ଏମିତି ଗାଁ , ସାପ ସହ ରୁହନ୍ତି ଗାଁ ଲୋକେ

Key Points
- ସାପ ସହ ରୁହନ୍ତି ଗାଁ ଲୋକେ
- ଘର ତିଆରି ବେଳେ ସାପ ପାଇଁ ମଧ୍ୟ ତିଆରି ହୁଏ ରୁମ
- ସାପକୁ ଦେବତା ଭଳି ପୂଜା କରନ୍ତି ଗାଁ ଲୋକେ
ଅର୍ଗସ ବ୍ୟୁରୋ : ଏମିତି ଏକ ଗାଁ, ଯେଉଁ ଗାଁରେ ମଣିଷ ସହ ରୁହନ୍ତି ସାପ । ଆଉ ସାପ ପାଇଁ ତିଆରି ହୁଏ ସ୍ବତନ୍ତ୍ର ରୁମ । ଭାରତରେ ଏପରି ଅନେକ ଆଶ୍ଚର୍ଯ୍ୟ ଗାଁ ଅଛି , ଯେଉଁଠିକାର ପ୍ରଥା, ସେମାନଙ୍କ ଚାଲିଚଳଣି ଜାଣିବା ପରେ ଖୁବ ଆଶ୍ଚର୍ଯ୍ୟ ଲାଗେ । ସେଥିପାଇଁ ଗାନ୍ଧିଜୀ କୁହନ୍ତି, ପ୍ରତ୍ୟେକ ଦେଶର ଆତ୍ମା ଗାଁ ମାନଙ୍କରେ ହିଁ ରହିଥାଏ ।
ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାରେ ଥିବା ଶେତପାଲ ଗାଁର ପ୍ରଥା ଖୁବ ନିଆରା। ଏହି ଗାଁରେ ବଡବଡ ବିଷଧର ସାପଙ୍କ ସହ ରହିଥାନ୍ତି ପୁରା ପରିବାର । ଆଶ୍ଚର୍ଯ୍ୟର କଥା ସେମାନଙ୍କ ଗାଁର କେହି ବି ସାପକୁ ଡରନ୍ତି ନାହିଁ ବରଂ ତାଙ୍କୁ ପୂଜା କରନ୍ତି । କେବଳ ସେତିକି ନୁହେଁ ସେହି ସେମାନଙ୍କ ପାଇଁ ଘର ତିଆରି ବେଳେ ସ୍ବତନ୍ତ୍ର ବଖରା ମଧ୍ୟ ତିଆରି କରାଯାଏ । ଯେଉଁଠି ବଡ ବଡ ବିଷଧର ସାପମାନେ ଆରାମରେ ରହି ପାରନ୍ତି ।ବିଶେଷ କରି କୋବ୍ରା ଜାତୀୟ ସାପମାନଙ୍କୁ ରଖିଥାନ୍ତି ଏହି ଗାଁର ଲୋକମାନେ । ସେମାନଙ୍କ ପିଲାମାନେ ମଧ୍ୟ ସେହି ସାପମାନଙ୍କ ସହ ଖେଳିଥାନ୍ତି। ସେମାନଙ୍କୁ ଆଦୌ ସେମାନେ କ୍ଷତି କରି ନଥାନ୍ତି ।
ତେବେ ଗାଁ ଲୋକମାନେ ସେମାନେ ପାଳିଥିବା ସାପକୁ ଦେବସ୍ଥାନମ ବୋଲି କହିଥାନ୍ତି । ସଂସ୍କୃତରେ ଦେବସ୍ଥାନମର ଅର୍ଥ ହେଉଛି, ଦେବତା ମାନଙ୍କର ସ୍ଥାନ । ସେଥିପାଇଁ ସେମାନେ ଦେବତା ଭଳି ସାପମାନଙ୍କୁ ମାନିଥାନ୍ତି, ଏବଂ ପୂଜା କରିଥାନ୍ତି । ପ୍ରତ୍ୟେକ ବ୍ୟକ୍ତିଙ୍କ ଘରେ ସାପ ରହିଥାନ୍ତି । ଏବଂ ସେମାନଙ୍କ ପାଇଁ ଏକ ସ୍ବତନ୍ତ୍ର ରୁମ ରହିଥାଏ ।