SIR Is Legal / ନିର୍ବାଚନ କମିଶନ କରିପାରିବେ SIR, ଏହା ଆଇନ୍ର ଉଲ୍ଲଂଘନ ନୁହେଁ: ସୁପ୍ରିମକୋର୍ଟ
·1 hour ago·2 min read

Key Points
SIR ବୈଧ, ଅଧିକାର ବାହାରକୁ ଯାଇ କୌଣସି କାର୍ଯ୍ୟ କରିନାହାନ୍ତି ନିର୍ବାଚନ କମିଶନ । ବିହାର ନିର୍ବାଚନ ପୂର୍ବରୁ SIRକୁ ନେଇ ଉଠିଥିବା ପ୍ରଶ୍ନ ଓ ନିର୍ବାଚନ କମିଶନଙ୍କ କ୍ଷମତାକୁ ନେଇ ଉଠିଥିବା ପ୍ରଶ୍ନ ଉପରେ ଆସିଛି 'ସୁପ୍ରିମ୍' ନିଷ୍ପତ୍ତି ।
ନୂଆଦିଲ୍ଲୀ: ବିହାର ନିର୍ବାଚନ ପୂର୍ବରୁ ଭୋଟର୍ ପରିଚୟପତ୍ରର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟାକୁ ବୈଧ ଓ ସାମ୍ବିଧାନିକ ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ନେତୃତ୍ଵାଧିନ ବେଞ୍ଚ ବୁଧବାର କହିଛନ୍ତି, SIR ଭଳି ସ୍ଵତନ୍ତ୍ର ପ୍ରକ୍ରିୟା କରିବା ଲାଗି ନିର୍ବାଚନ କମିଶନଙ୍କ ଅଧିକାର ରହିଛି ।
'SIR ପ୍ରକ୍ରିୟାକୁ ରଦ୍ଦ କରାଯାଇ ପାରିବ ନାହିଁ'
ସୁପ୍ରିମକୋର୍ଟ କହିଛନ୍ତି, ସାମାନ୍ୟ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରୁ SIR ପ୍ରକ୍ରିୟା ଭିନ୍ନ ହୋଇଥିବାରୁ ଏହାକୁ ଏଥିପାଇଁ ରଦ୍ଦ କରାଯାଇ ପାରିବ ନାହି । ଏହି ପ୍ରକ୍ରିୟା ନିରପେକ୍ଷ ନିର୍ବାଚନ ଉଦ୍ଦେଶ୍ୟ ସହ ଜଡ଼ିତ । ଆଇନ୍ ଅନୁସାରେ, ନିର୍ବାଚନ କମିଶନ କୌଣସି ବି ସମୟରେ ସ୍ୱତନ୍ତ୍ର ସଘନ ସଂଶୋଧନ କରିବାର ଅଧିକାର ରହିଛି । ତେଣୁ SIRକୁ ଅବୈଧ କୁହାଯାଇ ପାରିବ ନାହିଁ ।
ଏଥିସହ ପଢ଼ନ୍ତୁ: ରାଜ୍ୟସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା; ଦେବାଶିଷ ନା ଆଉ କିଏ ଯିବେ ରାଜ୍ୟସଭା ?
'ଅଧିକାର ପରିଧିରେ ନିର୍ବାଚନ କମିଶନ'
ସମ୍ବିଧାନର ଅନୁଚ୍ଛେଦ ୩୨୪ ଅନୁସାରେ ନିର୍ବାଚନ କମିଶନଙ୍କ ଦାୟିତ୍ଵକୁ ଏହି ପ୍ରକ୍ରିୟା ମଜଭୁତ କରୁଛି । ନିର୍ବାଚନ କମିଶନ ତାଙ୍କ ଅଧିକାର ବାହାରକୁ ଯାଇ କାର୍ଯ୍ୟ କରି ନଥିବା କହିଛନ୍ତି ସୁପ୍ରିମକୋର୍ଟ । ଏପରିକି SIR ପ୍ରକ୍ରିୟାରେ ଲୋକଙ୍କୁ ସେମାନଙ୍କ ମତ ରଖିବା ଲାଗି ସୁଯୋଗ ଦିଆଯାଇଛି ।
'କିଛି ମନମାନି କରାଯାଇ ନାହିଁ'
ସର୍ବୋଚ୍ଚ ଅଦାଲତ କହିଛନ୍ତି, "ଏହି ପ୍ରକ୍ରିୟାରେ ନୋଟିସ୍ ଦେବା ଏବଂ ଶୁଣାଣି ଭଳି ଜରୁରି ସୁରକ୍ଷା ଉପାୟ ରହିଛି । SIRର ଉଦ୍ଦେଶ୍ୟ ଭୋଟର ତାଲିକାକୁ ସଠିକ୍ କରି ଭରସାଯୋଗ୍ୟ କରିବା । ଏହି ପ୍ରକ୍ରିୟାରେ ଆପଣା ଯାଇଥିବା ପଦକ୍ଷେପ ଅଧିକ କଠୋର ନୁହେଁ । ମନ ଇଚ୍ଛା ଲୋକଙ୍କୁ ଭୋଟର୍ ତାଲିକାରୁ ବାହାର କରିବା ବନ୍ଦ ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ଉପାୟ ନିଆ ଯାଇଛି ।"
ଏଥିସହ ପଢ଼ନ୍ତୁ: କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନାରାଈ ବିଜୟନଙ୍କ ଘରେ EDର ଛାନଭିନ୍
ନିର୍ବାଚନ କମିଶନଙ୍କ କାର୍ଯ୍ୟ କେବଳ ଭୋଟର ତାଲିକାରେ ନାମ ଯୋଡ଼ିବା ଏବଂ ହଟାଇବା ପର୍ଯ୍ୟନ୍ତ ସୀମିତ । କୌଣସି ବି ପରିସ୍ଥିତିରେ ନିର୍ବାଚନ କମିଶନ ନାଗରିକତା ଉପରେ ଅନ୍ତିମ ବା ଚୂଡ଼ାନ୍ତି ନିଷ୍ପତ୍ତି ନେଇ ପାରିବେ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।
ଯଦି କାହାରିକୁ ନାଗରିକତା ଆଧାରରେ ବାଦ୍ ଦିଆଯାଇଛି, ତାହେଲେ ସେହି ମାମଲାର ଚୂଡ଼ାନ୍ତ ନିଷ୍ପତ୍ତି ଉଚ୍ଚ କର୍ତ୍ତୃପକ୍ଷ ନେବେ । SIR ପ୍ରକ୍ରିୟା ଆଇନ୍ଗତ ଭାବେ ହୋଇଛି । ଦସ୍ତାବିଜର ବର୍ଗୀକରଣ ଯୁକ୍ତିଯୁକ୍ତ ଆଧାରରେ ହୋଇଛି ଏବଂ ଏହା ଭୋଟର ତାଲିକାର ସୁଦ୍ଧତା ସହ ଜଡ଼ିତ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories