supreme court decision / ଜାମିନ ସର୍ଭରେ ଥାନା ସଫେଇ ବେଆଇନ, ହାଇକୋର୍ଟ ଓ ରାୟଗଡ଼ା ନିମ୍ନ ଅଦାଲତଙ୍କ ସର୍ତ୍ତ ରଦ୍ଦ କଲେ ସୁପ୍ରିମକୋର୍ଟ
·1 hour ago·2 min read

Key Points
ଜାମିନ ସର୍ଭରେ ଥାନା ସଫେଇ ବେଆଇନ
ହାଇକୋର୍ଟ ଓ ରାୟଗଡ଼ା ନିମ୍ନ ଅଦାଲତଙ୍କ ସର୍ତ୍ତ ରଦ୍ଦ କଲେ ସୁପ୍ରିମକୋର୍ଟ
ଏଭଳି ଆଦେଶ ନଦେବାକୁ ସବୁ ଅଦାଲତଙ୍କୁ ସତର୍କ କରାଇଲେ
ଏଭଳି ଆଦେଶ ଘୃଣା ଓ ବିଭେଦ ସୃଷ୍ଟିକାରୀ: ସର୍ବୋଚ୍ଚ ଅଦାଲତ

୦୫/୦୫: ନୁଆଦିଲ୍ଲୀ: : କେତେକ ମାମଲାରେ ଓଡ଼ିଶା ହାଇକୋର୍ଟ ଏବଂ ରାୟଗଡ଼ାର ନିମ୍ନ ଅଦାଲତ ଅଭିଯୁକ୍ତଙ୍କୁ ଜାମିନ୍ ମଂଜୁର କରିବାର ସର୍ଭ ଭାବେ ସେମାନଙ୍କୁ ଥାନା ସଫେଇ ପାଇଁ ଆଦେଶ ଦେଇଛନ୍ତି। ଏନେଇ ଦେଶର ସର୍ବୋଚ୍ଚ ଅଦାଲତ ଭୀଷଣ ଉଦ୍ବେଗ ପ୍ରକାଶ କରିଛନ୍ତି। ଜାମିନ୍ ପାଇଁ ଦିଆଯାଇଥିବା ଏଭଳି ସର୍ଭ ଘୃଣା ସୃଷ୍ଟିକାରୀ ଏବଂ ଜାତିଗତ ଆକ୍ଷେପ ବୋଲି ସୁପ୍ରିମକୋର୍ଟ ମତ ଦେଇଛନ୍ତି।
ଏହି ଭଳି ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟ ନିଜ ଆଡୁ ମା' ମାମଲା କରି ଏହାର ଶୁଣାଣି କରିଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ୍ ସୁର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଭଳି ଜାମିନ୍ ସର୍ଭ ଥିବା ଆଦେଶକୁ ଭର୍ସନା କରିବା ସହ ଏହା ବେଆଇନ ତଥା ଅସମ୍ବିଧାନିକ ବୋଲି କହିଛନ୍ତି । ଭବିଷ୍ୟତରେ ବି କୌଣସି କୋର୍ଟ ଏଭଳି ଆଦେଶ ନ ଦେବାକୁ ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି। କେବଳ ସେତିକି ନୁହେଁ, ଦେଶର ଅନ୍ୟ କୌଣସି ଅଦାଲତ ଏଭଳି ଆଦେଶରୁ ନିବୃତ୍ତ ରହିବାକୁ ସୁପ୍ରିମକୋର୍ଟ ସତର୍କ କରାଇ ଦେଇଛନ୍ତି। ଏଭଳି ଆଦେଶ ସାମାଜିକ ବିଭେଦ ସୃଷ୍ଟି କରିବ ବୋଲି ସର୍ବୋଚ୍ଚ ଅଦାଲତ ଆଶଙ୍କା ବ୍ୟକ୍ତ କରିବା ସହ ଏହି ଆଦେଶର ନକଲ ଦେଶର ସମସ୍ତ ହାଇକୋର୍ଟଙ୍କୁ ପ୍ରଦାନ କରିବାକୁ କହିଛନ୍ତି ।
ସୁପ୍ରିମ୍କୋର୍ଟ ଏହି ପରିପ୍ରେକ୍ଷୀରେ କହିଛନ୍ତି ଯେ, ଓଡ଼ିଶାର ବିଚାର ବ୍ୟବସ୍ଥା ଯେଉଁ ଭଳି ଭାବେ ଏହି ଆଦେଶ ଦେଇଛନ୍ତି ତାହା ଉପନିବେଶବାଦ ମାନସିକତାକୁ ପ୍ରମାଣ କରୁଛି। ଏଭଳି ଆଦେଶ ଅତ୍ୟନ୍ତ ଦୁଃଖଦାୟକ ଓ ଏହା ମାନବିକ ଅଧିକାର ଆଇନର ଉଲଂଘନ କରୁଛି। ଆଇନରେ ଏଭଳି ଏ ଆଦେଶ କେବେ ବି ଗ୍ରହଣୀୟ ନୁହେଁ। ସୁପ୍ରିମ୍ କୋର୍ଟ ଆହୁ ଆହୁରି କହିଛନ୍ତି ଯେ, ଜାମିନ ପ୍ରଦାନ କ୍ଷେତ୍ରରେ ଦିଆଯାଇଥିବା ଏହି ଆଦେଶ ଓଡ଼ିଶାର ର ବିଚାର ବ୍ୟବସ୍ଥା ଜାତିଆଣ ବିଭେଦ ସୃଷ୍ଟି କରୁଥିବାର ଏକ ଚିତ୍ର ସୃଷ୍ଟି କରୁଛି। କାରଣ ଅଧିକାଂଶ ଅଭିଯୁକ୍ତ ନିମ୍ନ ଓ ଦଳିତ ବର୍ଗର । ଏଥିରୁ ଆଉ ଏକ କଥା ସ୍ପଷ୍ଟ ହେଉଛି, କୌଣସି ଉଚ୍ଚ ବର୍ଗର ବ୍ୟକ୍ତିଙ୍କ ପାଇଁ ଏଭଳି ସର୍ଭ ରଖାଯାଇନାହିଁ । ଏଭଳି ଆଦେଶକୁ ଅତି ଗମ୍ଭୀରତାର ସହ ନେଇ ସୁପ୍ରିମ୍କୋର୍ଟ କହିଛନ୍ତି ଯେ, ସମ୍ବିଧାନରେ ଜାତିଭେଦ ନଥିବା ଏକ ସମାଜର ପରିକଳ୍ପନା କରାଯାଇଛି।
ପଢନ୍ତୁ ଏହି ଖବର: ଏବେ ସମଗ୍ର ବିଶ୍ୱ ଖାଇବ ଭାରତୀୟ ଚାଉଳ; ଉତ୍ପାଦନରେ ପଛରେ ପଡିଗଲା ଚୀନ୍
ଧାରା-୧୭ରେ ଅଛୁଆଁ ବ୍ୟବସ୍ଥା ଉପରେ ରୋକ୍ ଲଗାଯାଇଛି। ଧାରା-୧୪ ଏବଂ ୧୬ରେ ସମସ୍ତଙ୍କୁ ସମାନ ଅଧିକାର ମଧ୍ୟ ପ୍ରଦାନ କରାଯାଇଛି। ଏଭଳି ପରିସ୍ଥିତିରେ ଅଦାଲତଙ୍କ କର୍ତ୍ତବ୍ୟ କ'ଣ ହେବା ଉଚିତ୍ ତାହା ମଧ୍ୟ ସର୍ବୋଚ୍ଚ ଅଦାଲତ ମନେ ପକାଇ ଦେଇଛନ୍ତି। ଅଦାଲତ କହିଛନ୍ତି ଯେ, ସମାଜରେ ଯେଉଁ ମାନେ ଅଧିକ ସମ୍ବେଦନଶୀଳ ସେମାନଙ୍କ ସୁରକ୍ଷାର ଦାୟିତ୍ଵ ବିଚାରବ୍ୟବସ୍ଥା ହାତରେ ଦିଆଯାଇଛି।
ଏଇ ୭୫ ବର୍ଷ ର ସମ୍ବିଧାନିକ ଯାତ୍ରା ମଧ୍ୟରେ ବିଚାର ବ୍ୟବସ୍ଥା ଏଭଳି ଗଠନ ହୋଇପାରିଛି ଯାହା ଦ୍ଵାରା ଜଣେ ନାଗରିକର ମୌଳିକ ଅଧିକାରକୁ ରାଷ୍ଟ୍ର ଛଡ଼ାଇ ନେଇପାରିବ ନାହିଁ। ଓଡ଼ିଶା ହାଇକୋର୍ଟଙ୍କ ଦ୍ଵାରା ପ୍ରାୟ ୫୦ଟି ମାମଲାରେ ଏଭଳି ସର୍ଭ ଧାର୍ଯ୍ୟ କରାଯାଇଥିଲା ବେଳେ ରାୟଗଡ଼ା ଅତିରିକ୍ତ ସେସନ୍ସ ଜଜ୍ଙ୍କ ଅଦାଲତ ଦ୍ଵାରା ମଧ୍ୟ କେତେକ ମାମଲାରେ ଏଭଳି ସର୍ଭ ଧାର୍ଯ୍ୟ କରାଯାଇଛି।
ଓଡ଼ିଶା ହାଇକୋର୍ଟ ୨୦୨୫ ମେ ୨୮ ତାରିଖରେ କୁମେଶ୍ୱ ଶ୍ବର ନାୟକଙ୍କୁ କାଶୀପୁର ଥାନାକୁ ପ୍ରତିଦିନ ସକାଳ ୬ଟାରୁ ୯ ପର୍ଯ୍ୟନ୍ତ ଦୁଇ ମାସ ଧରି ସଫେଇ କରିବାକୁ ଆଦେଶ ଦେଇଥିଲେ। ଏଭଳି ଅନେକ ମାମଲାରେ ଜାମିନ୍ ସର୍ଭକୁ ନେଇ ସର୍ବୋଚ୍ଚ ଅଦାଲତ ଉଦ୍ବେଗ ପ୍ରକାଶ କରିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories