Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମଦୁଆ ଶିକ୍ଷକଙ୍କୁ ଚପଲ ଫିଙ୍ଗିଲେ ଛାତ୍ରଛାତ୍ରୀ, ଭାଇରାଲ ହେଲା ଭିଡିଓ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ମଦୁଆ ଶିକ୍ଷକଙ୍କୁ ଚପଲ ଫିଙ୍ଗିଲେ ଛାତ୍ରଛାତ୍ରୀ, ଭାଇରାଲ ହେଲା ଭିଡିଓ

ଅର୍ଗସ ବ୍ୟୁରୋ : ମଦ ପିଇ ସ୍କୁଲକୁ ଆସୁଥିଲେ ଶିକ୍ଷକ । ହେଲେ ସ୍କୁଲ ହତା ଭିତରକୁ ପଶପଶୁ ଚପଲ ପିନ୍ଧି ଛାତ୍ରଛାତ୍ରୀ । ଆଉ ସେଇଠୁ ପ୍ରାଣ ବିକଳେ ପଳାଇଥିଲେ ଶିକ୍ଷକ । 
ବର୍ତ୍ତମାନ ଅନେକ ସ୍ଥାନରେ ଶିକ୍ଷକଗଙ୍କ ଏପରି କାରନାମା ଦେଖିବାକୁ ମିଳୁଛି । କେଉଁଠି ଶକ୍ଷକ ମଦ ପିଇ ଖାତା ଦେଖୁଛନ୍ତି, ତ କେଉଁଠି ମଦ ପିଇ ଛାତ୍ରଛାତ୍ରୀଙ୍କୁ ସ୍କୁଲରୁ ବିଦା କରି ଦେଉଛନ୍ତି । ହେଲେ ଏଠାରେ କିନ୍ତୁ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ଯେଉଁ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାକୁ ଯାଉଛି । 

ଅଧିକ ପଢନ୍ତୁ : ଶିକ୍ଷକ ନା ସୈତାନ ? ପାଠ ପଢାଇବା ବଦଳରେ କରୁଥିଲେ ଅସଦାଚାରଣ !

ଜଣେ ଶିକ୍ଷକ ମଦ ପିଇ ବାଇକ ଧରି ସ୍କୁଲ ପରିସର ଭିତରକୁ ପଶି ଆସିଲେ । ଠିକ ଏତିକି ସମୟରେ ପିଲାମାନେ ଜାଣିପାରି ତାଙ୍କୁ ବିଦା କରିବା ପାଇଁ ଚପଲ ଫିଙ୍ଗିଥିଲେ । ଯାହାଦ୍ବାରା ଶିକ୍ଷକ ନିଜ କାନମୁଣ୍ଡ ଆଉଁସି ସେଠାରୁ ଚାଲି ଯାଇଥିଲେ । ତେବେ ଏହା କେବଳ ଥରେ ନୁହେଁ ଏହା ପୂର୍ବରୁ ମଧ୍ୟ ଶିକ୍ଷକ ମଦ ପିଇ ଛାତ୍ରଛାତ୍ରୀଙ୍କୁ ଦୁର୍ବବ୍ୟହାର କରୁଥିବା ଅଭିଯୋଗ କରିଥିଲେ ଛାତ୍ରଛାତ୍ରୀ । ତେବେ ମଦୁଆ ଶିକ୍ଷକଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Students throw sandals towards drunkard teacher, video goes viral | Argus News