Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

୨୩୦୦ ଟଙ୍କାକୁ ବୃଦ୍ଧି ପାଇଲା ଧାନର ସହାୟକ ମୂଲ୍ୟ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
୨୩୦୦ ଟଙ୍କାକୁ ବୃଦ୍ଧି ପାଇଲା ଧାନର ସହାୟକ ମୂଲ୍ୟ

 ଅର୍ଗସ ବ୍ୟୁରୋ :ମୋଦି ସରକାରଙ୍କ ବଡ଼ ନିଷ୍ପତି । ଧାନ ସମେତ 14ଟି ଶସ୍ୟର ବଢ଼ିଲା ଏମଏସପି । ବଢ଼ିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ । 2300 ଟଙ୍କାକୁ ବୃଦ୍ଧି ପାଇଲା ଧାନର ସହାୟକ ମୂଲ୍ୟ ।

ଅଧିକ ପଢନ୍ତୁ ଭାରତ ଖବର 

କ୍ବିଣ୍ଟାଲ ପିଛା 117 ଟଙ୍କା ବଢ଼ିଲା ଧାନର ଏମଏସପି । କ୍ୟାବିନେଟର ନିଷ୍ପତ୍ତି ନେଇ କେନ୍ଦ୍ର ମନ୍ତ୍ରୀ ଅଶ୍ବନୀ ବୈଷ୍ଣବ ସୂଚନା ଦେଇଛନ୍ତି । ଧାନ ସମେତ 14ଟି ଶସ୍ୟର ବଢ଼ିଲା ଏମଏସପି। 2300 ଟଙ୍କାକୁ ବୃଦ୍ଧି ପାଇଲା ଧାନର ସହାୟକ ମୂଲ୍ୟ। କ୍ବିଣ୍ଟାଲ ପିଛା 117 ଟଙ୍କା ବଢ଼ିଲା ଧାନର ଏମଏସପି। ସେହିପରି ତୁଳାର ଏମଏସପି 7ହଜାର 121 ଟଙ୍କା ବୃଦ୍ଧି କରାଯାଇଛି। ଏହା ସହିତ ସାରା ଦେଶରେ 2 ଲକ୍ଷ ନୂଆ ଗୋଦାମ ଘର ନିର୍ମାଣ ଲାଗି କ୍ୟାବିନେଟ୍ ବୈଠକରେ ନିଷ୍ପତି ହୋଇଛି।
କୃଷକ କଲ୍ୟାଣ ପାଇଁ ଧ୍ୟାନ ଦେଉଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ତୃତୀୟ କାର୍ଯ୍ୟକାଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଜିର ଏହି ନିଷ୍ପତ୍ତି ସହିତ କୃଷକମାନେ ଏମଏସପି ଆକାରରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ପାଇବେ। ଯାହା ପୂର୍ବ ସିଜିନ୍ ତୁଳନାରେ ୩୫,୦୦୦ କୋଟି ଟଙ୍କା ଅଧିକ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored