Videos
|
National

Girl Harassed / ସର୍ବସମ୍ମୁଖରେ ଯୁବତୀଙ୍କୁ ଟଣାଓଟରା, ଭିଡିଓ ଭାଇରାଲ୍ ପରେ ପୋଲିସର ତଦନ୍ତ

Bikash Mohanty
Browse all articles by Bikash Mohanty
·43 mins ago·2 min read
ସର୍ବସମ୍ମୁଖରେ ଯୁବତୀଙ୍କୁ ଟଣାଓଟରା, ଭିଡିଓ ଭାଇରାଲ୍ ପରେ ପୋଲିସର ତଦନ୍ତ
Harassment

Key Points

ବିହାରର ଜମୁଇରେ ଅମାନୁଷିକ କାଣ୍ଡ
ଯୁବତୀଙ୍କୁ ଟଣାଓଟରା ଓ ଯୁବକଙ୍କୁ ମାଡ଼ ମାରୁଥିବା ଭିଡିଓ ଭାଇରାଲ୍
ଦୁର୍ବୃତ୍ତଙ୍କ ଦ୍ଵାରା ଯୁବକ-ଯୁବତୀଙ୍କୁ ସର୍ବସାଧାରଣରେ ନିର୍ଯାତନା
ଭିଡିଓ ଭାଇରାଲ୍ ପରେ ପୋଲିସର ତଦନ୍ତ ଆରମ୍ଭ, ୩ ଗିରଫ
ଜମୁଇ,୨୧/୦୯: ବିହାରର ଜମୁଇରେ ଯୁବତୀଙ୍କୁ ଟଣାଓଟରା ଏବଂ ଯୁବକଙ୍କୁ ମାଡ଼ । ଆତଙ୍କ ସୃଷ୍ଟିକାରୀ ଭିଡିଓ ଭାଇରାଲ୍ । ବିହାରର ଜମୁଇ ଜିଲ୍ଲାରୁ ଏକ ଅତ୍ୟନ୍ତ ଚିନ୍ତାଜନକ ଏବଂ ଲୋମହର୍ଷଣକାରୀ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଏକ ଯୁବକ ଏବଂ ଯୁବତୀଙ୍କୁ କିଛି ଲୋକଙ୍କ ଏକ ଗୋଷ୍ଠୀ ସର୍ବସାଧାରଣରେ ନିର୍ଯାତନା ଦେଉଥିବା ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ୍ ହେବା ପରେ ଏହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ  କ୍ରୋଧ ଅସନ୍ତୋଷ ବଢିଛି।  ସ୍ଥାନୀୟ  ଲୋକେ ରାଜରାସ୍ତାକୁ ଓହ୍ଲାଇଥିଲେ। ଭିଡିଓ ଭାଇରାଲ ହେବା ପରେ ଜମୁଇ ପୋଲିସ ଗଟଣାକୁ ଗୁରୁତର ସହ ନେଇ ତଦନ୍ତ କରିଛି। ଏହି ଘଟଣାରେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନଙ୍କୁ ଧରିବା ପାଇଁ ତଦନ୍ତ କରୁଛି। 

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ ଏକ ଯୁବକ ଏବଂ ଯୁବତୀଙ୍କୁ କିଛି ଲୋକ ଘେରି ରହିଛନ୍ତି । ଭିଡିଓରେ ଜଣେ ବ୍ୟକ୍ତି ପୀଡ଼ିତ ଯୁବକଙ୍କ କଲର ଧରି ତାଙ୍କୁ ଯୁବତୀଙ୍କଠାରୁ ଅଲଗା କରି ଟାଣି ନେଉଥିବା ନଜର ଆସିଛନ୍ତି । ଯେତେବେଳେ ଯୁବତୀ ଜଣକ ସେଠାରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରନ୍ତି, ଜଣେ ମାସ୍କ ପିନ୍ଧିଥିବା ବ୍ୟକ୍ତି ତାଙ୍କ ପଛରେ ଗୋଡ଼ାଇ ତାଙ୍କୁ ଜବରଦସ୍ତ ଧରି ନେବାକୁ ଚେଷ୍ଟା କରୁଛନ୍ତି । ସେହି ସମୟରେ ଯୁବତୀ ଜଣକ ଭୟରେ ଚିତ୍କାର କରୁଥିବା ଏବଂ ପ୍ରତିବାଦ କରୁଥିବା ଶୁଣିବାକୁ ମିଳିଛି ।

ପଢନ୍ତୁ ଏହି ଖବର: କ୍ୟାସ୍ ନେବାକୁ ମନା କଲେ, ଆଇନଗତ ନୋଟିସ୍ ପଠାଇଲେ ଓକିଲ

ଏହାପରେ ଯୁବକ ଜଣକ ଆସି ଯୁବତୀଙ୍କୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ ଏବଂ ଉଭୟ ନିକଟରେ ଠିଆ ହୋଇଥିବା ଏକ ଦୁଇଚକିଆ ଯାନ ଆଡ଼କୁ ଦୌଡ଼ିଥିଲେ । କିନ୍ତୁ ଆକ୍ରମଣକାରୀମାନେ ସେମାନଙ୍କୁ ସେଠାରେ ମଧ୍ୟ ଗୋଡ଼ାଇଥିଲେ ଏବଂ ଯୁବତୀଙ୍କ ହାତକୁ ଟାଣିବା ସହ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଭିଡିଓର ଶେଷରେ ଯୁବତୀ ଜଣକ ହାତଯୋଡ଼ି ନିଜକୁ ଛାଡ଼ିଦେବା ପାଇଁ ଗୁହାରି କରୁଥିବା ଦେଖାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ୍ ହେବା ଏବଂ ଲୋକମାନେ ବିହାର ପୁଲିସକୁ ଟ୍ୟାଗ୍ କରି କାର୍ଯ୍ୟାନୁଷ୍ଠାନ ଦାବି କରିବା ପରେ ପ୍ରଶାସନ ତତ୍ପରତା ପ୍ରକାଶ କରିଛି । ଜମୁଇ SP ବିଶ୍ୱଜିତ୍ ଦୟାଲ କହିଛନ୍ତି ଯେ ପୋଲିସ ପୀଡ଼ିତା ଯୁବତୀଙ୍କ ସହିତ ଯୋଗାଯୋଗ କରିଛି ଏବଂ ଭିଡିଓରେ ଦେଖାଯାଉଥିବା ଲୋକମାନଙ୍କୁ ଚିହ୍ନଟ କରିବା ପାଇଁ ତଦନ୍ତ ଜାରି ରହିଛି । ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯିବା ପରେ ସେମାନଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଥିଲେ