Hyderabad Tragedy / ପୋଷା ବିଲେଇର ମୃତ୍ୟୁକୁ ସହି ନ ପାରି ଜଣେ ୨୦ବର୍ଷୀୟା ଛାତ୍ରୀଙ୍କ ଆତ୍ମହତ୍ୟା
·5 months ago·2 min read

Key Points
ହାଇଦ୍ରାବାଦରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି
ପୋଷା ବିଲେଇ ମୃତ୍ୟୁକୁ ସହ୍ୟ କରି ନ ପାରି ଜଣେ ଆତ୍ମହତ୍ୟା କରିଛନ୍ତି
ସେ ହେଲେ ଜଣେ ୨୦ବର୍ଷୀୟ ବିଏସସି ଛାତ୍ରୀ ହିମାବିନ୍ଦୁ
ପୋଷା ବିଲେଇ ମୃତ୍ୟୁକୁ ସହ୍ୟ କରି ନ ପାରି ଜଣେ ଆତ୍ମହତ୍ୟା କରିଛନ୍ତି
ସେ ହେଲେ ଜଣେ ୨୦ବର୍ଷୀୟ ବିଏସସି ଛାତ୍ରୀ ହିମାବିନ୍ଦୁ
ଘଟଣାଟି ହାଇଦ୍ରାବାଦର ମୀରପେଟ୍ ପୋଲିସ ଷ୍ଟେସନ୍ ସୀମା ମଧ୍ୟରେ ଘଟିଛି। କେହି କେହି ପଶୁପକ୍ଷୀଙ୍କୁ ହତାଦର କରୁଛନ୍ତି ତ ଆଉ କିଛିଜଣ ପୋଷା କୁକୁର ବିଲେଇଙ୍କୁ ଏମିତି ଭଲ ପାଉଛନ୍ତି ଯେ, ତାଙ୍କ ବିନା ଦଣ୍ଡେ ବି ରହିପାରୁ ନାହାନ୍ତି। କିନ୍ତୁ ମୃତ୍ୟୁ ହିଁ ସତ। ସେ ମଣିଷ ହେଉ କିମ୍ବା ପୋଷା ପ୍ରାଣୀ। ଦିନେ ନା ଦିନେ ସମସ୍ତେ ମରିବେ। ପୋଷା ବିଲେଇର ମୃତ୍ୟୁରେ ଏମିତି ଭାଙ୍ଗିପଡ଼ିଛନ୍ତି ଜଣେ ଛାତ୍ରୀ ଯେ, ନିଜ ଜୀବନ କଥା ନ ଭାବି ଆତ୍ମହତ୍ୟା କରିଦେଇଛନ୍ତି। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ହିମାବିନ୍ଦୁ ଗତ ଦୁଇ ବର୍ଷ ଧରି ବିଲେଇକୁ ବହୁତ ସ୍ନେହରେ ପାଳିଥିଲେ। କିନ୍ତୁ ପୋଷା ବିଲେଇଟିର ମୃତ୍ୟୁ ଏମିତି ହେଲା ଯେ, ତାଙ୍କୁ ମାନସିକ ଭାବେ ଗଭୀର ଆଘାତ ଦେଲା। ସେ ହଠାତ ଚୁପ ହୋଇଗଲେ ଆଉ ସବୁ କଥାରେ ବିରକ୍ତି ହେଉଥିଲେ। ଶେଷରେ ମାନସିକ ଯନ୍ତ୍ରଣାକୁ ସହ୍ୟ କରି ନ ପାରି ସେ ବଡ଼ଗପେଟର ଭେଙ୍କଟାଦ୍ରି କଲୋନିରେ ରହୁଥିବା ଘରେ କୀଟନାଶକ ଖାଇ ଦେଇଥିବା ଜଣାପଡ଼ିଛି।
ପରିବାର ସଦସ୍ୟମାନେ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେଇଯାଇଥିଲେ, କିନ୍ତୁ ସେତବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା। ଡାକ୍ତର ତାଙ୍କୁ ବଞ୍ଚାଇବାକୁ ଶତଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲା। ଛାତ୍ରୀ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା। ପୋଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇବାପରେ ତାଙ୍କ ପିତାମାତାଙ୍କୁ ହସ୍ତାନ୍ତର କରାଯାଇଛି। ମୀରପେଟ୍ ପୋଲିସ ଷ୍ଟେସନର ଇନ୍ସପେକ୍ଟର ଶଙ୍କର କୁମାର ଏହି ଘଟଣା ବିଷୟରେ ସୂଚନା ଦେଇଛନ୍ତି।
ଏହାସହ ପଢନ୍ତୁ: ଦିନରେ ଖୁଆନ୍ତି ଖାଦ୍ୟ, ରାତିରେ କରନ୍ତି ଚୋରି; କେମିତି ଚୋରକୁ ଧରିଲା ପୋଲିସ ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବୟସ ମାତ୍ର ୨୨ ବର୍ଷ । ନୂଆ କିଛି କରିବା ଆଶା ବଦଳରେ କରୁଛନ୍ତି ଚୋରି । ସକାଳେ ୫-ଷ୍ଟାର ହୋଟେଲରେ ସୁଆଦିଆ ରୋଷେଇ କରି ଗ୍ରାହକଙ୍କୁ ପରଷନ୍ତି । ଆଉ ରାତିରେ ପାଲଟିଯାଆନ୍ତି ପ୍ରଖ୍ୟାତ ଚୋର । ୨.୬୯ ଲକ୍ଷରୁ ଅଧିକ ନଗଦ ଟଙ୍କା ସହ ସୁନା ଓ ରୁପା ଗହଣା ଜବତ କରିଛି ପୋଲିସ । ଅଭିଯୁକ୍ତର ନାମ ହେଉଛି ନିଲେଶ । ନିଲେଶ ଦ୍ୱାଦଶ ଶ୍ରେଣୀର ସ୍ନାତକ କରିଥିବାବେଳେ ଆରକେ ପୁରମର ସେକ୍ଟର ୧୨ର ବାସିନ୍ଦା । ଦିଲ୍ଲୀର ଆରକେ ପୁରମଠାରେ ଚୋରି କରିବା ଅଭିଯୋଗରେ ଶୁକ୍ରବାର ନିଲେଶକୁ ଗିରଫ କରିଛି ।
ପୋଲିସର କହିବାନୁସାରେ, ନିଲେଶ ଏକ ସାଉଥ ଇଣ୍ଡିଆନ ହୋଟେଲରେ ଦିନରେ କାମ କରେ ଆଉ ରାତି ହେବା ମାତ୍ରେ ଚୋରି କରିବାକୁ ବାହାରି ପଡ଼େ । ଏହି ଅପରାଧ ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ପୀଡିତଙ୍କ ମଧ୍ୟରୁ ଜଣେ, ଟି ସେନ୍, ଆରକେ ପୁରମ ପୋଲିସରେ ଅଭିଯୋଗ କରିଥିଲେ ଯେ ସେ ତାଙ୍କ ପରିବାର ସହିତ ରାଜସ୍ଥାନ ବୁଲିବାକୁ ଯାଇଥିବା ସମୟରେ ତାଙ୍କ ଘରୁ ୩.୫ ଲକ୍ଷ ଟଙ୍କା ନଗଦ ଏବଂ ସୁନା ଏବଂ ରୁପା ଅଳଙ୍କାର ଚୋରି ହୋଇଥିଲା ।

Related Topics
Explore more stories