Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Social Media Ban / ରାଜ୍ୟ ସରକାରଙ୍କ ଛାଟ, ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍‌...

Banajyotshna Ray
Browse all articles by Banajyotshna Ray
·5 months ago·2 min read
ରାଜ୍ୟ ସରକାରଙ୍କ ଛାଟ, ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍‌...
Social Media Ban

Key Points

ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍‌
୧୬ ବର୍ଷରୁ କମ ବୟସ ପିଲା ଏହି ରାଜ୍ୟରେ ସୋସିଆଲ ମିଡିଆ ବ୍ୟବହାର କରିବେନି

ଏଣିକି ଆଉ ପିଲାମାନେ ବ୍ୟବହାର କରିପାରିବେନି ସୋସିଆଲ ମିଡିଆ। ଏହି ଦେଶରେ ପିଲାମାନଙ୍କ ସୋସିଆଲ ମିଡିଆ ବ୍ୟବହାର ଉପରେ ଲାଗିଲା ବ୍ରେକ। ଆନ୍ଧ୍ର ପ୍ରଦେଶର ଚନ୍ଦ୍ରବାବୁ ନାଇଡ଼ୁ ସରକାର ୧୬ ବର୍ଷରୁ କମ ବୟସ ପିଲାଙ୍କ ପାଇଁ ସୋସିଆଲ୍ ମିଡିଆ ଉପରେ ପ୍ରତିବନ୍ଧକ ଲଗାଇବା ଉପରେ ଯୋଜନା କରୁଛନ୍ତି । ରିଲ୍ସ ନିଶା ସମସ୍ତଙ୍କୁ ଘାରିଛି। ସେ ଛୋଟ ପିଲା ହୁଅନ୍ତୁ ଅବା ବୟସ୍କ। ଭାଇରାଲ ହେବାର ନିଶା ଏତେ ଘାରିଛି ଯେ, ଦିନ ବିତୁଛି ରିଲ୍ସରେ ଆଉ ସକାଳ ଆରମ୍ଭ ହେଉଛି ରିଲ୍ସ ଦୁନିଆରୁ। ପିଲାମାନେ ମଧ୍ୟ ପାଠ ନପଢ଼ି ଆଜିକାଲି ରିଲ୍ସ ଏବଂ ଭିଡିଓ କରିବାରେ ବ୍ୟସ୍ତ ହୋଇଯାଉଛନ୍ତି। ଯାହାକୁ ଦୃଷ୍ଟିରେ ରଖି ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି।

ରାଜ୍ୟର ଆଇଟି ମନ୍ତ୍ରୀ ନାରା ଲୋକେସ ସ୍ୱିଜରଲାଣ୍ଡର ଡାଭୋସରେ ଆୟୋଜିତ ୱାର୍ଲଡ ଇକୋନୋମିକ ଫୋରମରେ ବ୍ଲୁମବର୍ଗ ସହ ଆଲୋଚନାରେ ଏହା କହିଛନ୍ତି । ନାରା ଲୋକେସ ସ୍ପଷ୍ଟ କରିଛନ୍ତି ଯେ କମ ବୟସ ପିଲାଙ୍କୁ ସୋସିଆଲ୍ ମିଡିଆରେ ଉପଲବ୍ଧ ଅନେକ ପ୍ରକାର ସାମଗ୍ରୀକୁ ସଠିକ୍ ଭାବେ ବୁଝିପାରନ୍ତି ନାହିଁ, ଯାହା ସେମାନଙ୍କ ମାନସିକ ଓ ଭାବନାତ୍ମକ ବିକାଶ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ ।ଟିଡିପିର ରାଷ୍ଟ୍ରୀୟ ମୁଖ୍ୟପାତ୍ର ଦୀପକ ରେଡ୍ଡୀ ଏହି ପ୍ରସ୍ତାବକୁ ସମର୍ଥନ କରି କହିଛନ୍ତି, ପୂର୍ବ ସରକାର ସମୟରେ ସୋସିଆଲ୍ ମିଡିଆର ଦୁରୁପଯୋଗ ହେଉଥିଲା ଓ ମୁଖ୍ୟତଃ ମହିଳାଙ୍କ ବିରୁଦ୍ଧରେ ଆପତ୍ତିଜନକ ଓ ଅପମାନଜନକ ଆକ୍ରମଣ କରାଯାଉଥିଲା । ସେ କହିଛନ୍ତି, କମ ବୟସର ପିଲାମାନେ ଭାବନାତ୍ମକ ଭାବେ ପରିପକ୍ୱ ନଥାନ୍ତି ଏବଂ ନକାରାତ୍ମକ କଣ୍ଟେଣ୍ଟକୁ ବୁଝିପାରନ୍ତି ନାହିଁ ।

ଏଥିପାଇଁ ଆନ୍ଧ୍ର ସରକାର ଦୁନିଆର ବିଭିନ୍ନ ସ୍ଥାନରେ ଚାଲିଥିବା ଆଇନର ଅଧ୍ୟୟନ କରୁଛନ୍ତି, ଖାସକରି ଅଷ୍ଟ୍ରେଲିଆର ଅଣ୍ଡର-୧୬ ସୋସିଆଲ୍ ମିଡିଆ ଆଇନର । ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଏହି ପଦକ୍ଷେପକୁ ସରକାରୀ ନିରୀକ୍ଷଣ କିମ୍ୱା ସେନସରଶିପ ରୂପେ ନଦେଖାଯିବା ଦରକାର । ତାଙ୍କ କହିବା ଅନୁସାରେ, ଏହାର ଉଦ୍ଦେଶ୍ୟ କେବଳ ପିଲାଙ୍କୁ ବିଷକ୍ତ କଣ୍ଟେଣ୍ଟ, ଅନଲାଇନ୍ ଘୃଣା ଓ ମାନସିକ କ୍ଷତିରୁ ବଞ୍ଚାଇବା । ସେ କହିଛନ୍ତି, ଏକ ନିର୍ଦ୍ଦିଷ୍ଟ ବୟସରୁ କମ ପିଲା ଏପରି ପ୍ଲାଟଫର୍ମରେ ନରହିବା ଦରକାର । ସେମାନେ କେଉଁ ପ୍ରକାରର କଣ୍ଟେଣ୍ଟ ସଂସ୍ପର୍ଶରେ ଆସୁଛନ୍ତି, ତାହା ଜାଣିପାରନ୍ତି ନାହିଁ ।

ଏଥିସହ ପଢ଼ନ୍ତୁ: ଯଦି ଚାଚାଙ୍କର ୩୦ ଛୁଆ ହୋଇପାରୁଛି, ହିନ୍ଦୁଙ୍କର ୪ଟା କାହିଁକି ନୁହେଁ: ବାଗେଶ୍ଵର ବାବା

ଏପରି ସ୍ଥିତିରେ ଏକ ମଜଭୁତ ଆଇନଗତ ଢାଞ୍ଚାର ଆବଶ୍ୟକତା ଅଟେ । ଉଲ୍ଲେଖଯୋଗ୍ୟ ଯେ ଅଷ୍ଟ୍ରେଲିଆ ସରକାର ଗତ ମାସରେ ୧୬ ବର୍ଷରୁ କମ ବୟସ ପିଲାଙ୍କ ପାଇଁ ଟିକଟକ୍, ଏକ୍ସ, ଫେସବୁକ୍, ଇନଷ୍ଟାଗ୍ରାମ, ୟୁଟ୍ୟୁବ ଓ ସ୍ନାପଚାଟ୍ ପରି ପ୍ରମୁଖ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଉପରେ ପ୍ରତିବନ୍ଧକ ଲଗାଇଥିଲା । ଏହି ଆଇନ ଅନୁସାରେ ପିଲାମାନେ ନୂଆ ଆକାଉଣ୍ଟ ଖୋଲିପାରିବେ ନାହିଁ କିମ୍ୱା ପୁରୁଣା ଆକାଉଣ୍ଟକୁ ଚଲାଇପାରିବେ ନାହିଁ । ଆନ୍ଧ୍ର ପ୍ରଦେଶ ସରକାର ଏହି ମେଡଲରେ ଅଧ୍ୟୟନ କରୁଛନ୍ତି । ଯଦି ନିଷ୍ପତ୍ତି ଲାଗୁ ହୋଇଯାଏ, ସୋସିଆଲ୍ ମିଡିଆ ବ୍ୟବହାର ଉପରେ ଆଇନଗତ ପ୍ରତିବନ୍ଧକ ଲାଗୁ କରିବାରେ ଆନ୍ଧ୍ର ପ୍ରଦେଶ ଭାରତର ପ୍ରଥମ ରାଜ୍ୟ ହେବ ।

ଅଧିକ ପଢ଼ନ୍ତୁ ଦେଶ ଖବର: 


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Social Media Ban | Social media ban for under-16 children in Andhra | Argus News | Argus News