Sugar Price Latest Update / କେତେ ଶସ୍ତା ହେଲା ଚିନି; ୩ ଟଙ୍କା ହ୍ରାସ ପାଇଲା ପାଇକାରୀ ଦର, ଖୁଚୁରା ବଜାରରେ କେତେ ହ୍ରାସ ପାଇଲା ଦର?
·41 mins ago·3 min read

Key Points
ପାର୍ବଣ ଋତୁ ପୂର୍ବରୁ ସରକାରଙ୍କ କଡ଼ା ପଦକ୍ଷେପ ପରେ, ଚିନି ଦର ହ୍ରାସ ପାଇବା ଆରମ୍ଭ ହୋଇଛି। ପାଇକାରୀ ଏବଂ ଖୁଚୁରା ବଜାରରେ ଚିନି ମୂଲ୍ୟ ହ୍ରାସର ସମ୍ପୂର୍ଣ୍ଣ ବିବରଣୀ ଜାଣନ୍ତୁ।
କଛି ଦିନ ପୂର୍ବେ କିଲୋଗ୍ରାମ ପିଛା ୭୦ ଟଙ୍କାରେ ବିକ୍ରି ହେଉଥିଲା ଚିନି। ଯାହାର ଦରରେ ଏବେ ସାମାନ୍ୟ ହ୍ରାସ ହୋଇଛି। ଖୁଚୁରା ଚିନି ମୂଲ୍ୟ ପ୍ରାୟ ୫% ହ୍ରାସ ପାଇଛି। ଏକ୍ସ-ମିଲ୍ ମୂଲ୍ୟରେ ପ୍ରାୟ ୨୦% ହ୍ରାସ ପରେ ଚିନି ଦର ଆହୁରି ହ୍ରାସ ପାଇବା ନେଇ ଆଶା କରାଯାଉଛି। ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ଗୁରୁବାର ଏକଥା କହିଛି। ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି, "ସରକାର ସମସ୍ତ ଅଂଶୀଦାରଙ୍କୁ ଆଶ୍ୱାସନା ଦେଉଛି ଯେ ଘରୋଇ ବଜାରରେ ପର୍ଯ୍ୟାପ୍ତ ଚିନି ଉପଲବ୍ଧତା, ସୁବ୍ୟବସ୍ଥିତ ଯୋଗାଣ ଏବଂ ମୂଲ୍ୟ ସ୍ଥିରତା ସୁନିଶ୍ଚିତ କରିବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେଉଛନ୍ତି। ଏହା ସହିତ ଚିନି କାରବାର ଏବଂ ବିତରଣ ସ୍ୱାଭାବିକ ଭାବେ ଜାରି ରହିବ।"
ଜନ୍ମାଷ୍ଟମୀ ପୂର୍ବରୁ ହ୍ରାସ ହେବା ସତ୍ତ୍ୱେ ମହଙ୍ଗା ରହିଛି ଚିନି
ଅଗଷ୍ଟ ମାସରେ ଖୁଚୁରା ଚିନି ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା। ଯାହା ଆଗାମୀ ପାର୍ବଣ ଋତୁ ପୂର୍ବରୁ ଦରଦାମ ଉପରେ ଏହାର ପ୍ରଭାବ ବିଷୟରେ ଚିନ୍ତା ସୃଷ୍ଟି କରିଥିଲା। ହେଲେ ତଥାପି, ମୂଲ୍ୟ ହ୍ରାସ ପାଇବା ସତ୍ତ୍ୱେ ଦେଶରେ ଖୁଚୁରା ଚିନି ମୂଲ୍ୟ ସ୍ୱାଭାବିକ ଠାରୁ ବହୁତ ଅଧିକ ରହିଛି। ଖାଦ୍ୟ ମନ୍ତ୍ରଣାଳୟର ସଦ୍ୟତମ ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବର ୨ ତାରିଖରେ ଜାତୀୟ ବଜାରରେ ଚିନିର ହାରାହାରି ମୂଲ୍ୟ କେଜି ପିଛା ୬୨.୫୭ ଟଙ୍କା ରହିଥିଲା। ଅଧିକାଂଶ ରାଜ୍ୟରେ ଚିନିର ମୂଲ୍ୟ ପ୍ରାୟ କିଲୋଗ୍ରାମ ପିଛା ୬୦ ଟଙ୍କାରୁ ୬୫ ଟଙ୍କା ରହିଥିଲା। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ପ୍ରାୟ ଦେଢ଼ ମାସ ପୂର୍ବେ ୨୦୨୬ ଜୁଲାଇ ୨୦ ତାରିଖ ପର୍ଯ୍ୟନ୍ତ ଚିନି ମୂଲ୍ୟ କେଜି ପିଛା ୪୮.୧୮ ଟଙ୍କା ରହିଥିଲା।
ଏୱହା ସହ ପଢନ୍ତୁ: ଚିନି ଦର ହ୍ରାସ ପାଇଁ ବଡ଼ ପ୍ରୟାସ; ହ୍ରାସ ପାଇଛି ପଇକାରୀ ମୂଲ୍ୟ, ଖୁବ୍ର ଶୀଘ୍ର ହ୍ରାସ ପାଇବ ଖୁଚୁରା ଦାମ
କାହିଁକି ଏତେ ମହଙ୍ଗା ହୋଇଉଠିଲା ଚିନି?
ସରକାରୀ ଆକଳନ ଅନୁଯାୟୀ ଚିନି ମୂଲ୍ୟ ବୃଦ୍ଧି ପାଇବା ପଛରେ ଅନେକ କାରଣ ରହିଛି। ଯେଉଁଥିରେ ଆଶାଠାରୁ କମ୍ ଘରୋଇ ଉତ୍ପାଦନ, ପାର୍ବଣ ଋତୁ ପୂର୍ବରୁ ଚାହିଦା ବୃଦ୍ଧି, ପାଗ ସମ୍ବନ୍ଧୀୟ କାରଣ ଯୋଗୁଁ ଆଖୁ ଚାଷରେ ହୋଇଥିବା କ୍ଷତି, ବିଶ୍ୱବ୍ୟାପୀ ଚିନି ଯୋଗାଣର ଅଭାବ ଏବଂ ମୂଲ୍ୟ ବୃଦ୍ଧି ଏବଂ ଶିଳ୍ପର କିଛି କ୍ଷେତ୍ର ଦ୍ୱାରା ଅନୁମାନ ଏବଂ ଗଚ୍ଛିତୀକରଣ ଅନ୍ତର୍ଭୁକ୍ତ। ଏହାର ମୁକାବିଲା ପାଇଁ ସରକାର ଗତ କିଛି ସପ୍ତାହ ମଧ୍ୟରେ ବିଭିନ୍ନ ସ୍ତରରେ ହସ୍ତକ୍ଷେପ କରିଛନ୍ତି। ଯାହାର ବର୍ତ୍ତମାନ ସକାରାତ୍ମକ ଫଳାଫଳ ଅନୁଭୂତ ହେଉଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତଦନ୍ତ ସମୟରେ ସରକାର ଜାଣିପାରିଛନ୍ତି ଯେ କିଛି ଚିନି ବ୍ୟବସାୟୀ, ଡିଲର ଏବଂ ବଜାର ମଧ୍ୟସ୍ଥିଙ୍କ ଦ୍ୱାରା ଚିନିର ପ୍ରକୃତ ଭୌତିକ ଗତିବିଧି ବିନା ଗଚ୍ଛିତ, ଅନୁମାନମୂଳକ କାରବାର ଏବଂ କାଗଜ ପତ୍ରରେ ହେଉଥିବା କାରବାର ବଜାରରେ କୃତ୍ରିମ ଅଭାବର ଧାରଣାକୁ ବୃଦ୍ଧି କରିଥିଲା। ଏହି କାର୍ଯ୍ୟକଳାପ ଯୋଗୁଁ ଚିନି ମୂଲ୍ୟରେ ଅସ୍ଥିରତା ସୃଷ୍ଟି ହୋଇଥିଲା। ଏକ୍ସ ମିଲ୍ ଏବଂ ଖୁଚୁରା ସ୍ତରରେ ଚିନି ମୂଲ୍ୟ ବୃଦ୍ଧି ପାଇଥିଲା।
ଚିନି ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ କେଉଁ ପଦକ୍ଷେପ ନେଇଛନ୍ତି ସରକାର?
ଭାରତ ସରକାର ଚିନି ମୂଲ୍ୟ ନିୟନ୍ତ୍ରଣ କରିବା ଏବଂ ବର୍ତ୍ତମାନ ଜାରି ରହିଥିବା ଗଚ୍ଛତୀକରଣକୁ ରୋକିବା ପାଇଁ ବିଭିନ୍ନ କ୍ଷେତ୍ରରେ ପଦକ୍ଷେପ ଆରମ୍ଭ କରିଛନ୍ତି।
୨୦୨୬ ଅଗଷ୍ଟ ପହିଲାରୁ ଆଗାମୀ ନଭେମ୍ବର ୩୦ ପର୍ଯ୍ୟନ୍ତ ସାରା ଦେଶରେ ଚିନି ବ୍ୟବସାୟୀଙ୍କ ଉପରେ ୪୦୦ ଟନ୍ ଷ୍ଟକ୍ ସୀମା ଲାଗୁ କରାଯାଇଛି।
୨୦୨୬ ସେପ୍ଟେମ୍ବର ପହିଲାରୁ ଖୁଚୁର ଗ୍ରାହକଙ୍କୁ ୧୫ ଦିନର ବ୍ୟବହାର ଠାରୁ ଅଧିକ ଚିନି ମହଜୁଦ ରଖିବାକୁ ଅନୁମତି ଦିଆଯିବ ନାହିଁ।
କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ମିଳିତ ଦଳ ମହଜୁଦ ଏବଂ କୃତ୍ରିମ ଅଭାବ ଯାଞ୍ଚ କରିବା ପାଇଁ ମିଲ୍ ଠାରେ ମହଜୁଦ ରଖାଯାଇଥିବା ଚିନି ପରିମାଣର ଭୌତିକ ଯାଞ୍ଚ କରୁଛନ୍ତି।
ଘରୋଇ ଉପଲବ୍ଧତା ବୃଦ୍ଧି କରିବା ପାଇଁ ସରକାର ୧୦ ଲକ୍ଷ ମେଟ୍ରିକ୍ ଟନ୍ କଞ୍ଚା ଚିନିର ଶୁଳ୍କମୁକ୍ତ ଆମଦାନୀକୁ ଅନୁମତି ଦେଇଛନ୍ତି।
ରାଜ୍ୟ ଏବଂ ଚିନି କଳକୁ ଆସନ୍ତା ୧୫ ଅକ୍ଟୋବରରୁ ଆଖୁ ପେଡ଼ିବା କାର୍ଯ୍ୟ ଆରମ୍ଭ କରିବାକୁ ପରାମର୍ଶ ଦିଆଯାଇଛି।
ଏହା ସହ ପଢନ୍ତୁ: ଦର ବୃଦ୍ଧିରୁ ମିଳିବ ଆଶ୍ୱସ୍ତି! ୧୫ ଅକ୍ଟୋବର ପର୍ଯ୍ୟନ୍ତ ପହଞ୍ଚିବ ୧୦ ଲକ୍ଷ ଟନ୍ ଚିନି
ଆସନ୍ତା ଅକ୍ଟୋବର ମାସରେ ଚିନି ଉତ୍ପାଦନ ସାଧାରଣ ୩-୪ ଲକ୍ଷ ମେଟ୍ରିକ୍ ଟନ୍ ଠାରୁ ୧୦ ଲକ୍ଷ ମେଟ୍ରିକ୍ ଟନ୍ କୁ ବୃଦ୍ଧି ପାଇବା ନେଇ ଆଶା କରାଯାଉଛି। ସରକାର ଆକଳନ କରିଛନ୍ତି ଯେ ଦେଶରେ ଘରୋଇ ବ୍ୟବହାର ଆବଶ୍ୟକତା ପୂରଣ କରିବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ଚିନି ଉପଲବ୍ଧ ରହିଛି। ଏହି ପଦକ୍ଷେପ ପାର୍ବଣ ଋତୁରେ ବଜାରରେ ଚିନି ଉପଲବ୍ଧତା ସୁନିଶ୍ଚିତ କରିବ।

Related Topics
Explore more stories