Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

SC Rejects Four PIL / ପିଆଜ-ରସୁଣ ଯାଚିକା ହେଲା ଖାରଜ; ଓକିଲଙ୍କୁ ଚେତାବନୀ ଦେଲେ ସୁପ୍ରିମ କୋର୍ଟ

Subhramjit ray
Browse all articles by Subhramjit ray
·4 months ago·2 min read
ପିଆଜ-ରସୁଣ ଯାଚିକା ହେଲା ଖାରଜ; ଓକିଲଙ୍କୁ ଚେତାବନୀ ଦେଲେ ସୁପ୍ରିମ କୋର୍ଟ
SC rejects Onion Garlic PIL

Key Points

ସୋମବାର ପିଆଜ-ରସୁଣ ଉପରେ ଗବେଷଣା କରିବା ଦାଏର ହୋଇଥିବା ଯାଚିକାକୁ ଖାରଜ କରି ଦେଇଛନ୍ତି ସୁପ୍ରିମ କୋର୍ଟ।
SC rejects Onion Garlic PIL: ସୋମବାର ଏକ ଆବେଦନ ଖାରଜ କରିବା ସମୟରେ ସୁପ୍ରିମକୋର୍ଟ ଜଣେ ଓକିଲଙ୍କୁ ଭର୍ତ୍ସନା କରିଥିଲେ। ଯେଉଁଥିରେ ଓକିଲ ଜଣଙ୍କ ପିଆଜ-ରସୁଣ ଉପରେ ଗବେଷଣା କରିବା ପାଇଁ ଦେଶର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ନିବେଦନ କରିଥିଲେ। ଖଣ୍ଡପୀଠର ନେତୃତ୍ୱ ନେଉଥିବା ମୁଖ୍ୟ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏ ସମ୍ପର୍କିତ ଆବେଦନର ଉଦ୍ଦେଶ୍ୟ ପ୍ରଶ୍ନ ଉଠାଇଥିଲେ। ଏନେଇ ସେ ଓକିଲଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ କ'ଣ ଆପଣ ଏହି ସମସ୍ତ ଆବେଦନକୁ ରାତି ଅଧରେ ପ୍ରସ୍ତୁତ କରୁଛନ୍ତି? ପିଆଜ ଏବଂ ରସୁଣ ତାମସିକ ଖାଦ୍ୟ କି ନୁହେଁ? ଏହାର କୌଣସି ନକାରାତ୍ମକ ଉପାଦାନ ରହିଛି ନାଁ ନାହିଁ ସେ ବିଷୟରେ ଗବେଷଣା କରିବାକୁ ଏକ କମିଟି ଗଠନ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେବାକୁ ଆବେଦନ କରାଯାଇଥିଲା।

ରସୁଣ ଏବଂ ପିଆଜ ଉପରେ ହୋଇଥିଲା ଆବେଦନ
ସୁପ୍ରିମ କୋର୍ଟରେ ଦାଖଲ ହୋଇଥିବା ଆବେଦନରେ କୁହାଯାଇଛି ଯେ ଜୈନ ସମ୍ପ୍ରଦାୟ ପିଆଜ, ରସୁଣ ଏବଂ ମାଟି ତଳେ ଫଳୁ ଥିବା ପନିପରିବାକୁ ତାମସିକ ଖାଦ୍ୟ ବୋଲି ବିଚାର କରିଥାନ୍ତି। ସେମାନେ ଏହାକୁ ଖାଦ୍ୟ ଭାବେ ବ୍ୟବହାର କରିବାରୁ ଏଡ଼ାଇ ଦେଇଥାନ୍ତି। ଏହି ଆବେଦନର ଶୁଣାଣି ଚାଲିଥିବା ସମୟରେ, ଆବେଦନକାରୀ କହିଥିଲେ ଯେ ଏହା ଏକ ସାଧାରଣ ପ୍ରସଙ୍ଗ ହୋଇପାରେ। ଖାଦ୍ୟରେ ପିଆଜ ବ୍ୟବହାର କରିବାକୁ ନେଇ ଗୁଜୁରାଟ ହାଇକୋର୍ଟରେ ଏକ ଛାଡପତ୍ର ମାମଲା ଦାଏର ହୋଇଥିଲା। ଏହି ମାମଲାରେ କୋର୍ଟ ପଚାରିଥିଲେ ଯେ, ଆପଣ ଜୈନ ସମ୍ପ୍ରଦାୟର ଭାବନାକୁ କାହିଁକି ଆଘାତ ଦେବାକୁ ଚାହୁଁଛନ୍ତି?

ସୁପ୍ରିମକୋର୍ଟ ଏହି ଆବେଦନ ସହିତ ସେହି ଓକିଲଙ୍କ ଦ୍ୱାରା ଦାୟର ଅନ୍ୟ ତିନୋଟି ମାମଲାର ଶୁଣାଣି କରିବାକୁ ମନା କରିଦେଇଥିଲେ। ତାହା ହେଉଛି
ମଦ ଏବଂ ତମାଖୁ ଉତ୍ପାଦରେ ଥିବା କଥିତ କ୍ଷତିକାରକ ଉପାଦାନକୁ ନିୟନ୍ତ୍ରଣ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିବା
ସମ୍ପତ୍ତିର ବାଧ୍ୟତାମୂଳକ ପଞ୍ଜୀକରଣ ସୁନିଶ୍ଚିତ କରିବା
ଶାସ୍ତ୍ରୀୟ ଭାଷା ଘୋଷଣା ପାଇଁ ମାର୍ଗଦର୍ଶିକା ଜାରି କରିବା

ଆମେ ଜରିମାନା ଲଗାଇ ପାରିଥାନ୍ତୁ: ସୁପ୍ରିମକୋର୍ଟ
ଖଣ୍ଡପୀଠ ସମସ୍ତ ଆବେଦନକୁ ଖାରଜ କରି ଦେଇଥିଲେ। ଏନେଇ କୋର୍ଟ କହିଥିଲେ ସେଗୁଡ଼ିକ ଅସ୍ପଷ୍ଟ ଏବଂ ଅନାବଶ୍ୟକ। ତାହାକୁ ଉପଯୁକ୍ତ ଉପାୟରେ ପ୍ରସ୍ତୁତ କରାଯାଇନାହିଁ। ଏହା ଦ୍ୱାରା ଅଦାଲତଙ୍କ ସମୟ ନଷ୍ଟ ହୋଇଥିଲା। ମୁଖ୍ୟ ବିଚାରପତି କହିଥିଲେ ଯେ ଏହି ଆବେଦନକୁ ଲୋକ ଦେଖାଣିଆ ଭାବେ ପ୍ରସ୍ତୁତ କରାଯାଇଛି। ସୁପ୍ରିମକୋର୍ଟ ଖଣ୍ଡପୀଠ ଆହୁରି କହିଥିଲେ ଯେ ଯଦି ଆବେଦନକାରୀ ଓକିଲ ହୋଇନଥାନ୍ତେ, ତାହେଲେ ଆମେ ତାଙ୍କ ଉପରେ ଜରିମାନା ଲଗାଇ ପାରିଥାନ୍ତୁ। ଏପରି ଆବେଦନ ସୁପ୍ରିମକୋର୍ଟ ଉପରେ ଅନାବଶ୍ୟକ ବୋଝ ପକାଇଥାଏ। କୋର୍ଟ ଚେତାବନୀ ଦେଇଥିଲେ ଯେ ଭବିଷ୍ୟତରେ ଏପରି ଆବେଦନ ଦାଖଲ କରିବା ଦ୍ୱାରା ପୁନର୍ବାର ଜରିମାନା ଲଗାଯାଇପାରେ।

ପଢନ୍ତୁ ଏହି ଖବର: ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ଉପରେ କୋର୍ଟର ପ୍ରଶ୍ନ କହିଲେ...




Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
SC Rejects PIL on Onion Garlic | Argus News