Emergency Landing in Kolkata / ମଝି ଆକାଶରେ ଉଡ଼ୁଥିଲା ବିମାନ, ହଠାତ୍ ଫେଲ୍ ମାରିଲା ଇଞ୍ଜିନ୍; ତା'ପରେ...
·4 months ago·2 min read

Key Points
ମଝି ଆକାଶରେ ବିମାନର ଉଡ଼ୁଥିଲା ବିମାନ । ହଠାତ୍ ହେଲା ଇଞ୍ଜିନ୍ ଫେଲ୍ । କୋଲକାତା ବିମାନ ବନ୍ଦରରେ ହେଲା ସୁରକ୍ଷିତ ଲ୍ୟାଣ୍ଡିଂ ।
ମଝି ଆକାଶରେ ଉଡ଼ୁଥିଲା ବିମାନ । ଆଉ ଏତିକି ବେଳେ ହଠାତ୍ ଫେଲ୍ ମାରିଲା ଇଞ୍ଜିନ୍ । ଆଉ ତା ପରେ ଜରୁରୀକାଳୀନ ଅବତରଣ ପାଇଁ ପାଇଲଟ ଅନୁମତି ମାଗିଥିଲେ । ରବିବାର ରାତିରେ ମୁମ୍ବାଇରୁ କୋଲକାତା ଅଭିମୁଖେ ଉଡ଼ାଣ ଭରିଥିବା ସ୍ପାଇସଜେଟର ବିମାନ SG670 ମଝି ଆକାଶରେ ଇଞ୍ଜିନ୍ ଫେଲ୍ ମାରିଥିଲା । ପାଇଲଟ୍ କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲକୁ ଇଞ୍ଜିନ୍ ଫେଲ୍ ବିଷୟରେ ଜଣାଇଥିଲେ ଏବଂ ଜରୁରୀକାଳୀନ ଅବତରଣ ପାଇଁ ଅନୁମତି ମାଗିଥିଲେ । ଆଉ ଏହା ପରେ ATC ତୁରନ୍ତ ପାଇଲଟ୍ଙ୍କ ଅନୁରୋଧକୁ ରକ୍ଷା କରିଥିଲେ ଏବଂ କୋଲକାତା ବିମାନବନ୍ଦରରେ ସମ୍ପୂର୍ଣ୍ଣ ଏମର୍ଜେନ୍ସୀ ଘୋଷଣା କରାଯାଇଥିଲା । ବିମାନ ବନ୍ଦର ପରିସରରେ ଅଗ୍ନିଶମ ବାହିନୀ, ଆମ୍ବୁଲାନ୍ସ ଏବଂ ରେସ୍କ୍ୟୁ ଟିମ୍ ନିୟୋଜିତ ହୋଇଥିଲେ ।
ଦକ୍ଷିଣ କୋଲକାତାର ଯାଦବପୁର, ଗାରିଆ, ବାଘାଜତିନ୍, ଧାକୁରିଆ, କାଳିକାପୁର, ରୁବି ଏବଂ ବିମାନବନ୍ଦରର ଆଖପାଖ ଅଞ୍ଚଳର ସ୍ଥାନୀୟ ବାସିନ୍ଦାଙ୍କ କହିବାନୁଯାୟୀ, ବିମାନଟି ବହୁତ କମ୍ ଉଚ୍ଚରେ ଉଡ଼ୁଥିଲା ଏବଂ ଇଞ୍ଜିନ୍ରୁ ଜୋରରେ ଶବ୍ଦ ଶୁଣାଯାଉଥିଲା । ଏହି ବିମାନଟି କୋଲକାତା ବିମାନବନ୍ଦରରେ ଅବତରଣ କରିବାକୁ ସଂଘର୍ଷ କରୁଥିଲା ।
ସେପଟେ ବିମାନବନ୍ଦର ଅଧିକାରୀମାନେ କହିଛନ୍ତି ଯେ ରବିବାର ରାତି ୧୧:୩୮ରେ ସିଙ୍ଗିଲ୍ ଇଞ୍ଜିନ୍ ସହିତ ବିମାନଟି ସୁରକ୍ଷିତ ଅବତରଣ କରିଥିଲା ଏବଂ ଏହାର କିଛି ସମୟ ପରେ ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ପ୍ରତ୍ୟାହାର କରାଯାଇଥିଲା। ସ୍ପାଇସଜେଟ୍ ବିମାନରେ ଥିବା ସମସ୍ତ ଯାତ୍ରୀ ଏବଂ କର୍ମଚାରୀ ସୁରକ୍ଷିତ ଅଛନ୍ତି ବୋଲି ବିମାନବନ୍ଦର ଅଧିକାରୀ କହିଛନ୍ତି ।
ସ୍ପାଇସଜେଟ୍ ଏକ ବିବୃତ୍ତି ଜାରି କରି କହିଛି, 'ଫ୍ଲାଇଟ୍ SG670ରେ ଏକ ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଥିଲା । କିନ୍ତୁ ପ୍ରଶିକ୍ଷିତ କ୍ରୁ ବିମାନକୁ ସୁରକ୍ଷିତ ଭାବେ ଲ୍ୟାଣ୍ଡିଂ କରିଥିଲେ । ଯାତ୍ରୀଙ୍କ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା ।"
କୋଲକାତା ବିମାନବନ୍ଦର ନିର୍ଦ୍ଦେଶକ କହିଛନ୍ତି, 'ଆମ ଟିମ୍ ତୁରନ୍ତ ପ୍ରତିକ୍ରିୟା ପ୍ରକାଶ କରିଥିଲା। ସମସ୍ତ ପ୍ରୋଟୋକଲ ପାଳନ କରାଯାଇଥିଲା ଏବଂ ବିମାନ ସୁରକ୍ଷିତ ଭାବରେ ଅବତରଣ କରିଥିଲା।" ତେବେ କାହିଁକି ବିମାନର ଇଞ୍ଜିନ୍ରେ ଯାନ୍ତ୍ରିକ ତ୍ରୁଟି ଦେଖାଗଲା ତାହା ଜାଣିବା ପାଇଁ ଅବତରଣ ପରେ ଟେକ୍ନିସିଆନଙ୍କ ଏକ ଟିମ୍ ସ୍ପାଇସ୍ଜେଟ୍ ବିମାନର ଯାଞ୍ଚ କରିଥିଲା
ପୂର୍ବରୁ, ଅକ୍ଟୋବର ୨୩ ତାରିଖରେ ଦିଲ୍ଲୀରୁ ପାଟନା ଯାଉଥିବା ସ୍ପାଇସଜେଟ୍ ବିମାନକୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଫେରିବାକୁ ପଡିଥିଲା । ଏୟାରଲାଇନ୍ସ ଏକ ବିବୃତ୍ତିରେ କହିଥିଲା, "ଦିଲ୍ଲୀରୁ ପାଟନା ଯାଉଥିବା ବିମାନ SG-497 ନିର୍ଦ୍ଧାରିତ ସମୟରେ IGI ବିମାନବନ୍ଦରରୁ ଉଡ଼ାଣ ଭରିଥିଲା । ତେବେ ଏହି ସମୟରେ ପାଇଲଟ୍ କଣ୍ଟ୍ରୋଲ ପ୍ୟାନେଲରେ ଏକ ଯାନ୍ତ୍ରିକ ତ୍ରୁଟି ସଙ୍କେତ ପାଇଥିଲେ, ଯାହା ପରେ ପାଇଲଟ୍ ବିମାନକୁ ଦିଲ୍ଲୀ ଫେରାଇ ଆଣିଥିଲେ । ଏହି ବିମାନରେ କ୍ୟାବିନ୍ କ୍ରୁଙ୍କ ସହ ମୋଟ ୧୬୦ ଜଣ ଯାତ୍ରୀ ଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories