Videos
|
Odisha

Orangutans Healthy / ନନ୍ଦନକାନନରେ ସୁସ୍ଥ ଅଛନ୍ତି ୫ ଓରାଙ୍ଗଉଟାନ, ଖାଦ୍ୟ ବଢାଇବା ପାଇଁ ପରାମର୍ଶ ଦେଲେ ଟେକନିକାଲ ଟିମ୍

Bikash Mohanty
Browse all articles by Bikash Mohanty
·58 mins ago·2 min read
ନନ୍ଦନକାନନରେ ସୁସ୍ଥ ଅଛନ୍ତି ୫ ଓରାଙ୍ଗଉଟାନ, ଖାଦ୍ୟ ବଢାଇବା ପାଇଁ ପରାମର୍ଶ ଦେଲେ ଟେକନିକାଲ ଟିମ୍
Orangutans

Key Points

ନନ୍ଦନକାନନରେ ସୁସ୍ଥ ଅଛନ୍ତି ୫ ଓରାଙ୍ଗଉଟାନ
ଖାଦ୍ୟ ବଢାଇବା ପାଇଁ ପରାମର୍ଶ
ପରାମର୍ଶ ଦୋଲେ ଟେକନିକାଲ ଟିମ୍ ସଦସ୍ୟ
ଭୋଗରାଇ ଜଙ୍ଗଳରୁ ୫ଟି ଓରାଙ୍ଗଉଟାନ ଶାବକ ଉଦ୍ଧାର ହୋଇଥିଲେ 
ଭୁବନେଶ୍ବର,୨୦/୦୯: ବାଲେଶ୍ବର ଭୋଗରାଇ ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ ଓରାଙ୍ଗଉଟାନ୍ ଶାବକଙ୍କ ସ୍ୱାସ୍ଥ୍ୟ ନେଇ ଆସିଛି ଆଶ୍ୱସ୍ତିକର ଖବର। ସମସ୍ତ ଶାବକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ସ୍ଥିର ଥିଲା ଏବଂ ସମସ୍ତେ ସ୍ୱାଭାବିକ ଭାବେ ଖାଦ୍ୟ ଗ୍ରହଣ କରୁଛନ୍ତି।ଥର୍ମାଲ୍ କ୍ୟାମେରା ମାଧ୍ୟମରେ ଶାବକମାନଙ୍କ ଶରୀର ତାପମାତ୍ରା ଯାଞ୍ଚ କରାଯାଇଛି।ସେମାନଙ୍କ ଖାଦ୍ୟ ବଢାଇବା ପାଇଁ ପରାମର୍ଶ ଦେଇଛନ୍ତି ଟେକନିକାଲ ଟିମ୍ ସଦସ୍ୟ।

ଆଉ ବଢ଼ିବ ଯତ୍ନ। କ୍ୱାରେଣ୍ଟାଇନ୍ ଫାସିଲିଟିକୁ ଟେକ୍ନିକାଲ୍ କମିଟିର ସଦସ୍ୟ ଡା. ଅଭିଜିତ ଭୱାଲ୍, ଦିଲ୍ଲୀ ଜୁ’ର ଭେଟେରିନାରୀ ଅଫିସର ଏବଂ WII ଦେହରାଦୁନ୍‌ର ୱାଇଲ୍ଡଲାଇଫ୍ ଭେଟେରିନାରିଆନ୍ ଡା. ସନଥ କୃଷ୍ଣ ମୁଲିଆ ପରିଦର୍ଶନ କରି ଶାବକମାନଙ୍କୁ ପରୀକ୍ଷା କରିଛନ୍ତି। ବିଶେଷଜ୍ଞମାନେ ଧୀରେ ଧୀରେ ଖାଦ୍ୟର ପରିମାଣ ବଢ଼ାଇବା ସହ ସଲିଡ୍ ଫୁଡ୍ ଡାଏଟ୍‌ରେ ସାମିଲ କରିବାକୁ ପରାମର୍ଶ ଦେଇଛନ୍ତି।

ଦିଲ୍ଲୀ ଚିଡିଆଖାନାରୁ ଆସିଥିବା ଭେଟନାରୀ ଅଧିକାରୀ ଡକ୍ଟର ଅଭିଜିତ ଭାବଲ ଏବଂ ଡାକ୍ତର ସନତ କ୍ରୀଷ୍ଣା ମୂଲୀୟ ଡେରାଡ଼ୁରୁ ଆସି ଗତକାଲି ଶାବକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରିଛନ୍ତି। ପାଣି ଖାଦ୍ୟ ସହ ସଲିଡ଼ ଫୁଡ଼ ଧୀରେ ଧୀରେ ଦେବା ପାଇଁ ପରାମର୍ଶ ଦେଇଛନ୍ତି ଟେକନିକାଲ ଟିମ୍। ଏହା ଛଡା କୃମି ନାଶ ପାଇଁ ଔଷଧ ଦେବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ଓରାଙ୍ଗଉଟାନ ଶାବକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ୱାଭାବିକ ଅଛି ବୋଲି ଟେକନିକାଲ ଟିମ୍ ସଦସ୍ୟ କହିଛନ୍ତି।

ଏହି ଓରାଙ୍ଗଉଟାନ୍‌ ନିରୀହ ଛୁଆଙ୍କ ନାଚକୁଦକୁ ସ୍ୱଚକ୍ଷୁରେ ଦେଖିବାକୁ ବ୍ୟଗ୍ର ସଭିଏଁ । ମଙ୍ଗଳବାର ରାତିରୁ ନନ୍ଦନକାନନର ଏକ ଅସ୍ଥାୟୀ ସଦସ୍ୟ ପାଲଟିଛନ୍ତି ଇଣ୍ଡୋନେସିଆର ଏହି ବିଲୁପ୍ତ ବିରଳ ପ୍ରାଣୀ । ପ୍ରାଣୀ ଉଦ୍ୟାନର ପ୍ରବେଶ ପଥର ବାମପାର୍ଶ୍ୱରେ ୩୦୦ ମିଟର ଦୂରରେ ଥିବା ସଂଗରୋଧ ପ୍ରାଣୀ ଚିକିତ୍ସାଳୟ କଡ଼ରେ ଥିବା ଶିଶୁ ଲାଳନପାଳନ କେନ୍ଦ୍ର/ହ୍ୟାଣ୍ଡ ରିଅରିଂ ସେଣ୍ଟର(ଏଚ୍‌ଆର୍‌ସି)ରେ ରଖାଯାଇଛି । ସେହି ଅଞ୍ଚଳଟି ଏବେ ପୂରା ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ଜଣେ ବି ପର୍ଯ୍ୟଟକଙ୍କୁ ଭିତରକୁ ଛଡ଼ାଯାଉନି । ଏମିତିକି ନନ୍ଦନକାନନର ଅଧିକାଂଶ କର୍ମଚାରୀଙ୍କୁ ମଧ୍ୟ ପୂରାଯାଉନି । ଯାହା କିଛି ଉପରିସ୍ଥ ଅଧିକାରୀ, କେୟାରଟେକର ଓ ସ୍ୱାସ୍ଥ୍ୟ ବିଶେଷଜ୍ଞ ହିଁ ଓରାଙ୍ଗଉଟାନ୍‌କୁ ପାଖକୁ ଯାଇପାରୁଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ସହକର୍ମୀଙ୍କୁ ଯୌନ ଶୋଷଣ ମାମଲା, ୧୫ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦିଅ

ଗାଇଡ୍‌ଲାଇନ୍‌ ଅନୁସାରେ, ଏମାନେ ପ୍ରଥମେ ପଟାସ ପାଣିରେ ଗୋଡ଼ ଧୋଉଛନ୍ତି । ଯାହାଦ୍ୱାରା ଜୀବାଣୁ କି ସଂକ୍ରମଣ ହେବନି । ଏହାପରେ ହାତ, ଗୋଡ଼ରେ ଗ୍ଲୋବ୍‌ସ ଓ ମୁହଁରେ ମାସ୍କ ପିନ୍ଧି ସେମାନେ ଉକ୍ତ ଗୃହ ଭିତରକୁ ପଶୁଛନ୍ତି । ସଂଗରୋଧ ଗୃହ ବାହାରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡି଼ କରାଯାଇଛି । ୩ଟି ସିଫ୍ଟରେ ଏକାଧିକ ସୁରକ୍ଷାକର୍ମୀ ଜଗିଛନ୍ତି । ନନ୍ଦନକାନନର ବାମପାଶ୍ୱର୍ର ବାଘ ଲାଇନ୍‌ ରାସ୍ତା ଏବେ ଅଧିକ ଚର୍ଚ୍ଚାରେ । ସଂଗରୋଧ ଗୃହକୁ ପ୍ରବେଶ ନିଷେଧ ସତ୍ତେ୍ୱ ସେଠାରେ ଲୋକଙ୍କ ଭିଡ଼ ଜମୁଛି ।

ପୂର୍ବରୁ ଅଧିକାଂଶ ଦର୍ଶକ ସେଠାକୁ ଚାଲିକି ଯିବାକୁ ପସନ୍ଦ କରୁନଥିଲେ । କିନ୍ତୁ ଏବେ ଅନେକ ଚାଲିକି ଯାଉଛନ୍ତି । କିଛି ସମୟ ଚକ୍କର କାଟୁଛନ୍ତି । ସିକ୍ୟୁରିଟି ଗାର୍ଡ କିମ୍ବା ଗାଇଡ୍‌ମାନଙ୍କୁ ନୂଆ ଅତିଥି ବିଷୟରେ ପଚରି ବୁଝୁଛନ୍ତି । ଏମିତିକି କିଛି କିଛି ବାହାରପଟୁ ସେହି ସଂଗରୋଧ ଗୃହର ଫଟୋ ଓ ଭିଡିଓ ଉତ୍ତୋଳନ କରୁଛନ୍ତି । ଆଉ ମନ ଉଣା କରି ଫେରିଯାଉଛନ୍ତି । ଆଶା ରଖିଛନ୍ତି, ଦିନେ ନା ଦିନେ କୁନି ଓରାଙ୍ଗଉଟାନ୍‌କୁ ଡିସ୍‌ ପ୍ଲେ ପାଇଁ ରଖାଯିବ । ଆଉ ଦର୍ଶକମାନଙ୍କ ମନୋରଞ୍ଜନର ଖୋରାକ ଯୋଗାଇବ । ୨୦୦୩ ମସିହାରୁ ୨୦୧୯ ଯାଏ ଓରାଙ୍ଗଉଟାନ୍‌ ‘ବିନି’ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ କରାଯାଉଥିଲା । ବିନି ମରିଗଲା ପରେ ୬ ବର୍ଷ ଧରି ଓରାଙ୍ଗଉଟାନ୍‌ ଶୂନ୍ୟ ହୋଇଯାଇଥିଲା ନନ୍ଦନକାନନ ।