Father Killed Twins / ସକାଳୁ ସକାଳୁ କାଟିଦେଲା ଯମଜ ଝିଅଙ୍କ ତଣ୍ଟି; ପୁଣି ପୋଲିସକୁ ଫୋନ୍ କରି କହିଲା...
·1 hour ago·2 min read

Key Points
ବାପା, ରାକ୍ଷସ ସାଜି ଦୁଇ ଝିଅଙ୍କୁ ହତ୍ୟା କରିଛି । ଆଉ ଦୁଇ ଜାଆଁଳା ଝିଅଙ୍କୁ ହତ୍ୟା ପରେ ନିଜେ ପୋଲିସକୁ ଫୋନ୍ କରି ଖବର ବି ଦେଇଛି । ରବିବାର ଭୋର୍ ସମୟରେ ଏକ ଫ୍ଲାଟରେ ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି ।
ଲକ୍ଷ୍ନୌ: ରିଦ୍ଧି ଆଉ ସିଦ୍ଧି । ଦୁଇ ଜାଆଁଳା ଝିଅ ଓ ଗୋଟିଏ ପୁଅକୁ ନେଇ ପତି, ପତ୍ନୀ ଖୁସି ଥିଲେ । ହସଖୁସିରେ ସଂସାର ଚାଲିଥିଲା । ହେଲେ ହଠାତ୍ ପତ୍ନୀଙ୍କ ଉପରେ ସନ୍ଦେହ କରିବା ଆରମ୍ଭ କରିଥିଲେ ସ୍ଵାମୀ । ଆଉ ଯାହାକୁ ନେଇ ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା । ଆଉ ସ୍ଵାମୀ, ସ୍ତ୍ରୀଙ୍କ ଝଗଡ଼ାରେ ଦୁଇ ଦୁଇଟି ନିରୀହ ଜୀବନ ଚାଲି ଯାଇଛି ।
ଉତ୍ତରପ୍ରଦେଶର କାନପୁରରେ ବାପା, ରାକ୍ଷସ ସାଜି ଦୁଇ ଝିଅଙ୍କୁ ହତ୍ୟା କରିଛି । ଆଉ ଦୁଇ ଜାଆଁଳା ଝିଅଙ୍କୁ ହତ୍ୟା ପରେ ନିଜେ ପୋଲିସକୁ ଫୋନ୍ କରି ଖବର ବି ଦେଇଛି । ରବିବାର ଭୋର୍ ସମୟରେ କାନପୁରର ଏକ ଫ୍ଲାଟରେ ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି । ଯାହା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି ।
ଏଥିସହ ପଢ଼ନ୍ତୁ: ବୃଦ୍ଧଙ୍କ ରୋମାନ୍ସରେ ଆସିଲା ଟ୍ଵିଷ୍ଟ; ଯବାନ ଗର୍ଲଫ୍ରେଣ୍ଡ ତ ମିଳିଲା କିନ୍ତୁ…
ନିଜ ହାତରେ ୧୧ ବର୍ଷୀୟ ରିଦ୍ଧି ଓ ସିଦ୍ଧିଙ୍କୁ ହତ୍ୟା କରିଛି ବାପା । ଘଟଣାରେ ପୋଲିସ ଅଭିଯୁକ୍ତ ଶଶି ରଞ୍ଜନ ମିଶ୍ରକୁ ଗିରଫ କରିଛି । ଶଶି ଜଣେ ମେଡିକାଲ୍ ରିପ୍ରେଜେଣ୍ଟେଣ୍ଟିଭ୍ ଭାବେ କାମ କରୁଥିଲେ । ନିଜ ହାତରେ ଦୁଇ ଝିଅଙ୍କ ତଣ୍ଟି କାଟି ହତ୍ୟା କରିଛନ୍ତି ।
ସ୍ତ୍ରୀଙ୍କୁ ସନ୍ଦେହ, ୨ ଝିଅଙ୍କୁ ହତ୍ୟା
କାନପୁରରେ ଏକ ବିଉଟି ପାର୍ଲରରେ କାମ କରୁଥିଲେ ରେଶ୍ମା । ସେଠାରେ ସାକ୍ଷାତ ପରେ ୨୦୧୪ରେ ରେଶ୍ମାଙ୍କୁ ଶଶି ପ୍ରେମ ବିବାହ କରିଥିଲେ । ଉଭୟଙ୍କର ୧୧ ବର୍ଷର ୨ ଝିଅ ସହ ୬ ବର୍ଷର ପୁଅ ରହିଛି । ପୋଲିସ ଅନୁସାରେ, ସ୍ତ୍ରୀ ରେଶ୍ମାଙ୍କ ଆଉ କାହା ସମ୍ପର୍କ ଥିବା ନେଇ ଶଶି ସନ୍ଦେହ କରୁଥିଲେ । ଯାହାକୁ ନେଇ ସେ ସ୍ତ୍ରୀଙ୍କୁ କହୁଥିଲେ ତୁମେ ପୁଅ ସହ ରୁହ, ମୁଁ ମୋ ଝିଅଙ୍କୁ ନେଇ ରହିବି ।
ଶଶିଙ୍କ ସନ୍ଦେହ ରେଶ୍ମାଙ୍କ ଉପରେ ଏତେ ବଢ଼ି ଯାଇଥିଲା ଯେ ସେ ଅବସାଦରେ ରହୁଥିଲେ । ଘର ଭିତରେ ଏକାଧିକ ସିସିଟିଭି କ୍ୟାମେରା ଲଗାଇଥିଲେ । ଏପରିକି ଦୁଇ ଝିଅଙ୍କ ରୁମ୍କୁ ଯିବାକୁ ସ୍ତ୍ରୀକୁ ବାରଣ କରୁଥିଲେ ।
ଶନିବାର ରାତିରେ ସମସ୍ତେ ଖାଇବା ପରେ ଶୋଇବାକୁ ଯାଇଥିଲେ । ଶଶି ମଧ୍ୟ ଦୁଇ ଝିଅଙ୍କୁ ନେଇ ଶୁଆଇ ଦେଇଥିଲେ । ଆଉ ରାତି ପ୍ରାୟ ସାଢ଼େ ୨ଟାରେ ଶଶି ଉଠିବା ସହ ଜଣେ ଝିଅକୁ ୱାଶରୁମ୍ ନେବାର କିଛି ସମୟ ପରେ ଫେରି ଲାଇଟ୍ ବନ୍ଦ କରିଥିଲେ ।
ଏଥିସହ ପଢ଼ନ୍ତୁ: ପ୍ଲଟ୍ ବ୍ୟବସାୟୀଙ୍କ ଅପହରଣର ୩ ଦିନ ପରେ ବି ମିଳୁନି ପତ୍ତା, ୮ଟି ପୋଲିସ ଟିମ୍ର ଛାନଭିନ୍
ତଣ୍ଟି କାଟିବା ପରେ ପୋଲିସକୁ ଫୋନ୍
ଏହାର ୨ ଘଣ୍ଟା ପରେ ଶଶି ନିଜେ ପୋଲିସକୁ ଫୋନ୍ କରି କହିଥିଲେ ସେ ୨ ଝିଅଙ୍କୁ ହତ୍ୟା କରି ଦେଇଛନ୍ତି । ଫୋନ୍ ପାଇ ପୋଲିସ ସଙ୍ଗେ ସଙ୍ଗେ ପହଞ୍ଚିଥିଲା । ସେତେବେଳକୁ ୨ ଝିଅଙ୍କ ରକ୍ତରେ ଭିଜୁଥିଲା ଘରର ଚଟାଣ । ବେକରୁ ବୋହୁଥିଲା ଧାର ଧାର ରକ୍ତ । ପାଖରେ ବସିଥିଲା ଜାଆଁଳା ଝିଅଙ୍କ ତଣ୍ଟି କାଟି ଦେଇଥିବା ଶଶି ।
ମାମଲାରେ ପୋଲିସ ଅଭିଯୁକ୍ତ ଶଶି ରଞ୍ଜନ ମିଶ୍ରକୁ ଗିରଫ କରି ନେଇଛି । ୨ ଝିଅଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ମାମଲାର ଅଧିକ ତଦନ୍ତ ପୋଲିସ କରୁଥିବା ସୂଚନା ଦେଇଛନ୍ତି କାନପୁର ଡେପୁଟି ପୋଲିସ କମିଶନର ଦୀପେନ୍ଦ୍ର ନାଥ ଚୌଧୁରୀ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories