ବଣ୍ଡ୍ ର ହିସାବ ତିନି ସପ୍ତାହ ମଧ୍ୟରେ ଦାଖଲ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଅର୍ଗସ ବ୍ୟୁରୋ: ନିର୍ବାଚନୀ ବଣ୍ଡକୁ ଅସମ୍ବିଧାନିକ ଘୋଷଣା କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । 2017 ରୁ ଏହି ଯୋଜନା ଆରମ୍ଭ ହୋଇଥିଲା । କିନ୍ତୁ 2018 ରେ କାର୍ଯ୍ୟକାରୀ ହୋଇଥିଲା । ଏହି ବଣ୍ଡ ମାଧ୍ୟମରେ ବ୍ୟକ୍ତି ରାଜନୌତିକ ଦଳକୁ ସହଯୋଗ କରିଥିଲେ । କିନ୍ତୁ ଏହାର କୌଣସି ପ୍ରକାର ପରିଚୟ ଜଣା ପଡୁନଥିଲା କିଏ ଅର୍ଥ ଦେଇଛି । କେତେ ଦେଉଛି । ନାମ ଓ ଠିକଣା କିଛି ବି ଜଣା ପଡୁନଥିଲା । ଯାହାକି RTI act 19,(1)କ ର ନିୟମ ଉଲଘଂନ କରୁଛି ।
ଏ ନେଇ ଆବେଦନକାରୀ ଜୟା ଠାକୁର ଏହି ବଣ୍ଡର ସ୍ୱଚ୍ଛତା ନେଇ ସର୍ବୋଚ୍ଚ ନ୍ୟାୟଳୟରେ ଏକ ଆବେଦନ କରିଥିଲେ । ସୁପ୍ରିମକୋର୍ଟ ଶୁଣାଣି କରି କହିଛନ୍ତି ଏହା ଅସାମ୍ଭଧାନିକ । ଏହାସହ SBIକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, 2018ରୁ ଏ ପର୍ଯ୍ୟନ୍ତ ସମସ୍ତ ବଣ୍ଡର ହିସାବ election commision of india ଙ୍କ ପାଖରେ ତିନି ସପ୍ତାହ ମଧ୍ୟରେ ଦାଖଲ କରିବା ପାଇଁ ।
ସେପଟେ ECI ଏହାର ସମସ୍ତ ତଥ୍ୟ ୱେବସାଇଟ୍ ରେ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ କରିବ । ଯେହେତୁ ଆଗକୁ ନିର୍ବାଚନ ଅଛି ତେଣୁ ସ୍ୱଚ୍ଛତା ପାଇଁ ଏହି ରାୟ ଶୁଣାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।
ସୁପ୍ରିମ କୋର୍ଟଙ୍କ ରାୟ ପରେ ଆବେଦନକାରୀ ଜୟା ଠାକୁର ପ୍ରତିକ୍ରିୟାରେ କହିଛନ୍ତି ଯେ, "ପ୍ରକ୍ରିୟା ଚାଲିଛି ଏବଂ କୋର୍ଟ ଏପର୍ଯ୍ୟନ୍ତ କୌଣସି ରାୟ ଦେଇନାହାଁନ୍ତି। କିନ୍ତୁ କୋର୍ଟ କହିଛନ୍ତି ଯେ ଏହା ସ୍ୱଚ୍ଛ ହେବା ଉଚିତ୍ । ଆରଟିଆଇ ପ୍ରତ୍ୟେକ ନାଗରିକଙ୍କର ଅଟେ । କେଉଁ ପରିମାଣର ଟଙ୍କା ଏବଂ କେଉଁ ଲୋକମାନେ ଏହାକୁ ଦିଅନ୍ତି ତାହା ପ୍ରକାଶ କରାଯିବା ଉଚିତ୍ ।
2018ରେ ଯେତେବେଳେ ଏହି ନିର୍ବାଚନୀ ବଣ୍ଡ ସ୍କିମ୍ ପ୍ରସ୍ତାବିତ ହୋଇଥିଲା, ଏହି ଯୋଜନାରେ, କୁହାଯାଇଥିଲା ଯେ ଆପଣ ବ୍ୟାଙ୍କରୁ ବଣ୍ଡ କିଣିପାରିବେ ଏବଂ ଆପଣ ପାର୍ଟିକୁ ଟଙ୍କା ଦେଇପାରିବେ । ଯାହା ତୁମେ ଦେବାକୁ ଚାହୁଁଛ କିନ୍ତୁ ତୁମର ନାମ ପ୍ରକାଶ ପାଇବ ନାହିଁ । ଯାହା ସୂଚନା ଅଧିକାରର ବିରୋଧୀ, ଏବଂ ଏହା ପ୍ରକାଶ କରାଯିବା ଉଚିତ୍ ।
📱 Get Argus News App
✨ଆହୁରି ପଢନ୍ତୁ ରାଜନୀତି ଖବର...