Videos
|
National

Shocking Case / ଆତ୍ମସମ୍ମାନ ପାଇଁ ୨୧ ବର୍ଷର ଆଇନଗତ ଲଢେଇ; ଶେଷରେ ମିଳିଲା ନ୍ୟାୟ

Debashree Debasmita Sahoo
Browse all articles by Debashree Debasmita Sahoo
·5 months ago·2 min read
ଆତ୍ମସମ୍ମାନ ପାଇଁ ୨୧ ବର୍ଷର ଆଇନଗତ ଲଢେଇ; ଶେଷରେ ମିଳିଲା ନ୍ୟାୟ
Shocking Case

Key Points

ମାତ୍ର ୧୦ ଟଙ୍କା ପାଇଁ ଚାକିରି ପଳେଇଥିଲା
ଆତ୍ମସମ୍ମାନ ପାଇଁ ୨୧ ବର୍ଷର ଆଇନଗତ ଲଢେଇ
ଶେଷରେ ମିଥ୍ୟା ଥିଲା ଅଭିଯୋଗ, ଫେରିପାଇଲେ ଚାକିରି
ମଧ୍ୟପ୍ରଦେଶ ହାଇକୋର୍ଟ ଏକ ଗୁରୁତ୍ଵପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଦୀର୍ଘ ୨୧ ବର୍ଷ ଆଇନଗତ ଲଢେଇ ପରେ ଚାକିରିରୁ ବିଦା ହୋଇଥିବା ରେଳ କର୍ମଚାରୀ ନାରାୟଣ ନାୟର ନିଜ ଚାକିରି ଫେରିପାଇଛନ୍ତି । ତାଙ୍କୁ ମାତ୍ର ୧୦ ଟଙ୍କା ହେରଫେର ଅଭିଯୋଗରେ ଚାକିରିରୁ ବିଦା କରାଯାଇଥିଲା । ହେଲେ ନିଜ ଆତ୍ମସମ୍ମାନ ପାଇଁ କର୍ମଚାରୀ ଜଣକ ଆଇନଗତ ଲଢେଇ ଲଢିବା ପରେ ଶେଷରେ ନିର୍ଦ୍ଦୋଷ ବୋଲି ଜଣାପଡ଼ିଛି ।

  • ୨୦୦୨ ମସିହାର ଘଟଣା
ଏହି ଘଟଣାଟି ୨୦୦୨ ମସିହା ଜାନୁଆରୀ ୪ ତାରିଖରେ ଘଟିଥିଲା । ସେତେବେଳେ ଶ୍ରୀଧାମ ରେଲୱେ ଷ୍ଟେସନର ଟିକଟ କାଉଣ୍ଟରରେ ନାୟର ଡ୍ୟୁଟିରେ ଥିଲେ । ସେତେବେଳେ ପ୍ରବଳ ଭିଡ଼ ଥିଲା ଓ ଲମ୍ବା ଲାଇନ ଲାଗିଥିଲା । ଠିକ୍ ଏହି ସମୟରେ ଜଣେ ଯାତ୍ରୀଙ୍କ ସହ ଭିଜିଲାନ୍ସ ଟିମ ସେଠାରେ ପହଞ୍ଚିଥିଲା । ଯାତ୍ରୀ ଜଣକ ଅଭିଯୋଗ କରିଥିଲେ ଯେ ନାୟର ୩୧ ଟଙ୍କା ଫେରାଇବା ବଦଳରେ ୨୧ ଟଙ୍କା ଫେରାଇଲେ ଓ ୧୦ ଟଙ୍କା ଠକି ରଖିଦେଲେ । ଏହି ଅଭିଯୋଗ ଆସିବା ପରେ ନାୟର ଗୋଟିଏ କଥା ବାରମ୍ବାର ଦୋହରାଇଥିଲେ ଯେ ଭିଡ଼ ଯୋଗୁଁ ଏପରି ହୋଇଥାଇପାରେ । ନାୟରଙ୍କ କଥା ନ ଶୁଣି ତାଙ୍କୁ ସେହି ମୁହୂର୍ତ୍ତରେ ଚାକିରିରୁ ବିଦା କରାଯାଇଥିଲା ।

ଭିଜିଲାନ୍ସ ଆହୁରି ଅଭିଯୋଗ କରିଥିଲା ଯେ ନାୟରଙ୍କ ନିକଟରେ ଟିକଟ ପଇସା ବ୍ୟତୀତ ଅତିରିକ୍ତ ଭାବେ ୪୫୦ ଟଙ୍କା ମିଳିଥିଲା । ତେବେ ନାୟରଙ୍କ କହିବାନୁସାରେ,ଏହି ଟଙ୍କା ତାଙ୍କର ବ୍ୟକ୍ତିଗତ ପଇସା ଥିଲା, ଯାହାକି ସେ ନିଜ ସ୍ତ୍ରୀଙ୍କ ପାଇଁ ଔଷଧ କିଣିବାକୁ ରଖିଥିଲେ । ତେବେ ନାୟରଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗରେ ପ୍ରଥମେ ୭୭୮ ଟଙ୍କା ଅତିରିକ୍ତ ମିଳିଥିଲା ବୋଲି କୁହାଯାଇଥିଲା ଓ ପରେ ସେହି ସଂଖ୍ୟାକୁ ବଦଳାଇଯାଇଥିଲା । କିନ୍ତୁ ଏହି ଘଟଣାରେ ଚାକିରି ହରାଇବା ପରେ ନାୟର ଆଇନର ଆଶ୍ରୟ ନେଇଥିଲେ ।

  • ଆତ୍ମସମ୍ମାନ ପାଇଁ ୨୧ ବର୍ଷର ଆଇନଗତ ଲଢେଇ
ଏହି ଅଭିଯୋଗ ନାୟରଙ୍କୁ ବେଶ ଆଘାତ ଦେଇଥିଲା, କାରଣ ଏହା ତାଙ୍କ ଆତ୍ମସମ୍ମାନର କଥା ଥିଲା । ଏଣୁ ସେ ବିନା ଥକି ୨୧ ବର୍ଷ ଧରି ଆଇନଗତ ଲଢେଇ ଲଢିଥିଲେ । ଶେଷରେ ୨୦୨୬ରେ ରାୟ ନାୟରଙ୍କ ସପକ୍ଷରେ ଥିଲା । ମଧ୍ୟପ୍ରଦେଶ ହାଇକୋର୍ଟ କହିଛନ୍ତି ଯେ ନାୟର ୧୦ ଟଙ୍କା ନେଇଛନ୍ତି ବୋଲି ସେପରି କୌଣସି ଠୋସ ପ୍ରମାଣ ନାହିଁ ଏବଂ ଅଭିଯୋଗ ଆଣିଥିବା ଯାତ୍ରୀ ଜଣକ ଭିଜିଲାନ୍ସ ଟିମର ଥିଲେ । ଏଣୁ କୌଣସି ସାଧାରଣ ଯାତ୍ରୀ ଅଭିଯୋଗ କରିନଥିବାରୁ ସେତେବେଳେ ନାୟରଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଉଚିତ ନଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର:  ସମୟ ବଦଳିଛି, ଘରକାମରେ ନିଜ ପତ୍ନୀଙ୍କୁ ସାହାଯ୍ୟ କରିବାକୁ ପଡ଼ିବ: ସୁପ୍ରିମକୋର୍ଟ

  • ଫେରିପାଇଲେ ଚାକିରି
ଏହି ଘଟଣାରେ ହାଇକୋର୍ଟ ରେଳ ବିଭାଗର ଆବେଦନକୁ ଖାରଜ କରିଦେଇଛନ୍ତି । କୋର୍ଟ କହିଥିଲେ ଯେ କୌଣସି ଛୋଟ ଘଟଣା ପାଇଁ ଚାକିରିରୁ ବହିଷ୍କାର କରିବା 'କଠୋର ଏବଂ ଅସଙ୍ଗତ' ଦଣ୍ଡ । ଏବେ ନାରାୟଣ ନାୟରଙ୍କ ସପକ୍ଷରେ ରାୟ ଆସିଛି ସତ, ହେଲେ ଏହା ତାଙ୍କ ପାଇଁ କଠୋର ଥିଲା । କାରଣ ୨୧ ବର୍ଷ ଧରି ସେ ନିଜ ସଚ୍ଚୋଟତାର ପ୍ରମାଣ ଦେଇ ଆସୁଥିଲେ । ମାତ୍ର ୧୦ ଟଙ୍କା ପାଇଁ ଚାକିରି ହରାଇଲେ ଓ ଦୁଇ ଦଶନ୍ଧି ଧରି ଆଇନଗତ ଲଢେଇ ଲଢିଲେ ।