Videos
|
National

SC ruling on Indian Constitution / ବିଦ୍ୟାଳୟରେ ସମ୍ବିଧାନ ପ୍ରସ୍ତାବନା ପାଠ କରିବାକୁ ନେଇ ଦାଏର ହେଇଥିଲା ଆବେଦନ; ସୁପ୍ରିମକୋର୍ଟ ନେଲେ ଏହି ନିଷ୍ପତ୍ତି

Subhramjit Ray
Browse all articles by Subhramjit Ray
·1 hour ago·2 min read
ବିଦ୍ୟାଳୟରେ ସମ୍ବିଧାନ ପ୍ରସ୍ତାବନା ପାଠ କରିବାକୁ ନେଇ ଦାଏର ହେଇଥିଲା ଆବେଦନ; ସୁପ୍ରିମକୋର୍ଟ ନେଲେ ଏହି ନିଷ୍ପତ୍ତି
SC ruling on Indian Constitution

Key Points

ବିଦ୍ୟାଳୟର ପ୍ରାର୍ଥନା ସଭାରେ ପ୍ରତିଦିନ ସମ୍ବିଧାନର ପ୍ରସ୍ତାବନା ପାଠ କରିବାକୁ ବାଧ୍ୟତାମୂଳକ କରିବା ଲାଗି ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ଏନେଇ ସୁପ୍ରିମକୋର୍ଟ  ଖଣ୍ଡପୀଠ କହିଛନ୍ତି ଯେ ଷଷ୍ଠ ଶ୍ରେଣୀରୁ ପାଠ୍ୟକ୍ରମରେ ସମ୍ବିଧାନ ପ୍ରସ୍ତାବନା ଅନ୍ତର୍ଭୁକ୍ତ କରାଯାଇଛି।
ଦେଶର ସମସ୍ତ ବିଦ୍ୟାଳୟର ପ୍ରାର୍ଥନା ସଭାରେ ସମ୍ବିଧାନର ପ୍ରସ୍ତାବନା ପାଠ କରିବାକୁ ବାଧ୍ୟତାମୂଳକ କରିବାକୁ ଦାୟର ହୋଇଥିଲା ଏକ ଜନସ୍ୱାର୍ଥ ମାମଲା। ହେଲେ ଏହାକୁ ସୁପ୍ରିମକୋର୍ଟ ମଙ୍ଗଳବାର (ଅକ୍ଟୋବର) ଖାରଜ କରି ଦେଇଛନ୍ତି। ବିଚାରପତି ବିକ୍ରମ ନାଥ, ସନ୍ଦୀପ ମେହଟ୍ଟା ଏବଂ ଅଗଷ୍ଟିନ ଜର୍ଜ ମସିହଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏହି ଆବେଦନ ଉପରେ ବିଚାର କରିବାକୁ ମନା କରିଛନ୍ତି। ଏନେଇ ଖଣ୍ଡପୀଠ କହିଛନ୍ତି ସମ୍ବିଧାନର ପ୍ରସ୍ତାବନା, ପୂର୍ବରୁ ଦେଶବ୍ୟାପୀ ବିଦ୍ୟାଳୟ ପାଠ୍ୟକ୍ରମର ଏକ ଅଂଶ ହୋଇ ରହିଛି। ଷଷ୍ଠ ଶ୍ରେଣୀରୁ ଦେଶବ୍ୟାପୀ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଏ ସମ୍ପର୍କରେ ପଢ଼ାଯାଉଛି। ଦିଲ୍ଲୀ ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ରାଜଧାନୀ କଲେଜ ସହକାରୀ ପ୍ରଫେସର ଧିରଜ କୁମାର ଏହି ଆବେଦନ ଦାଖଲ କରିଥିଲେ।

ଆବେଦନରେ କ'ଣ ଦାବି ହୋଇଥିଲା?
ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମ୍ବିଧାନିକ ସାକ୍ଷରତାକୁ ପ୍ରୋତ୍ସାହିତ କରିବା ପାଇଁ ସମଗ୍ର ଦେଶରେ ଏକ ସମାନ ନୀତି ପ୍ରଣୟନ କରିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଏବଂ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) କୁ ନିର୍ଦ୍ଦେଶ ଦେବାକୁ ଆବେଦନ କରାଯାଇଥିଲା। ଆବେଦନରେ ଏହା ଦର୍ଶାଯାଇଥିଲା ଯେ ଯେପରି ବିଦ୍ୟାଳୟରେ ଜାତୀୟ ସଙ୍ଗୀତ ସାମୂହିକ ଭାବରେ ଗାନ କରାଯାଏ, ଠିକ୍ ସେପରି ଭାବରେ ଭାରତୀୟ ସମ୍ବିଧାନର ପ୍ରସ୍ତାବନାକୁ ନିୟମିତ ସାମୂହିକ ପାଠ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ନ୍ୟାୟ, ସ୍ୱାଧିନତା, ସମାନତା ଏବଂ ଭ୍ରାତୃତ୍ୱ ଭଳି ସାମ୍ବିଧାନିକ ମୂଲ୍ୟବୋଧ ବିଷୟରେ ବୁଝାମଣା ସୃଷ୍ଟି କରିବ।

ଏହା ସହ ପଢନ୍ତୁ: ଲିଖିତ ଭାବରେ କହିବାକୁ ହେବ ଗିରଫଦାରୀର କାରଣ; ନଚେତ୍ ଏହା ହେବ

ଏଥିପାଇଁ ଆବେଦନକାରୀ ସମ୍ବିଧାନର ଧାରା ୨୧ (କ) ଅନୁଯାୟୀ ଶିକ୍ଷାର ମୌଳିକ ଅଧିକାର ଏବଂ ଧାରା ୫୧କ(କ) ଅନୁଯାୟୀ ମୌଳିକ କର୍ତ୍ତବ୍ୟର ଉଦାହରଣ ଦେଇଥିଲେ। ଆବେଦନରେ ରାଜସ୍ଥାନ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ସରକାରୀ ବିଜ୍ଞପ୍ତି ସମ୍ପର୍କରେ ମଧ୍ୟ ଉଲ୍ଲେଖ କରାଯାଇଥିଲା। ଯେଉଁଥିରେ ସରକାରୀ ଏବଂ ସରକାରଙ୍କ ସହ ଅନୁବନ୍ଧିତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପ୍ରାର୍ଥନା ସଭା ସମୟରେ ସମ୍ବିଧାନର ପ୍ରସ୍ତାବନା ପାଠ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୁପ୍ରିମକୋର୍ଟ ଠାରେ ଦାଖଲ ହୋଇଥିବା ଆବେଦନରେ ପ୍ରାର୍ଥନା ସଭା ସମୟରେ ପ୍ରତିଦିନ ସକାରାତ୍ମକ ପ୍ରତିଜ୍ଞାକୁ ଉତ୍ସାହିତ କରୁଥିବା ବିଜ୍ଞପ୍ତି ସମ୍ପର୍କରେ ଉଲ୍ଲେଖ କରାଯାଇଥିଲା। ଯେଉଁ ବିଜ୍ଞପ୍ତି ଗତବର୍ଷ ମେ ମାସରେ ସିବିଏସଇ (CBSE) ଦ୍ୱାରା ଜାରି କରାଯାଇଥିଲା। ଆବେଦନକାରୀ ଦର୍ଶାଇଥିଲେ ଯେ ନାଗରିକ ଚେତନା ବିକାଶ ପାଇଁ ସମ୍ବିଧାନର ପ୍ରସ୍ତାବନା ପାଠ କରିବା ସବୁଠାରୁ ପ୍ରଭାବଶାଳୀ ସକାରାତ୍ମକ ପ୍ରତିଜ୍ଞା ହୋଇପାରେ। ହେଲେ ତଥାପି, ସୁପ୍ରିମକୋର୍ଟ ଆବେଦନକୁ ଗ୍ରହଣ କରିନଥିଲେ ଏବଂ ଏହାକୁ ଖାରଜ କରିଦେଇଥିଲେ।