Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବେଙ୍ଗାଲୁରୁରେ କଡା ନିୟମ : ବନ୍ଦ ରହିବ ସ୍କୁଲ, ଧୋଇ ପାରିବେନି କାର୍

Jitendra Dash
Browse all articles by Jitendra Dash
·2 years ago·1 min read
ବେଙ୍ଗାଲୁରୁରେ କଡା ନିୟମ : ବନ୍ଦ ରହିବ ସ୍କୁଲ, ଧୋଇ ପାରିବେନି କାର୍

ଅର୍ଗସ ବ୍ୟୁରୋ : ପୁଣି ଦେଶରେ ଦେଖାଦେଲା ଜଳ ସଂକଟ । ଆଗକୁ ଆହୁରି ଖରା ଅଛି । ହେଲେ ତା ପୂର୍ବରୁ କର୍ଣ୍ଣାଟକର ବଡ ସହର ବେଙ୍ଗାଲୁରୁରେ ଦେଖାଯାଇଛି ଜଳ ସଙ୍କଟ । ସହର ପାଇଁ ଯେତିକି ଜଳ ଆବଶ୍ୟକ ତାହା ଧିରେ ଧିରେ କମି ଯାଉଛି । ସ୍ଥିତି ଏପରି ହେଲାଣି ଯେ ଏବେ ସ୍କୁଲ, କୋଚିଂ ସେଣ୍ଟର ବନ୍ଦ ହେବା ଉପରେ । ସ୍କୁଲରେ ଟୋପେ ପାଣି ନଥିବାରୁ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହାରି ଭିତରେ ପ୍ରଶାସନ ପକ୍ଷରୁ ମଧ୍ୟ କଟକଣା ଲଗାଯାଇଛି ।

ନିୟମ ଅନୁସାରେ କେହି ପାଣିରେ କାର ଧୋଇପାରିବେ ନାହିଁ କି ଗଛରେ ପାଣି ଦେଇପାରିବେ ନାହିଁ । ଏହାସହ ନିର୍ମାଣ କାର୍ଯ୍ୟ ଉପରେ ମଧ୍ୟ ଲାଗିଛି କଟକଣା । ଯଦି କାହାକୁ ଏଭଳି ନିର୍ଦ୍ଦେଶ ଉଲଂଘନ କରିବାରେ ଜଣାପଡେ କିମ୍ବା କୌଣସି ସ୍ଥାନରେ ନିର୍ମାଣ କାର୍ଯ୍ୟରେ ପାଣିର ବ୍ୟବହାର ହେଉଥିବା ଦେଖାଯାଏ ତେବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସମ୍ପୃକ୍ତ ବ୍ୟକ୍ତିଙ୍କୁ ୫ ହଜାର ଟଙ୍କାର ଜରିମାନା ଦେବାକୁ ପଡିବ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି ।

ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କେବଳ ବେଙ୍ଗାଲୁରୁ ସହର ପାଇଁ ଦୈନିକ ୨୬୦୦ରୁ ୨୮୦୦ନିୟୁତ ଲିଟର ପାଣିର ଆବଶ୍ୟକତା ରହିଛି । ମାତ୍ର ଏବେ ୧୫୦୦ନିୟୁତ ଲିଟର ପାଣିର ଅଭାବ ଦେଖାଦେଇଛି । ଘରୋଇ ଟ୍ୟାଙ୍କର ମାଲିକ ଏହାର ଫାଇଦା ଉଠାଉଛନ୍ତି। ଗୋଟିଏ ଟ୍ୟାଙ୍କର ପାଣି ପାଇଁ ୩ରୁ ୪ଦିନ ଅପେକ୍ଷା କରିବାକୁ ପଡୁଥିବା ବେଳେ ଏଥିପାଇଁ ଅଧିକ ଅର୍ଥ ଦେବାକୁ ପଡୁଛି । ସହର ଏବଂ ଏହାର ଆଖପାଖ ଅଂଚଳରେ ଥିବା ପ୍ରାୟ ୩ ହଜାରରୁ ଅଧିକ ବୋରୱେଲ ଶୁଖିଯାଇଛି । 

Sponsored
Stop Using Drinking Water For These Activities In Bengaluru Or Pay ₹ 5,000 | Argus News