Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସଂସଦରେ ଟିମ୍ ଇଣ୍ଡିଆକୁ ଅଭିନନ୍ଦନ ଜଣାଇଲେ ବାଚସ୍ପତି

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ସଂସଦରେ ଟିମ୍ ଇଣ୍ଡିଆକୁ ଅଭିନନ୍ଦନ ଜଣାଇଲେ  ବାଚସ୍ପତି

ଅର୍ଗସ ବ୍ୟୁରୋ : ବିଶ୍ବକପ୍ ଜିତିଥିବା ଟିମ୍ ଇଣ୍ଡିଆକୁ ଛୁଟୁଛି ଅଭିନନ୍ଦନର ସୁଅ । ଆଜି ଲୋକସଭାରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଯାଇଛି । ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ମାତ୍ର ବାଚସ୍ପତି ଟିମ୍ ଓମ୍ ବିର୍ଲା ଟିମ୍ ଇଣ୍ଡିଆର କ୍ୟାପଟେନ୍ ରୋହିତ ଶର୍ମା ଓ ଅନ୍ୟ ସଦସ୍ୟମାନଙ୍କୁ ଅଭିନନ୍ଦନ ଜଣାଇଥଲେ । ଏହାକୁ ଗୃହର ସମସ୍ୟ ସଦସ୍ୟ ତାଳି ମାରି ସମର୍ଥନ କରିଥିଲେ । ଟିମ୍ ଇଣ୍ଡିଆର ପ୍ରଦର୍ଶନ ସମସ୍ତଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ବାଚସ୍ପତି ଓମ୍ ବିର୍ଲା ।

ଅଧିକ ପଢନ୍ତୁ : ଭାରତ ଟି-ଟ୍ବେଣ୍ଟି ବିଶ୍ବକପ୍ ଚାମ୍ପିଅନ୍

ଗତ ରବିବାର ଦିନ ମ୍ୟାଚରେ ଭାରତର ରୋମାଞ୍ଚକର ବିଜୟ ସହ କପ ହାତେଇଥିଲା । ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଚାମ୍ପିଅନ ହୋଇଥିଲା ଭାରତ  । ୧୭୭ ରନର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକା ଆରମ୍ଭରୁ ଦୁଇଟି ଓ୍ବିକେଟ ହରାଇ ଥିଲା । ରେଜା ହେଣ୍ଡରିକ୍ସ ମାତ୍ର ୪ ରନ ଓ ଅଧିନାୟକ ଆଇଡେନ ମାର୍କରାମ ୭ ରନ କରି ଆଉଟ ହୋଇଥିଲେ । ଭାରତ ବିଶ୍ବ ଚାମ୍ପିଅନ୍ ହେବା ପରେ ସାରା ଦେଶରେ ଦୀପାବଳି ଭଳି ପରିବେଶ । ରାତି ସାରା ବାଣ ଫୁଟାଇ ଉତ୍ସବ ମନାଇଲେ କ୍ରିକେଟ୍ ପ୍ରେମୀ । ସବୁଠି ଟିମ୍ ଇଣ୍ଡିଆ ଜିନ୍ଦାବାଦ୍ ନାରା । ବିଦେଶରୁ ବି ଆସିଲା ଶୁଭେଚ୍ଛା ଓ ସେଲିବ୍ରେସନର ଚିତ୍ର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Speaker congratulated Team India in Parliament | Argus News