|
logo
Live

Argus News - ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାରକୁ ଦୃଢ଼ ବିରୋଧ

National

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାରକୁ ଦୃଢ଼ ବିରୋଧ

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାରକୁ ଦୃଢ଼ ବିରୋଧ

Key Points

  • ସାରା ବିଶ୍ବରେ ତେଜୁଛି ପ୍ରତିବାଦର ସ୍ବର
  • ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାରକୁ ଦୃଢ଼ ବିରୋଧ
  • ଦେଖି ପାରୁଛନ୍ତି ତ ୟୁନୁସ ସରକାର ?
  • ବାଂଲାଦେଶରେ ୮୮ଟି ସ୍ଥାନରେ ହିନ୍ଦୁଙ୍କ ଉପରେ ଆକ୍ରମଣ 
  • ସଂଖ୍ୟାଲଘୁଙ୍କ ସୁରକ୍ଷା ପ୍ରତି ଆଖି ବୁଜି ଦେଇଛନ୍ତି ବାଂଲା ସରକାର

ଅର୍ଗସ ବ୍ୟୁରୋ :  ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ । ଢାକା ସ୍ଥିତ ଭାରତ ହାଇକମିଶନରଙ୍କ ଚେତାବନୀ ପରେ ବି ବଦଳିନି ସ୍ଥିତି । ଖୋଦ୍ ବାଂଲାଦେଶ ସରକାରଙ୍କ ରିପୋର୍ଟ ଅନୁସାରେ ଅଗଷ୍ଟ 5ରୁ ଅକ୍ଟୋବର 22 ମଧ୍ୟରେ 88ଟି ସ୍ଥାନରେ ହୋଇଛି ହିନ୍ଦୁଙ୍କ ଉପରେ ଆକ୍ରମଣ । ଭାରତ ସମେତ ସାରା ବିଶ୍ବରେ ହିନ୍ଦୁ ସୁରକ୍ଷାକୁ ତେଜୁଛି ସ୍ବର । ଗତ 9 ତାରିଖରେ ବୈଦେଶିକ ସଚିବ ବିକ୍ରମ ମିସ୍ତ୍ରି ବାଂଲାଦେଶ ପ୍ରତିପକ୍ଷଙ୍କ ସହ ହିନ୍ଦୁ ସୁରକ୍ଷା ନେଇ ଆଲୋଚନା କରିଛନ୍ତି । କିନ୍ତୁ କ୍ଷମତା ଲୋଭରେ ହିନ୍ଦୁ ବିରୋଧୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ତ ଦୂରର କଥା ହିଂସା ରୋକିବାକୁ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି ୟୁନୁସ ସରକାର । ପ୍ରତିବାଦରେ ଟରୋଣ୍ଟୋସ୍ଥିତ ବାଂଲାଦେଶ କନସୁଲେଟ୍ ସମ୍ମୁଖରେ ତୀବ୍ର ବିକ୍ଷୋଭ କରିଛି ହିନ୍ଦୁ ସଂଗଠନ ।  ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣକୁ ଦୃଢ଼ ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି ଜୋର ଧରିଛି ।

ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଗାଦିଚ୍ୟୁତ ହେବା ପରଠାରୁ ବାଂଲାଦେଶରେ ହିନ୍ଦୁଙ୍କୁ ଟାର୍ଗେଟ୍ କରାଯାଉଛି । ଗତ ମାସରେ ବାଂଲାଦେଶର ହିନ୍ଦୁ ନେତା ତଥା ଇସ୍କନ ସାଧୁ ଚିନ୍ମୟକୃଷ୍ଣ ଦାସଙ୍କୁ ଦେଶଦ୍ରୋହ ଅଭିଯୋଗରେ ଗିରଫ ପରଠାରୁ ହିନ୍ଦୁଙ୍କ ଉପରେ ଆକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି । 4ରୁ ଅଧିକ ହିନ୍ଦୁ ମନ୍ଦିର ଉପରେ ହୋଇଛି ଆକ୍ରମଣ, ଶତାଧିକ ହିନ୍ଦୁଙ୍କ ଘର ଭାଙ୍ଗିବା ସହ ନିଆଁ ଲଗାଇଛନ୍ତି ଦଙ୍ଗାକାରୀ । ବାଂଲାଦେଶରେ ହିନ୍ଦୁ ଏକତା ମଞ୍ଚର ସ୍ବର ଦବାଇବା ପାଇଁ ହିନ୍ଦୁ ନେତାଙ୍କୁ ଟାର୍ଗେଟ୍ କରାଯାଉଛି । ମିଥ୍ୟା ମାମଲାରେ ଗିରଫ କରାଯାଉଛି । ଚିନ୍ମୟ କ୍ରିଷ୍ଣାଙ୍କ ଜାମିନ ଆବେଦନର ଶୁଣାଣି ଜାନୁଆରୀ 2 ଯାଏ ଘୁଞ୍ଚିଛି ।

ଅଧିକ ପଢନ୍ତୁ: ବାଂଲାଦେଶରୁ ଆସୁଥିବା ରିପୋର୍ଟ ଚିନ୍ତାଜନକ: ମାର୍ଗାରେଟ୍‌ ମ୍ୟାକ୍‌ଲାଉଡ୍

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବାଂଲାଦେଶରେ ହିନ୍ଦୁ ସୁରକ୍ଷାକୁ ନେଇ ଭାରତ ସମେତ ସାରା ବିଶ୍ୱରେ ଥିବା ହିନ୍ଦୁମାନଙ୍କ ମଧ୍ୟରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି । ଦିଲ୍ଲୀ, ଲକ୍ଷ୍ନୌ, ଭୁବନେଶ୍ବର, କୋଲକାତା, ହରିଦ୍ବାର ସମେତ ସାରା ଦେଶରେ ହିନ୍ଦୁ ଜାଗରଣ ପାଇଁ ହିନ୍ଦୁ ସମାଜ ପକ୍ଷରୁ ଉଦ୍ୟମ ଜାରି ରହିଛି । ହିନ୍ଦୁ ସୁରକ୍ଷା ମଞ୍ଚ ପକ୍ଷରୁ ବିଶାଳ ବିକ୍ଷୋଭ ଓ ପଦଯାତ୍ରା କରାଯାଇ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ବନ୍ଦ କରିବାକୁ ବାଂଲାଦେଶ ସରକାରଙ୍କୁ ଦିଆଯାଇଛି ଚେତାବନୀ । ସ୍ଥିତି ଉପରେ ସଜାଗ ଦୃଷ୍ଟି ରଖିଛି ବୈଦେଶିକ ମନ୍ତ୍ରଣାଳୟ । 

Sponsored
ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାରକୁ ଦୃଢ଼ ବିରୋଧ | Argus News