Ram Sutar Passes Away / ଷ୍ଟାଚ୍ୟୁ ଅଫ୍ ୟୁନିଟିର ସ୍ଥପତି ରାମ ସୁତାରଙ୍କ ପରଲୋକ, ଶହେ ବର୍ଷ ବୟସରେ ଶେଷ ନିଃଶ୍ଵାସ ତ୍ୟାଗ କଲେ
·9 months ago·2 min read

Key Points
ପ୍ରସିଦ୍ଧ ମୂର୍ତ୍ତିକାର ରାମ ସୂତାରଙ୍କ ଦେହାନ୍ତ ହୋଇଛି
୧୦୦ ବର୍ଷ ବୟସରେ ଶେଷ ନିଃଶ୍ବାସ ତ୍ୟାଗ କଲେ
ସେ ବିଶ୍ୱର ସବୁଠାରୁ ଉଚ୍ଚ ପ୍ରତିମା, ଷ୍ଟାଚ୍ୟୁ ଅଫ ୟୁନିଟି ଡିଜାଇନ କରିଥିଲେ

ପ୍ରସିଦ୍ଧ ମୂର୍ତ୍ତିକାର ରାମ ସୂତାରଙ୍କ ଦେହାନ୍ତ ହୋଇଛି। ସେ ପ୍ରାୟ ୧୦୦ ବର୍ଷ ବୟସରେ ନୋଏଡାର ସେକ୍ଟର ୧୯ସ୍ଥିତ ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସେ ବିଶ୍ୱର ସବୁଠାରୁ ଉଚ୍ଚ ପ୍ରତିମା, ଷ୍ଟାଚ୍ୟୁ ଅଫ ୟୁନିଟି ଡିଜାଇନ କରିଥିଲେ। ସମ୍ପ୍ରତି ମହାରାଷ୍ଟ୍ର ସରକାର ତାଙ୍କୁ ତାଙ୍କର ସର୍ବୋଚ୍ଚ ନାଗରିକ ପୁରସ୍କାର ‘ମହାରାଷ୍ଟ୍ର ଭୂଷଣ’ରେ ସମ୍ମାନିତ କରିଛନ୍ତି। ତାଙ୍କୁ ପୂର୍ବରୁ ପଦ୍ମଶ୍ରୀ, ପଦ୍ମଭୂଷଣ ଏବଂ ଟାଗୋର ପୁରସ୍କାର ପ୍ରଦାନ କରାଯାଇଥିଲା।
ରାମ ସୂତାର ୧୯ ଫେବୃଆରୀ ୧୯୨୫ ରେ ମହାରାଷ୍ଟ୍ରର ଧୂଲେ ଜିଲାର ଗୋଣ୍ଡୁର ଗ୍ରାମରେ ଏକ ସାଧାରଣ ବଢ଼େଇ ପରିବାରରେ ଜନ୍ମଗ୍ରହଣ କରିଥିଲେ। ପିଲାଦିନରୁ ତାଙ୍କର କଳା ପ୍ରତି ଗଭୀର ଆଗ୍ରହ ଥିଲା। ତାଙ୍କ ପ୍ରତିଭାକୁ ତାଙ୍କ ଗୁରୁ ରାମକୃଷ୍ଣ ଜୋଶୀ ସ୍ବୀକୃତି ଦେଇଥିଲେ ଏବଂ ତାଙ୍କୁ ମୁମ୍ବାଇର ପ୍ରତିଷ୍ଠିତ ଜେ.ଜେ. କଳା ବିଦ୍ୟାଳୟରେ ନାମ ଲେଖାଇବାକୁ ଉତ୍ସାହିତ କରିଥିଲେ। ଏହିଠାରୁ ତାଙ୍କର ମୂର୍ତ୍ତି ର୍ନିମାଣ ଯାତ୍ରା ଆରମ୍ଭ ହୋଇଥିଲା, ଯାହା ପରେ ତାଙ୍କୁ ଅନ୍ତର୍ଜାତୀୟ ଖ୍ୟାତି ପ୍ରଦାନ କରିଥିଲା।
ଏହାସହ ପଢ଼ନ୍ତୁ: ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ପଢ଼ିବେ ଛାତ୍ରଛାତ୍ରୀ
୧୯୫୯ ମସିହାରେ, ରାମ ସୂତାର ଦିଲ୍ଲୀ ଆସି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟରେ କାମ କରିବା ଆରମ୍ଭ କରିଥିଲେ। ତଥାପି, କଳା ପ୍ରତି ତାଙ୍କର ସମର୍ପଣ ଏତେ ଗଭୀର ଥିଲା ଯେ ସେ କିଛି ସମୟ ପରେ ସରକାରୀ ଚାକିରି ଛାଡି ମୂର୍ତ୍ତିକଳା ପାଇଁ ତାଙ୍କ ଜୀବନକୁ ସମ୍ପୂର୍ଣ୍ଣ ଭାବରେ ଉତ୍ସର୍ଗ କରିଥିଲେ। ୧୯୬୧ରେ, ଗାନ୍ଧୀ ସାଗର ଡ୍ୟାମରେ ତାଙ୍କର ୪୫ ଫୁଟ ଉଚ୍ଚ ଦେବୀ ଚମ୍ବଲଙ୍କ ପ୍ରତିମୂର୍ତ୍ତି ତାଙ୍କୁ ଜାତୀୟ ସ୍ତରରେ ପରିଚିତି ଆଣିଥିଲା। ପରବର୍ତ୍ତୀ ସମୟରେ ସେ ସଂସଦ ଭବନ ପରିସରରେ ଗୋବିନ୍ଦ ବଲ୍ଲଭ ପନ୍ତଙ୍କ ଜୀବନ ଆକାର ପ୍ରତିମୂର୍ତ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ କୃତି ସୃଷ୍ଟି କରିଥିଲେ।
ଏହାସହ ପଢ଼ନ୍ତୁ: ଦିଲ୍ଲୀରେ ୫୦ % କର୍ମଚାରୀଙ୍କ ପାଇଁ 'ଓ୍ବାର୍କ ଫ୍ରମ୍ ହୋମ୍' ବାଧ୍ୟତାମୂଳକ, ନିୟମ ନ ମାନିଲେ ଭରିବେ ଜରିମାନା
ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମୂର୍ତ୍ତି କଳାରେ ରାମ ସୁତାରଙ୍କ କାଳଜୟୀ ଯୋଗଦାନ ପାଇଁ ତାଙ୍କୁ ୧୯୯୯ରେ ପଦ୍ମଶ୍ରୀ ଓ ୨୦୧୬ରେ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। ମହାରାଷ୍ଟ୍ର ସରକାର ତାଙ୍କୁ ସର୍ବୋଚ୍ଚ ସମ୍ମାନ ମହାରାଷ୍ଟ୍ର ଭୂଷଣ ପୁରସ୍କାରରେ ସମ୍ମାନିତ କରିଥିଲେ। ରାମ ସୁତାରଙ୍କ ପରଲୋକରେ କଳା ଓ ସାଂସ୍କୃତିକ ଜଗତର ଅପୂରଣୀୟ କ୍ଷତି ହୋଇଛି। ତାଙ୍କର ଅନନ୍ୟ କୃତ୍ତି ଏବଂ ଧରୋହର ପରବର୍ତ୍ତୀ ପିଢି ପାଇଁ ପ୍ରେରଣା ଦେବ।
Related Topics
Explore more stories