ବାଲୁକା କଳାରେ ଟିମ୍ ଇଣ୍ଡିଆକୁ ଶୁଭେଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ
·2 years ago·1 min read

ଅର୍ଗସ ବ୍ୟୁରୋ : ବାଲୁକା କଳାରେ ଟିମ୍ ଇଣ୍ଡିଆକୁ ଶୁଭେଛା। ଆସନ୍ତାକାଲି ବିଶ୍ୱକପ ଫାଇନାଲରେ ଭାରତ ଓ ଅଷ୍ଟ୍ରେଲିଆ ହାଇଭୋଲ୍ଟେଜ ମୁକାବିଲା ରହିଥିବାବେଳେ ଟିମ୍ ଇଣ୍ଡିଆକୁ ଶୁଭେଛାର ସୁଅ ଛୁଟୁଛି। ଶୁଭେଛୁ ତାଲିକାରେ ଯୋଡି ହେଇଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ବାଲୁକାରେ ବିଶ୍ୱକପ ଆକୃତିର ଏକ ବୃହତ ଇଂଷ୍ଟାଲେସନ ଆର୍ଟ ପ୍ରସ୍ତୁତ କରି ଟିମ ଇଣ୍ଡିଆକୁ ନିଆରା ଶୁଭେଛା ଜଣାଇଛନ୍ତି ସୁଦର୍ଶନ।
ଅଧିକ ପଢନ୍ତୁ : ଦୀର୍ଘ ୨୦ ବର୍ଷ ବ୍ୟବଧାନ ପରେ ପୁଣି ଫାଇନାଲ ମ୍ୟାଚରେ ଭାରତ ସହ ଅଷ୍ଟ୍ରେଲିଆ
୫ ଶହରୁ ଅଧିକ ଷ୍ଟିଲ ଗିନା ଓ ୩ ଶହ ବଲ୍ ବ୍ୟବହାର କରି ସୁଦର୍ଶନ ଏହି ବାଲୁକାକଳାକୁ ଖୁବ ଆକର୍ଷଣୀୟ ଭାବେ ଗଢି ତୋଳିଛନ୍ତି । ବହୁ ପ୍ରତିକ୍ଷୀତ ଫାଇନାଲ ମ୍ୟାଚରେ ଭାରତର ଟାଇଟଲ ବିଜୟକୁ ନେଇ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ଶିଳ୍ପୀ । ୫୦ ଫୁଟ ଲମ୍ବର ଏହି ବିଶାଳ ବାଲୁକାକଳା ଦେଖିବାକୁ ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: