|
logo
Live

Argus News - ଶ୍ରୀନଗର ବିମାନବନ୍ଦରରେ ୨ ଆମେରିକୀୟ ଅଟକ, ଯାଞ୍ଚ ବେଳେ ମିଳିଲା ସାଟେଲାଇଟ୍ ଫୋନ୍

National

Satellite Phone Alert / ଶ୍ରୀନଗର ବିମାନବନ୍ଦରରେ ୨ ଆମେରିକୀୟ ଅଟକ, ଯାଞ୍ଚ ବେଳେ ମିଳିଲା ସାଟେଲାଇଟ୍ ଫୋନ୍

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଶ୍ରୀନଗର ବିମାନବନ୍ଦରରେ ୨ ଆମେରିକୀୟ ଅଟକ, ଯାଞ୍ଚ ବେଳେ ମିଳିଲା ସାଟେଲାଇଟ୍ ଫୋନ୍
Srinagar Airport Alert

Key Points

ଶ୍ରୀନଗର ବିମାବନ୍ଦରରେ ଯାଞ୍ଚ ବେଳେ ଆମେରିକୀୟ ନାଗରିକଙ୍କ ଠାରୁ ସାଟେଲାଇଟ୍ ଫୋନ୍ ମିଳିଛି । ତେବେ ସ୍ପଷ୍ଟ ହୋଇନାହିଁ ଦୁଇ ଆମେରିକୀୟ କେଉଁଥିପାଇଁ ଶ୍ରୀନଗର ଆସିଥିଲେ ଏବଂ କାହିଁକି ନିଜ ପାଖରେ ସାଟେଲାଇଟ୍ ଫୋନ୍ ରଖିଥିଲେ ।
ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ହଲଚଲ । ଆଲର୍ଟରେ ସେନା । ଶ୍ରୀନଗରରେ ଆମେରିକୀୟ ନାଗରିକଙ୍କ ଠାରୁ ମିଳିଲା ସାଟେଲାଇଟ୍ ଫୋନ୍ । ଶ୍ରୀନଗର ବିମାନବନ୍ଦରରେ ଯାଞ୍ଚ ବେଳେ ଆମେରିକୀୟ ନାଗରିକଙ୍କ ଠାରୁ ସାଟେଲାଇଟ୍ ଫୋନ୍ ମିଳିଛି ।

ମିଳିଥିବା ସାଟେଲାଇଟ୍ ଫୋନ୍ ଗାର୍ମିନ କମ୍ପାନୀର ବୋଲି ଜଣାପଡ଼ିଛି । ସାଟେଲାଇଟ୍ ଫୋନ୍ ମିଳିବା ପରେ ୨ ଆମେରିକୀୟ ନାଗରିକଙ୍କୁ ବିମାନବନ୍ଦରର ସୁରକ୍ଷାକର୍ମୀ ପଚରାଉଚରା କରିଛନ୍ତି । ତେବେ ସନ୍ତୋଷଜନକ ଉତ୍ତର ନ ମିଳିବାରୁ ଉଭୟଙ୍କୁ ପୋଲିସ ହସ୍ତାନ୍ତର କରାଯାଇଛି ।

ଏଥିସହ ପଢ଼ନ୍ତୁ: ଧର୍ମ ବଦଳାଇ ବାହା ହୋଇଥିଲେ: ଅନୁତାପରେ ମୃତ୍ୟୁକୁ ବାଛିନେଲେ...

ସାଟେଲାଇଟ୍ ଫୋନ୍ ମିଳିଥିବା ଆମେରିକୀୟ ନାଗରିକଙ୍କ ନାଁ ହେଉଛି ଜେଫରି ସ୍କଟ୍ । ଜେଫରି ଓ ଅନ୍ୟ ଜଣେ ଆମେରିକୀୟ ନାଗରିକ ଶ୍ରୀନଗର ବିମାନବନ୍ଦରରେ ଓହ୍ଲାଇବା ପରେ ଯାଞ୍ଚ ବେଳେ ସାଟେଲାଇଟ୍ ଫୋନ୍ ମିଳିଛି ।

ଜେଫରି ସ୍କଟ୍ କିଏ ?

ବିମାନବନ୍ଦରରେ ଯେଉଁ ଆମେରିକୀୟଙ୍କ ବ୍ଯାଗ୍‌ରୁ ସାଟେଲାଇଟ୍ ଫୋନ୍ ମିଳିଛି ତାଙ୍କ ନାଁ ହେଉଛି ଜେଫରି ସ୍କଟ୍ । ସେ ଆମେରିକାର ମୋଣ୍ଟାନା ରାଜ୍ୟର ବାସିନ୍ଦା । ମୋଣ୍ଟାନା ହେଉଛି ଆମେରିକାର ଏକ ପାହାଡ଼ି ରାଜ୍ୟ । ତେବେ ସ୍ପଷ୍ଟ ହୋଇନାହିଁ ଦୁଇ ଆମେରିକୀୟ କେଉଁଥିପାଇଁ ଶ୍ରୀନଗର ଆସିଥିଲେ ଏବଂ କାହିଁକି ନିଜ ପାଖରେ ସାଟେଲାଇଟ୍ ଫୋନ୍ ରଖିଥିଲେ ।

ତେବେ ସାଟେଲାଇଟ୍ ଫୋନ୍ ମିଳିବା ନୂଆ କଥା ନୁହେଁ । ପୂର୍ବରୁ ଦେଶର ଭିନ୍ନ ଭିନ୍ନ ବିମାନବନ୍ଦରରେ ସାଟେଲାଇଟ୍ ଫୋନ୍ ମିଳିଛି । ଅନେକ ସମୟରେ ବିଦେଶୀ ନାଗରିକ ଅଜାଣତରେ ଭାରତରେ ପ୍ରତିବନ୍ଧିତ ସାଟେଲାଇଟ୍ ଫୋନ୍ ନେଇ ଆସିଥାନ୍ତି । କିନ୍ତୁ କାଶ୍ମୀର ଭଳି ସମ୍ବେଦନଶୀଳ ଅଞ୍ଚଳରେ ସାଟେଲାଇଟ୍ ଫୋନ୍ ମିଳିବାକୁ ସୁରକ୍ଷା ଏଜେନ୍ସି ଗମ୍ଭୀରତାର ସହ ନେଇଛନ୍ତି ।

ସାଟେଲାଇଟ୍ ଫୋନ୍ ନେଇ ଭାରତରେ ନିୟମ କ'ଣ ?

DoT ଓ ଭାରତୀୟ ଦୂତାବାସ ଅନୁସାରେ, ଭାରତରେ ଥୁରାୟା ଅଥବା ଇରିଡିୟମ୍ ଭଳି ସାଟେଲାଇଟ୍ ଫୋନ୍ ସମ୍ପୂର୍ଣ୍ଣ ବ୍ୟାନ୍ ଅଟେ । ବିଶେଷକରି ବିଦେଶୀ ନାଗରିକ ଏହାର ବ୍ୟବହାର ଭାରତରେ କରି ପାରିବେ ନାହିଁ ।

ଏଥିସହ ପଢ଼ନ୍ତୁ: ସକାଳୁ ସକାଳୁ କାଟିଦେଲା ଯମଜ ଝିଅଙ୍କ ତଣ୍ଟି; ପୁଣି ପୋଲିସକୁ ଫୋନ୍ କରି କହିଲା...

ଯଦି କୌଣସି ବ୍ୟକ୍ତି ନିଜ ସହ କିମ୍ବା ବ୍ୟାଗରେ ନେଇ ଆସନ୍ତି ତାହେଲେ ତାଙ୍କୁ ତୁରନ୍ତ ବିମାନବନ୍ଦରର କଷ୍ଟମ୍ସ ଅଧିକାରୀଙ୍କୁ ସୂଚନା ଦେବା ଆବଶ୍ୟକ । ଏଥିସହ ଏଥିପାଇଁ DoT ଲାଇସେନ୍ସ ଦରକାର । ଯଦି ଲାଇସେନ୍ସ ନଥିବ ତାହେଲେ ସାଟେଲାଇଟ୍ ଫୋନ୍‌କୁ ଜବତ କରି ନିଆଯିବ ।

ଅତି କମ୍‌ରେ ୫୦ ହଜାର ଟଙ୍କା ଜରିମାନା କରାଯାଇଥାଏ । ବିମାନବନ୍ଦରରେ ୨୪ରୁ ୭୨ ଘଣ୍ଟା ପର୍ଯ୍ୟନ୍ତ ଅଟକ ରଖାଯାଇପାରେ । ୩ ବର୍ଷ ଜେଲ୍ ସହ ୨ କୋଟି ପର୍ଯ୍ୟନ୍ତ ଜରିମାନାର ପ୍ରାବଧାନ ମଧ୍ୟ ରହିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Satellite Phone Alert: ଶ୍ରୀନଗର ବିମାନବନ୍ଦରରେ ୨ ଆମେରିକୀୟ ଅଟକ, ଯାଞ୍ଚ ବେଳେ ମିଳିଲା ସାଟେଲାଇଟ୍ ଫୋନ୍ | Argus News