଧାନମନ୍ତ୍ରୀ

Key Points

  • ଟେକ୍ନୋଲୋଜିରେ ଶ୍ରେଷ୍ଠ ପାରୁଲ ୟୁନିଭରସିଟି
  • ଗୁଜୁରାଟର ପାରୁଲ ୟୁନିଭରସିଟିରେ ସ୍ପେନର ପ୍ରଧାନମନ୍ତ୍ରୀ ଏବଂ ପତ୍ନୀ
  • ଷ୍ଟାର୍ଟଅପ ନେତୃତ୍ବ ନେଇଥିବା ଛାତ୍ରଙ୍କୁ କଲେ ପ୍ରଶଂସା

ଅର୍ଗସ ବ୍ୟୁରୋ : ଭାରତ ଏବଂ ଗୁଜୁରାଟର ଟେକ୍ନୋଲୋଜି ଏବଂ ଉଦ୍ୟୋଗୀ ଇକୋସିଷ୍ଟମ ତିଆରି କରିବା କ୍ଷେତ୍ରରେ ସବୁଠୁ ଶ୍ରେଷ୍ଠ ହେଉଛି ପାରୁଲ ୟୁନିଭରସିଟି । ସ୍ପେନର ବୈଦେଶିକ ବ୍ୟପାର ମନ୍ତ୍ରଣାଳୟ ପକ୍ଷରୁ ଏହି ୟୁନିଭରସିଟିକୁ ଚୟନ କରାଯାଇଥିଲା । ଗୁଜୁରାଟର ୪ଟି ସେଣ୍ଟର ମଧ୍ୟରୁ ଏହି ୟୁନିଭରସିଟିକୁ ଚୟନ କରାଯାଇଥିଲା । ଆଜି ଗୁଜୁରାଟରେ ପାରୁଲ ୟୁନିଭରସିଟିରେ ଭାରତର ପ୍ରଧାନମନ୍ତ୍ରୀଙ୍କ ସମେତ ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ ଙ୍କୁ ସ୍ବାଗତ କରାଯାଇଥିଲା । ଏଥିସହ ପେଡ୍ରୋଙ୍କ ପତ୍ନୀ ବେଗୋନା ଗୋମେଜ୍ ଙ୍କୁ ମଧ୍ୟ ହୋଷ୍ଟ କରିବା ପାଇଁ ସମ୍ମାନିତ କରାଯାଇଥିଲା ।

ମିସେସ ବେଗୋନା ସେଠାକାର ୧୨ ଜଣ ଷ୍ଟାର୍ଟଅପର ନେତୃତ୍ବ ନେଇଥିବା ଛାତ୍ରଙ୍କ ସହ କଥା ହୋଇଥିଲେ । ଟେକ୍ନୋଲୋଜି ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ଉପରେ ସମ୍ପୁର୍ଣ୍ଣ ତଥ୍ୟ ପଚାରି ବୁଝିଥିଲେ ବେଗୋନା । କିପରି ଟେକ୍ନୋଲୋଜି କ୍ଷେତ୍ରରେ ଭାରତ, ସ୍ପେନର ବନ୍ଧୁତ୍ବ ଆହୁରି ନିବି଼ଡ ହେବ ସେ ଉପରେ ମଧ୍ୟ ଧ୍ୟାନ ଦିଆଯାଇଥିଲା । ପାରୁଲ ୟୁନିଭରସିଟିର ଇନକ୍ୟୁବେସନ ସେଣ୍ଟର ଦ୍ବାରା ଉଦ୍ୟୋଗୀ ସମ୍ବନ୍ଧିତ ଅଧିକ ଜ୍ଞାନ ଆହରଣ କରିବା ପାଇଁ ଏହି ୟୁନିଭରସିଟିକୁ ଚୟନ କରାଯାଇଥିଲା । 

ତେବେ ଏଥିସହ ଭଦୋଦରାରେ ଟାଟା ଆଡଭାନସଡ୍ ସିଷ୍ଟମସ୍ ଲିମିଟେଡରେ ପ୍ରକଳ୍ପର ଉଦଘାଟନ କରିଥିଲେ pm ମୋଦି ଏବଂ ସ୍ପେନ ପ୍ରଧାନମନ୍ତ୍ରୀ । ପ୍ରତିରକ୍ଷା କ୍ଷେତ୍ରରେ ଆଉ ପାଦେ ଆଗେଇଛି ଭାରତ । ଟାଟାକୁ ମିଳିଛି ଟ୍ରାନ୍ସପୋର୍ଟ ଏୟାରକ୍ରାପ୍ଟ କ୍ୟାରିୟର୍ C-295 ଏୟାରକ୍ରାପ୍ଟ ତିଆରି କରିବାର ନିର୍ମାଣ ଭାର । ଗୁଜୁରାଟର ଭଦୋଦରାରେ ସ୍ପେନର ଏୟାରବସ୍ କମ୍ପାନୀ ସହ ମିଶି ଏହି ସାମରିକ ବିମାନ ପ୍ରସ୍ତୁତ କରିବ ଟାଟା ଆଡଭାନ୍ସଡ୍ ସିଷ୍ଟମ ଲିମିଟେଡ୍। ଯାହାର ପ୍ରଥମ ଏୟାରକ୍ରାଫ୍ଟ କମ୍ପ୍ଲେକ୍ସର ଆଜି ଶୁଭ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ପେନ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍। ଏହା ଭାରତ ଓ ସ୍ପେନର ସମ୍ପର୍କକୁ ଆହୁରି ସୁଦୃଢ କରିବ ବୋଲି ମୋଦି କହିଛନ୍ତି। ଭାରତରେ C-295 ଏୟାରକ୍ରାପ୍ଟର ନିର୍ମାଣ ମେଡ୍ ଇନ ଇଣ୍ଡିଆ ମେଡ୍ ଫର୍ ଦ ୱାର୍ଲ୍ଡ ମିଶନକୁ ଶକ୍ତି ଯୋଗାଉଛି। ଏହା ନୂଆ ଭାରତର ନୂଆ ୱାର୍କ କଲ୍ଚରକୁ ପ୍ରଦର୍ଶିତ କରୁଛି। ପ୍ଲାନିଂ ଏବଂ ଏଗଜିକ୍ୟୁସନରେ ଅନାବଶ୍ୟକ ଡେରି ନକରିବା ପ୍ରଗତିକୁ ଗତି ଦେଇହୁଏ। ଯାହା ଆମ ପ୍ରତିରକ୍ଷା କ୍ଷେତ୍ରକୁ ଆହୁରି ସୁଦୃଢ କରୁଥିବା କହିଛନ୍ତି ପିଏମ ମୋଦି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored