Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

୨୪ ନିର୍ବାଚନ ପାଇଁ ରାଜ୍ୟ ବିଜେପିର ଜୋରଦାର ପ୍ରସ୍ତୁତି

Banajyotshna Ray
Browse all articles by Banajyotshna Ray
·2 years ago·1 min read
୨୪ ନିର୍ବାଚନ ପାଇଁ ରାଜ୍ୟ ବିଜେପିର ଜୋରଦାର ପ୍ରସ୍ତୁତି

ଅର୍ଗସ ବ୍ୟୁରୋ:  ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ସ୍ଥିର ହୋଇଛି ଟାର୍ଗେଟ୍। 2024ରେ ବିଜେପି 370 ଓ NDA 400 ପାର୍। ଏଥିସହ ରାଜ୍ୟ ପାଇଁ ଲକ୍ଷ୍ୟ, ଦେଶରେ ପୁଣି ମୋଦି ସରକାର – ଓଡ଼ିଶାରେ ବିଜେପି ସରକାର। ଡବଲ୍ ଇଞ୍ଜିନ୍ ସରକାର ଗଠନର ମିଶନ ସହ ଜୋରଦାର ଅଭିଯାନ ଆରମ୍ଭ କରିଛି ରାଜ୍ୟ ବିଜେପି। ଦଳୀୟ ଶିବିରରେ ଉତ୍ସାହ ଭରିବା ସହ ରାଜ୍ୟରେ ନିର୍ବାଚନୀ ପରିବେଶ ସରଗରମ କରିବାକୁ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ। ଶ୍ରୀକ୍ଷେତ୍ର ପୁରୀ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିବେ, ଚଣ୍ଡୀଖୋଲରେ ବିଶାଳ ଜନସଭାକୁ ସମ୍ବୋଧନ କରିବେ ନରେନ୍ଦ୍ର ମୋଦି।

ମୋଦିଙ୍କ ପୂର୍ବରୁ ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ନବରଙ୍ଗପୁର, ବ୍ରହ୍ମପୁର ଓ ବାରିପଦାରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ । ଓଡ଼ିଶାର ତିନିଟି କ୍ଲଷ୍ଟରରେ ମୋଟ 13 ଟି ଲୋକସଭା ନିର୍ବାଚନ ମଣ୍ଡଳୀକୁ ନେଇ ବିଜେପି ପକ୍ଷରୁ ରଖାଯାଇଛି ଏହି କାର୍ଯ୍ୟକ୍ରମ। ସାଧାରଣ ସଭା ସହ ବୁଥ୍ ସ୍ତରର କର୍ମକର୍ତ୍ତାଙ୍କ ଅଧିବେଶନ ଓ କର୍ମୀ ସମ୍ମିଳନୀକୁ ସମ୍ବୋଧନ କରିବେ ରାଜନାଥ ସିଂହ।

ଆସନ୍ତାକାଲି ପୂର୍ବାହ୍ନ 11ଟାରେ ନବରଙ୍ଗପୁରର ସର୍କିଟ ହାଉସ ପଡ଼ିଆରେ ରହିଛି ରାଜନାଥଙ୍କର ପ୍ରଥମ କାର୍ଯ୍ୟକ୍ରମ। ନବରଙ୍ଗପୁର ପରେ ଦିନ ସାଢ଼େ ବାରଟାରେ ବ୍ରହ୍ମପୁର ଆମ୍ବପୁଆସ୍ଥିତ ବିବେକ ବିହାର ପଡ଼ିଆରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧନ କରିବେ ପ୍ରତିରକ୍ଷା ମନ୍ତ୍ରୀ। ତା ପରେ ଅପରାହ୍ନ 4ଟାରେ ବାରିପଦା ଛଉପଡ଼ିଆ ଠାରେ ଅନୁଷ୍ଠିତ ଦଳୀୟ କର୍ମୀ ସମ୍ମିଳନୀ ଓ ଜନସଭାରେ ଯୋଗଦେବେ। ଉତ୍ତର ଓଡିଶାର ୪ଟି ସଂସଦୀୟ କ୍ଷେତ୍ରର ଦଳୀୟ କର୍ମକର୍ତ୍ତାଙ୍କୁ ବିଜୟର ମନ୍ତ୍ର ଦେବେ ରାଜନାଥ। ଓଡ଼ିଶାରେ ଲଗାତାର ବଢୁଛି ବିଜେପିର ଶକ୍ତି । ଆଉ ନିର୍ବାଚନ ପୂର୍ବରୁ ରାଷ୍ଟ୍ରୀୟ ନେତାଙ୍କ ଘନ ଘନ ଗସ୍ତ ଦଳୀୟ କର୍ମକର୍ତ୍ତାଙ୍କ ମଧ୍ୟରେ ଭରୁଛି ଅଧିକ ଉତ୍ସାହ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Sponsored
State BJP's intense preparations for the 24th election | Argus News