Special Parliament Session / ସଂସଦର ସ୍ବତନ୍ତ୍ର ଅଧିବେଶନ ଡାକିଲେ କେନ୍ଦ୍ର ସରକାର, ଏପ୍ରିଲ ୧୬ରୁ ୩ ଦିନ ପାଇଁ ତାରିଖ ଧାର୍ଯ୍ୟ
·1 hour ago·1 min read

Key Points
ସଂସଦର ସ୍ବତନ୍ତ୍ର ଅଧିବେଶନ ଡାକିଲେ କେନ୍ଦ୍ର ସରକାର
ଏପ୍ରିଲ ୧୬ରୁ ୩ ଦିନ ପାଇଁ ତାରିଖ ଧାର୍ଯ୍ୟ
ସ୍ପଷ୍ଟ କଲେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ

୩ ଦିନ ପାଇଁ ବସିବ ସଂସଦର ସ୍ବତନ୍ତ୍ର ଅଧିବେଶନ । କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି । ଏହି ଅଧିବେଶନ ଆସନ୍ତା ଏପ୍ରିଲ ୧୬ ତାରିଖରୁ ଆରମ୍ଭ ହୋଇ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଏପ୍ରିଲ ୧୬, ୧୭ ଏବଂ ୧୮ ତାରିଖରେ ତିନି ଦିନ ଧରି ସଂସଦରେ ଚର୍ଚ୍ଚା ହେବ । ମହିଳା ସଂରକ୍ଷଣ ବିଲ୍କୁ ନେଇ ଏହି ସ୍ୱତନ୍ତ୍ର ଅଧିବେଶନ ଡକାଯାଇଥିବା ସୂଚନା ମିଳିଛି ।
ମହିଳାଙ୍କୁ ଉଚିତ୍ ପ୍ରତିନିଧିତ୍ୱ ଓ ସଂରକ୍ଷଣ ଦେବା ପାଇଁ ଏହି ଅଧିବେଶନରେ ଗୁରୁତ୍ୱାରୋପ କରାଯିବ । ମହିଳା ସଂରକ୍ଷଣ ପ୍ରସଙ୍ଗରେ ସରକାର ଏହି ଅଧିବେଶନରେ କୌଣସି ବଡ଼ ନିଷ୍ପତ୍ତି ନେଇପାରନ୍ତି । ଏହି ଅଧିବେଶନ ମହିଳା ସଂରକ୍ଷଣ କ୍ଷେତ୍ରରେ ଏକ ଐତିହାସିକ ପଦକ୍ଷେପ ହେବ ବୋଲି ଆଶା କରାଯାଉଛି ।
କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ ରିଜିଜୁ ଗୁରୁବାର ସ୍ପଷ୍ଟ କରିଛନ୍ତି ଯେ, ସଂସଦର ବଜେଟ୍ ଅଧିବେଶନ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ହେବ ନାହିଁ । ଏହା ବଦଳରେ ଏକ ବିରତି ନିଆଯିବ ଏବଂ ‘ମହିଳା ସଂରକ୍ଷଣ ଅଧିନିୟମ, ୨୦୨୩ରେ କିଛି ଗୁରୁତ୍ୱପୂର୍ଣ୍ଣ ସଂଶୋଧନ ପାଇଁ ଖୁବଶୀଘ୍ର ଏକ 'ନିର୍ଦ୍ଦିଷ୍ଟ ସମୟ' ପାଇଁ ପୁଣି ବୈଠକ ଡକାଯିବ । ସେ କହିଛନ୍ତି, ''ସରକାର ଗୃହକୁ ସ୍ଥଗିତ ରଖିବାକୁ ପ୍ରସ୍ତାବ ଦେବେ ଏବଂ ଆମେ ଖୁବଶୀଘ୍ର ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ ପାଇଁ ଏକତ୍ରିତ ହେବୁ, ଯାହା ସଦସ୍ୟମାନଙ୍କୁ ପୂର୍ବରୁ ଜଣାଅଛି ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories