Sex Racket Busted / "ସ୍ପେଶାଲ୍ ସର୍ଭିସେସ୍" ନାଁରେ ଗେଷ୍ଟ ହାଉସରେ ଚାଲିଥିଲା ଅନୈତିକ କାର୍ଯ୍ୟକଳାପ, ଅଚାନକ ଚଢାଉ କଲା ପୋଲିସ୍
·46 mins ago·2 min read

Key Points
"ସ୍ପେଶାଲ୍ ସର୍ଭିସେସ୍" ନାଁରେ ଗେଷ୍ଟ ହାଉସରେ ଚାଲିଥିଲା ଅନୈତିକ କାର୍ଯ୍ୟକଳାପ
ଅଚାନକ ଚଢାଉ କଲା ପୋଲିସ୍, ୮ ଜଣଙ୍କୁ ଗିରଫ କଲା ପୋଲିସ୍
ବାରଣାସୀର କ୍ୟାଣ୍ଟ ଅଞ୍ଚଳର ଘଟଣା

ବାରାଣସୀ,୨୧/୦୯: ଗେଷ୍ଟ ହାଉସ୍ରେ ‘ସ୍ପେଶାଲ୍ ସର୍ଭିସ୍’ ନାଁରେ ଚାଲିଥିଲା ଅନୈତିକ କାର୍ଯ୍ୟକଳାପ। ଅଭିଯୋଗ ପାଇବା ପରେ ଗେଷ୍ଟ ହାଉସ ଉପରେ ଅଚାଜନ ଚଢାଉ କରିଛି ପୋଲିସ। ବିଳମ୍ବିତ ରାତିରେ ବାରାଣସୀ କ୍ୟାଣ୍ଟ ରେଳ ଷ୍ଟେସନ ସାମ୍ନାରେ ଥିବା ଟାଭେରା ଗଳିର ଏକ ଗେଷ୍ଟ ହାଉସ୍ରେ ପୋଲିସ ଚଢ଼ାଉ କରିଥିଲା। ଆପତ୍ତିଜନକ ଅବସ୍ଥାରେ ୪ ଜଣ ମହିଳା ଓ ୩ ଜଣ ଯୁବକଙକୁ ଧରିଥିଲା ପୋଲିସ। ଏହି ମାମଲାରେଳ ଗେଷ୍ଟ ହାଉସ୍ର ମ୍ୟାନେଜରଙ୍କ ସମେତ ମୋଟ ୮ ଜଣଙ୍କୁ ପୋଲିସ ଅଟକ ରଖିଛି।
ପୋଲିସ ସୂଚନା ଅନୁସାରେ, ଗେଷ୍ଟ ହାଉସ୍ରେ ରେଷ୍ଟୁରାଣ୍ଟ ଓ ବସ୍ ସେବା ନାଁରେ ଅନୈତିକ କାର୍ଯ୍ୟକଳାପ ଚାଲୁଥିବା ନେଇ ସୂଚନା ମିଳିଥିଲା। ଏହାପରେ ଏସିପି ଚେତଗଞ୍ଜଙ୍କ ନେତୃତ୍ୱରେ ସିଗ୍ରା ପୋଲିସର ଏକ ଟିମ୍ ପରେଡ କୋଠି ଅଞ୍ଚଳରେ ଥିବା ଗେଷ୍ଟ ହାଉସ୍ରେ ଅଚାନକ ଚଢ଼ାଉ କରିଥିଲା। ପୋଲିସ ଟିମ୍ ଅଚାନକ ଗେଷ୍ଟ ହାଉସ୍ରେ ପହଞ୍ଚିବା ପରେ ସେଠାରେ ଥିବା ଲୋକଙ୍କ ମଧ୍ୟରେ ହଡ଼କମ୍ପ ସୃଷ୍ଟି ହୋଇଥିଲା। ପୋଲିସ ଦାବି ଅନୁସାରେ, କିଛି ଲୋକ ସେଠାରୁ ଖସିଯିବାକୁ ଚେଷ୍ଟା କରିଥିଲେ। ତେବେ ପୋଲିସ ଟିମ୍ ଗେଷ୍ଟ ହାଉସ୍ର ମୁଖ୍ୟ ଫାଟକ ବନ୍ଦ କରି ସେଠାରେ ଥିବା ସମସ୍ତଙ୍କୁ ନିଜ ନିୟନ୍ତ୍ରଣକୁ ନେଇଥିଲା। ଏହାପରେ ପୋଲିସ ଗେଷ୍ଟ ହାଉସ୍ର ବିଭିନ୍ନ କୋଠରୀରେ ଯାଞ୍ଚ କରିଥିଲା। କୋଠରୀରେ ଥିବା ଯୁବକ ଓ ମହିଳାମାନଙ୍କୁ ପଚରାଉଚରା କରାଯାଇଥିଲା। ଗେଷ୍ଟ ହାଉସ୍ର ସଞ୍ଚାଳକ ଓ ମ୍ୟାନେଜରଙ୍କୁ ମଧ୍ୟ ସେଠାରେ ଚାଲିଥିବା କାର୍ଯ୍ୟକଳାପ ସମ୍ପର୍କରେ ପଚରାଯାଇଥିବା ପୋଲିସ କହିଛି।
୪ ମହିଳା, ୩ ଯୁବକଙ୍କ ସମେତ ୮ ଅଟକ
ଚଢ଼ାଉ ପରେ ପୋଲିସ ୪ ଜଣ ମହିଳା, ୩ ଜଣ ଯୁବକ ଏବଂ ଗେଷ୍ଟ ହାଉସ୍ର ମ୍ୟାନେଜରଙ୍କୁ ଧରିଥିଲା। ସମସ୍ତଙ୍କୁ ସିଗ୍ରା ଥାନାକୁ ନିଆଯାଇ ପଚରାଉଚରା କରାଯାଇଥିଲା। ପରେ ମାମଲା ରୁଜୁ କରି ଆଇନ ଅନୁସାରେ ପରବର୍ତ୍ତୀ ପଦକ୍ଷେପ ନିଆଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି। ଚଢ଼ାଉ ସମୟରେ ଗେଷ୍ଟ ହାଉସ୍ରୁ କିଛି ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ତେବେ ଜବତ ସାମଗ୍ରୀର ସବିଶେଷ ବିବରଣୀ ସମ୍ପର୍କରେ ପୋଲିସ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇନାହିଁ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ସର୍ବସମ୍ମୁଖରେ ଯୁବତୀଙ୍କୁ ଟଣାଓଟରା, ଭିଡିଓ ଭାଇରାଲ୍ ପରେ ପୋଲିସର ତଦନ୍ତ
କେତେ ଦିନ ଧରି ଚାଲିଥିଲା କାରବାର?
ଏବେ ଗେଷ୍ଟ ହାଉସ୍ରେ ଅନୈତିକ କାର୍ଯ୍ୟକଳାପ କେବେଠାରୁ ଚାଲିଥିଲା, ତାହାର ଖୋଳତାଡ଼ କରୁଛି ପୋଲିସ। ଏହି କାର୍ଯ୍ୟକଳାପ ସହ ଆଉ କିଏ କିଏ ଜଡ଼ିତ ଅଛନ୍ତି, ସେନେଇ ମଧ୍ୟ ତଦନ୍ତ ଆରମ୍ଭ ହୋଇଛି। ଗେଷ୍ଟ ହାଉସ୍ର ରେଜିଷ୍ଟର, ବୁକିଂ ରେକର୍ଡ ଏବଂ ଅନ୍ୟାନ୍ୟ ତଥ୍ୟ ଯାଞ୍ଚ କରାଯାଉଛି। ଗେଷ୍ଟ ହାଉସ୍କୁ କିଏ କିଏ ଆସୁଥିଲେ ଏବଂ ସେମାନଙ୍କ ଆସିବା-ଯିବାର ଉଦ୍ଦେଶ୍ୟ କ’ଣ ଥିଲା, ତାହା ମଧ୍ୟ ତଦନ୍ତର ପରିସରରେ ରହିଛି।
ପୋଲିସ ଅଧିକାରୀଙ୍କ କହିବା ଅନୁସାରେ, ଘଟଣାର ସମସ୍ତ ଦିଗରୁ ତଦନ୍ତ ଚାଲିଛି। ତଦନ୍ତରେ ଯେଉଁ ତଥ୍ୟ ସାମ୍ନାକୁ ଆସିବ, ସେହି ଆଧାରରେ ଗିରଫ ବ୍ୟକ୍ତିଙ୍କ ବିରୋଧରେ ଆଗାମୀ ଆଇନଗତ ପଦକ୍ଷେପ ନିଆଯିବ। ତେବେ ଗିରଫ ବ୍ୟକ୍ତିମାନଙ୍କ ବିରୋଧରେ ଲାଗିଥିବା ଅଭିଯୋଗ ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ପ୍ରମାଣିତ ବୋଲି ଧରାଯାଇପାରିବ ନାହିଁ।

Related Topics
Explore more stories