Videos
|
National

ଛଟ ପୂଜା ପାଇଁ ପୁରୀ ଏବଂ ପାଟନା ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍

Ritu Das
Browse all articles by Ritu Das
·2 years ago·1 min read
ଛଟ ପୂଜା ପାଇଁ ପୁରୀ ଏବଂ ପାଟନା ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍

Key Points

• 13 ରୁ 15 ନଭେମ୍ବର 2023 ରେ ପୁରୀରୁ 2330 ଘଣ୍ଟା (ରାତ୍ରି 11ଘ.30ମି.) ରେ ଛାଡିବ
 
• 14 ଏବଂ 16 ନଭେମ୍ବର 2023 ରେ ପାଟନା ଠାରୁ 1800 ଘଣ୍ଟା (ସନ୍ଧ୍ୟା 06 ଘଟିକା) ରେ ଛାଡିବ 
 

ଅର୍ଗସ ବ୍ୟୁରୋ: ନିୟମିତ ଟ୍ରେନରେ ଯାତ୍ରୀମାନଙ୍କର ଅତିରିକ୍ତ ଭିଡ଼କୁ ଦୃଷ୍ଟିରେ ରଖି ଏବଂ ଯାତ୍ରୀମାନଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଛଟ ପୂଜା ପାଇଁ ପୁରୀ ଏବଂ ପାଟନା ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଅଛି।

ପୁରୀରୁ ଏହି ସ୍ୱତନ୍ତ୍ର ଟ୍ରେନ୍ 08449 ପୁରୀ-ପାଟନା ସ୍ପେଶାଲ୍ ଟ୍ରେନ୍ ଭାବରେ ଚଳାଚଳ କରିବ ଏବଂ ସୋମବାର ଏବଂ ବୁଧବାର (13 ଏବଂ 15 ନଭେମ୍ବର 2023) ଦିନ ପୁରୀ ଠାରୁ ରାତ୍ରି 11ଘ.30ମି. ରେ ଛାଡି ପାଟଣା ଯାତ୍ରା କରିବ। ଫେରିବା ମାର୍ଗରେ ଏହି ଟ୍ରେନ ପାଟନା ଠାରୁ 08450 ପାଟନା-ପୁରୀ ସ୍ପେଶାଲ୍ ଭାବରେ ଚଳାଚଳ କରିବ। ଏହା ପାଟନା ଠାରୁ ମଙ୍ଗଳବାର ଏବଂ ଗୁରୁବାର (14 ଏବଂ 16 ନଭେମ୍ବର 2023) ସନ୍ଧ୍ୟା 06 ଘଟିକାରେ ଛାଡି ପୁରୀ ଯାତ୍ରା କରିବ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Special train | Argus News