Digital Arrest Fraud India / ଡିଜିଟାଲ୍ ଆରେଷ୍ଟକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସବୁ ମାମଲାର ତଦନ୍ତ କରିବ CBI
·7 months ago·2 min read

Key Points
ସାଇବର ଅପରାଧୀଙ୍କ ବିରୋଧରେ ହେବ ତ୍ବରିତ କାର୍ଯ୍ୟାନୁଷ୍ଠାନ
ଡିଜିଟାଲ୍ ଆରେଷ୍ଟକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ
ସବୁ ମାମଲାର ଯାଞ୍ଚ କରିବ CBI

ସାଇବର ଅପରାଧୀଙ୍କ ବିରୋଧରେ ହେବ ତ୍ବରିତ କାର୍ଯ୍ୟାନୁଷ୍ଠାନ । ଡିଜିଟାଲ୍ ଆରେଷ୍ଟ ପ୍ରସଙ୍ଗରେ ବଡ଼ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଡିଜିଟାଲ ଆରେଷ୍ଟ ନେଇ ରୁଜୁ ହୋଇଥିବା ସମସ୍ତ ମାମଲାର ଯାଞ୍ଚ କରିବାକୁ CBIକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ । ସାରା ଦେଶରେ ଡିଜିଟାଲ୍ ଆରେଷ୍ଟ ମାମଲାର ତଦନ୍ତ କରିବ CBI । ଠକେଇରେ ବ୍ୟାଙ୍କଗୁଡ଼ିକର ଭୂମିକାର ଯାଞ୍ଚ ହେବା ସହ ରିଜର୍ଭ ବ୍ୟାଙ୍କକୁ ମଧ୍ୟ ନୋଟିସ୍ ଜାରି କରିଛନ୍ତି ସୁପ୍ରିମକୋର୍ଟ । ସବୁ ରାଜ୍ୟରେ ତଦନ୍ତ ପାଇଁ CBIକୁ ଅନୁମତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।
ଡିଜିଟାଲ ଆରେଷ୍ଟ ଘଟଣା ବୃଦ୍ଧି ପାଉଥିବାରୁ ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ । ସାଇବର ଫ୍ରଡରେ ବ୍ୟବୃହତ ଆକାଉଣ୍ଟ ଗୁଡ଼ିକୁ କାହିଁକି ଫ୍ରିଜ୍ କରାଯାଇନାହିଁ ବୋଲି ପ୍ରଶ୍ନ ଉଠାଇବା ସହ ଆକାଉଣ୍ଟ ଫ୍ରିଜ୍ ପାଇଁ AI ବା ମେସିନ୍ ଲର୍ଣ୍ଣିଂ ଟେକ୍ନୋଲୋଜିର ବ୍ୟବହାର କାହିଁକି ହୋଇନାହିଁ ବୋଲି ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ କୋର୍ଟ । ସବୁ ରାଜ୍ୟରେ ସାଇବର କ୍ରାଇମ ୟୁନିଟ୍ ଗୁଡିକୁ ମଜବୁତ କରିବାକୁ ନିର୍ଦ୍ଦେଶ ଦେବା ସହ ଅପରାଧରେ ଆଦାୟ ଟଙ୍କାକୁ ଧଳା ଟଙ୍କା କରିବାକୁ ଖୋଲା ଯାଇଥିବା ଆକାଉଣ୍ଟ ଗୁଡିକୁ ସିଜ୍ କରିବାକୁ ତଥା ଅଧିକାରୀଙ୍କ ବିରୋଧରେ ଆକ୍ସନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।
ଏହା ସହିତ ସୁପ୍ରିମ୍କୋର୍ଟ ସିମ୍ କାର୍ଡର ଅପବ୍ୟବହାର ନେଇ ଟେଲି କମୁନିକେଶନ ବିଭାଗକୁ ମଧ୍ୟ ରିପୋର୍ଟ ତଲବ କରିଛନ୍ତି । ସୋସିଆଲ ମିଡିଆ କମ୍ପାନୀ ଗୁଡିକ ଡିଜିଟାଲ ଆରେଷ୍ଟ ମାମଲାରେ ଯାଞ୍ଚ ଏଜେନ୍ସିକୁ ପୂର୍ଣ୍ଣ ସହଯୋଗ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ତଳ ସ୍ତରରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଟେକ୍ନିକାଲ ସପୋର୍ଟ ସିଷ୍ଟମ ଦେବା ଆବଶ୍ୟକତ ରହିଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଡିଜିଟାଲ ଆରେଷ୍ଟ ମାମଲା ବୃଦ୍ଧିକୁ ନେଇ ସୁପ୍ରିମକୋର୍ଟ ନିଜ ଆଡୁ ଅକ୍ଟୋବର ମାସରେ ବିଚାର ଆରମ୍ଭ କରିଥିଲେ ।
"ଡିଜିଟାଲ ଆରେଷ୍ଟ" ହେଉଛି ଏକ ପ୍ରକାରର ସାଇବର ଠକେଇ, ଯେଉଁଥିରେ ଠକମାନେ ପୋଲିସ କିମ୍ବା ଏନଫୋର୍ସମେଣ୍ଟ ଅଧିକାରୀ ଭାବରେ ନିଜକୁ ପରିଚୟ ଦେଇ ଲୋକଙ୍କୁ ଅଡିଓ କିମ୍ବା ଭିଡିଓ କଲ୍ କରନ୍ତି। ସେମାନେ ପୀଡିତଙ୍କୁ ଭୟଭୀତ କରନ୍ତି ଏବଂ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଦାବି କରି ଟଙ୍କା ଟ୍ରାନ୍ସଫର୍ କରିବାକୁ ବାଧ୍ୟ କରନ୍ତି । ସାଇବର ଅପରାଧୀ ମିଥ୍ୟା ଦାବି କରନ୍ତି ଯେ ପୀଡିତଙ୍କୁ ଗିରଫ କରାଯାଇଛି ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଏଡାଇବା ପାଇଁ ତାଙ୍କୁ ଟଙ୍କା ଦେବାକୁ ପଡିବ। ନ୍ୟାସନାଲ ସାଇବର କ୍ରାଇମ୍ ରିପୋର୍ଟିଂ ପୋର୍ଟାଲ୍ କେବଳ ୨୦୨୪ ମସିହାରେ "ଡିଜିଟାଲ ଆରେଷ୍ଟ" ସମ୍ପର୍କିତ ସାଇବର ଅପରାଧର ୧୨୩,୬୭୨ଟି ମାମଲା ରିପୋର୍ଟ କରିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories