1 Crore Divorce Order / ୭ ମାସର ବିବାହରେ ସ୍ଵାମୀଙ୍କୁ କନ୍ଦାଇ ଦେଲା ସ୍ତ୍ରୀ; ସୁପ୍ରିମକୋର୍ଟ ଦେଲେ ବଡ଼ ନିର୍ଦ୍ଦେଶ
·5 months ago·2 min read

Key Points
୭ ମାସର ବିବାହ, ପୁଣି ବିଚ୍ଛେଦ । ଗଣି ସାରିଲେଣି ୧ କୋଟି ୬୫ ଲକ୍ଷ ଟଙ୍କା । ଆହୁରି ଦେବେ ୧ କୋଟି ୨୫ ଲକ୍ଷ । ଆସନ୍ତୁ ଜାଣିବା ସୁପ୍ରିମକୋର୍ଟରେ ବଡ଼ ବିବାହ ବିଚ୍ଛେଦର ପୂରା କାହାଣୀ ।
ନୂଆଦିଲ୍ଲୀ: ଛାଡ଼ପତ୍ର ବା ବିବାହ ବିଚ୍ଛେଦକୁ ନେଇ ଶୁଣାଣି ବେଳେ ସୁପ୍ରିମକୋର୍ଟରେ କଡ଼ା ଯୁକ୍ତିତର୍କ ଦେଖିବାକୁ ମିଳିଛି । ଯେଉଁଠି ମାତ୍ର ୭ ମାସର ବୈବାହିକ ସମ୍ପର୍କର ଅନ୍ତ ଘଟାଇବାକୁ ସ୍ଵାମୀ, ସ୍ତ୍ରୀ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ଵାରସ୍ଥ ହୋଇଛନ୍ତି । ବିବାଦ ଏତେ ବଢ଼ିଗଲା ଯେ ଏହା ଆଇନ୍ ଓ ଆର୍ଥିକ ଉଭୟ ଭାବେ ସ୍ଵାମୀଙ୍କ ପରିବାର ପାଇଁ ବେଶ୍ ଭାରି ପଡ଼ିଗଲା ।
ସୁପ୍ରିମକୋର୍ଟରେ ଶୁଣାଣି ବେଳେ ସ୍ଵାମୀଙ୍କ ପକ୍ଷ ରଖି ଓକିଲ କହିଛନ୍ତି, "ଦମ୍ପତି ବିବାହ ପରେ ମାତ୍ର ୭ ମାସ ଏକାଠି ରହିଛନ୍ତି । ପୂର୍ବରୁ ସ୍ତ୍ରୀଙ୍କୁ ସ୍ଵାମୀ ୧ କୋଟି ୬୫ ଲକ୍ଷ ଟଙ୍କା ଦେଇ ସାରିଛନ୍ତି ।" ତେବେ ଏତେ ଟଙ୍କା ନେବା ପରେ ପତ୍ନୀଙ୍କୁ ଆଉ କ'ଣ ଦରକାର ବୋଲି ପ୍ରଶ୍ନ କରିଛନ୍ତି ଓକିଲ ।
ଏଥିସହ ପଢ଼ନ୍ତୁ: ଆତ୍ମସମ୍ମାନ ପାଇଁ ୨୧ ବର୍ଷର ଆଇନଗତ ଲଢେଇ; ଶେଷରେ ମିଳିଲା ନ୍ୟାୟ
ଏଥିସହ ଏହି ମାମଲାକୁ ତୁରନ୍ତ ଶେଷ କରିବାକୁ ଅନୁରୋଧ କରିଛନ୍ତି ସ୍ଵାମୀଙ୍କ ଓକିଲ । ସେ କହିଛନ୍ତି, ଏହି ଗୋଟିଏ ବିବାଦ ଲାଗି ସମ୍ପୂର୍ଣ୍ଣ ପରିବାରକୁ ଅନେକ କିଛି ହରାଇବାକୁ ପଡ଼ିଲାଣି । ସ୍ତ୍ରୀ, ଶ୍ଵଶୁର ଘର ବିରୋଧରେ ମୋଟ ୨୧ଟି ଭିନ୍ନ ଭିନ୍ନ ମାମଲା କରିଛନ୍ତି । ଯାହା ଫଳରେ ସ୍ଵାମୀଙ୍କ ଭଉଣୀ ସହ ଶ୍ଵଶୁରଙ୍କୁ ଜେଲ୍ ଯିବାକୁ ପଡ଼ିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେକ୍ସପିଅରଙ୍କ ସାଇଲକ୍ ସହ ତୁଳନା
ପତ୍ନୀଙ୍କ ବଢ଼ୁଥିବା ଦାବିକୁ ନେଇ ସ୍ଵାମୀଙ୍କ ଓକିଲ କୋର୍ଟରେ ପ୍ରସିଦ୍ଧ ନାଟ୍ୟକାର ୱିଲିୟମ୍ ସେକ୍ସପିଅର୍ଙ୍କ ନାଟକ "ଦ ମର୍ଚ୍ଚାଣ୍ଟ ଅଫ୍ ଭେନିସ୍"ର କ୍ରୁର ଚରିତ୍ର "ଶାଇଲକ୍"ର ଉଦାହରଣ ଦେଇଛନ୍ତି । ଓକିଲ କହିଛନ୍ତି, "ସେ ଶାଇଲକ୍ଙ୍କ ଭଳି ବ୍ୟବହାର କରୁଛନ୍ତି, ଯିଏକି ଧାର ବଦଳରେ ଶରୀରର ଗୋଟିଏ ପାଉଣ୍ଡ ମାଂସ ମାଗିଥିଲେ ।" ସ୍ଵାମୀ କହିଛନ୍ତି, "ମୋର ଆର୍ଥିକ କ୍ଷମତା ଆଉ ନାହିଁ, ମୁଁ ଆଉ ଟଙ୍କା ଦେଇ ପାରିବି ନାହିଁ ।"
ବନ୍ଧା ପଡ଼ିଛି କେଜିଏ ସୁନା
ଅନ୍ୟପଟେ ପତ୍ନୀଙ୍କ ଓକିଲ କୋର୍ଟରେ କହିଛନ୍ତି, "ମାମଲାର ଉଦ୍ଦେଶ୍ୟ କେବଳ ଅର୍ଥ ଦେବା ନୁହେଁ । ପତ୍ନୀଙ୍କ କେଜିଏ ସୁନା ଶ୍ଵଶୁର ଘର ଲୋକଙ୍କ ପାଖରେ ଥିଲା, ଯାହାକୁ ବନ୍ଧା ପକା ଯାଇଛି ।" ଓକିଲ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଉଭୟ ପକ୍ଷ ମଧ୍ୟରେ ଯାହା ପୂର୍ବରୁ ବୁଝାମଣା ହୋଇଥିଲା । ସେହି ଅନୁସାରେ, ପତ୍ନୀଙ୍କ ନିର୍ଦ୍ଧାରିତ ନଗଦ ଟଙ୍କା ସହ ବନ୍ଧା ପଡ଼ିଥିବା କେଜିଏ ସୁନା ଫେରାଇବା ଆବଶ୍ୟକ ।
ଏଥିସହ ପଢ଼ନ୍ତୁ: ସ୍ତ୍ରୀକୁ ୧୫,୦୦୦ ଟଙ୍କା ଦେଇ ଚାଲ ଖୁସିରେ ରୁହ… ସ୍ୱାମୀଙ୍କୁ ପରାମର୍ଶ ଦେଲେ ସୁପ୍ରିମକୋର୍ଟ
ସୁପ୍ରିମକୋର୍ଟଙ୍କ ଚୂଡ଼ାନ୍ତ ରାୟ

ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ଅନ୍ତିମ ନିଷ୍ପତ୍ତି ନେଇଛନ୍ତି । ପ୍ରଥମେ କୋର୍ଟ ପତ୍ନୀଙ୍କ ୧ କେଜି ସୁନା ଫେରାଇବାକୁ ସ୍ଵାମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ସ୍ଵାମୀ ଅମଙ୍ଗ ହେବାରୁ କୋର୍ଟ ୧ କେଜି ସୁନା ବଦଳରେ ନଗଦ ଅର୍ଥ ଦେବାକୁ କହିଛନ୍ତି ।
କୋର୍ଟ କହିଛନ୍ତି ୧ କେଜି ସୁନା ହିସାବରେ ୧ କୋଟି ୨୫ ଲକ୍ଷ ଟଙ୍କା ଦିଅ । ଏଥିସହ କୋର୍ଟ ସର୍ତ୍ତ ରଖିଛନ୍ତି ଯେ, ୧ କୋଟି ୨୫ କ୍ଷ ଟଙ୍କା ଦେଲେ ହିଁ ସେ ଆଇନଗତ ଭାବେ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇ ପାରିବେ ।

Related Topics
Explore more stories