Videos
|
National

Dog Bite Issue / ପଶୁପ୍ରେମୀଙ୍କୁ ତାଗିଦ୍‌, କୁକୁର କାମୁଡ଼ିଲେ ରାଜ୍ୟ ସରକାର ଦେବେ ଟଙ୍କା: ସୁପ୍ରିମକୋର୍ଟ

Banajyotshna Ray
Browse all articles by Banajyotshna Ray
·8 months ago·2 min read
ପଶୁପ୍ରେମୀଙ୍କୁ ତାଗିଦ୍‌, କୁକୁର କାମୁଡ଼ିଲେ ରାଜ୍ୟ ସରକାର ଦେବେ ଟଙ୍କା: ସୁପ୍ରିମକୋର୍ଟ
Dog Bite

Key Points

ବୁଲା କୁକୁର ମାମଲା
ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ
କହିଲେ ରାଜ୍ୟ ସରକାର ଦେବେ ଟଙ୍କା
ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି। ବୁଲା କୁକୁର କାମୁଡିଲେ ମୋଟା ଅଙ୍କର କ୍ଷତିପୂରଣ ଦେବେ ରାଜ୍ୟ ସରକାର। ରାସ୍ତାରେ ବୁଲା କୁକୁର ଜନିତ ସମସ୍ୟା ମାମଲାକୁ ଗୁରୁତର ସହ ନେଇଥିଲେ କୋର୍ଟ୍ । ବିଭିନ୍ନ ଶିକ୍ଷାନୁଷ୍ଠାନ, ହସ୍ପିଟାଲ, ବସଷ୍ଟାଣ୍ଡ୍ ଏବଂ ରେଳ ଷ୍ଟେସନରୁ କୁକୁରଙ୍କୁ ହଟାଇବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାସହ ସ୍ଥାନୀୟ ପ୍ରଶାସନକୁ ଏଦିଗରେ ନଜର ରଖିବାକୁ କୁହାଯାଇଥିଲା । ଏହାପୂର୍ବରୁ ଗତ ଜୁଲାଇ ମାସରେ ଜନବସତିଠୁ କୁକୁରଙ୍କୁ ଦୂରରେ ଛାଡିବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଥିଲେ ।ସୁପ୍ରିମକୋର୍ଟରେ ଜାରି ରହିଛି ବୁଲା କୁକୁରଙ୍କ ମାମଲା ।ବୁଲା କୁକୁରଙ୍କ ପାଇଁ ଦାଖଲ ହୋଇଥିବା ଅନେକ ଆବେଦନର ଶୁଣାଣି ଜାରି ରହିଛି ।

ମଙ୍ଗଳବାର କୋର୍ଟ ଏପ୍ରସଙ୍ଗରେ ବଡ ମନ୍ତବ୍ୟ ଦେଇଛନ୍ତି । କୁକୁର କାମୁଡାରେ ଯଦି କେହି ବୃଦ୍ଧ କିମ୍ବା ଶିଶୁ ଆହତ କିମ୍ବା ପ୍ରାଣ ହରାନ୍ତି ତେବେ ପଶୁ ପ୍ରେମୀଙ୍କୁ ମଧ୍ୟ ଦାୟୀ କରାଯିବ । ସେମାନେ କେବଳ ସରକାର କିଛି କରୁ ନାହାଁନ୍ତି ଦୋଷ ଦେଇ ଖସି ପାରିବେନି । ଏହାସହ ରାଜ୍ୟ ସରକାରଙ୍କୁ ଅନୁକମ୍ପାମୂଳକ ଅର୍ଥ ପ୍ରଦାନ କରିବାକୁ ପଡିବ ବୋଲି କୋର୍ଟ କହିଛନ୍ତି ।କୁକୁର ସମ୍ବନ୍ଧୀୟ ବିଭିନ୍ନ ମାମଲାର ଶୁଣାଣି କରି ଜଷ୍ଟିସ ବିକ୍ରମ ନାଥ, ସନ୍ଦିପ ମେହତା, ଏନଭି ଅଞ୍ଜାରିଆଙ୍କ ଖଣ୍ଡପୀଠ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଥିଲେ । ଖଣ୍ଡପୀଠ କହିଥିଲେ ଯେ, କେହି ହେଲେ କୁକୁରର ମନରେ କଣ ଚାଲିଛି କହିପାରିବେ ନାହିଁ ।

ସେ କେତେବେଳେ କାମୁଡିବ ଏବଂ କାମୁଡିବ ନାହିଁ ତାହା ଆଗୁଆ କହିବା କଷ୍ଟକର । କୁକୁରମାନେ ରାସ୍ତାରେ ନୁହେଁ ବରଂ ଗଳି କନ୍ଦିରେ ରହୁଥିବା ଶିବଲ ଯୁକ୍ତି ବାଢିଥିଲେ । ତେବେ ସେଠାରୁ ଫେରିବା ପରେ ପୁଣି କୁକୁର କାମୁଡିବ ନାହିଁ ବୋଲି କହିହେବ ନାହିଁ ବୋଲି କୋର୍ଟ ମତ ଦେଇଥିଲେ। ମାମଲାର ଶୁଣାଣି କରୁଥୁବା ଜଷ୍ଟିସ ବିକ୍ରମ ନାଥ କହିଛନ୍ତି ଯେ, ପଶୁପ୍ରେମୀମାନେ ନିଜ ଘରେ କୁକୁରଙ୍କୁ ଖାଇବାକୁ ଦିଅନ୍ତୁ । କାହିଁକି ପଶୁମାନେ ବାହାରେ ବୁଲୁଛନ୍ତି ଏବଂ ଆତଙ୍କ ଖେଳାଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ତେବେ କୋର୍ଟଙ୍କ ବୟାନ ସେହି ସମୟରେ ଆସିଛି ଯେତେବେଳେ ମାମଲା ଲଢୁଥିବା ଆଇନଜୀବୀ ମେନକା ଗୁରୁସ୍ୱାମୀ ବୁଲା କୁକୁର ଭାବାବେଗର ପ୍ରସଙ୍ଗ ବୋଲି କହିଥିଲେ ।

ଏଥିସହ ପଢ଼ନ୍ତୁ: ରାସ୍ତା ସଫା କରୁଥିଲେ: ମିଳିଲା ବ୍ୟାଗ୍‌, ଖୋଲିଲା ବେଳକୁ ସୁନା ଗହଣା ଭର୍ତ୍ତି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେଣୁ ଚିକିତ୍ସାଠୁ ପ୍ରତିଷେଧକ ବ୍ୟବସ୍ଥା କିପରି ଗ୍ରହଣ କରାଯାଇପାରିବ ସେନେଇ ଗୁରୁତ୍ୱ ଦେବା ଦରକାର । ଖଣ୍ଡପୀଠ ଆହୁରି ପ୍ରକାଶ କରିଥିଲେ ଯେ, ରାସ୍ତାଘାଟରେ ସଫାସୁତୁରା ଜରୁରୀ । ସେମାନେ ନକାମୁଡିଲେ ମଧ୍ୟ ଦୁର୍ଘଟଣାର କାରଣ ହୋଇପାରନ୍ତି । କାହିଁକି ରାସ୍ତା, ସ୍କୁଲ ଏବଂ ଗଳିରେ କୁକୁର ଦରକାର ବୋଲି କୋର୍ଟ ପଚାରିଥିଲେ । ଆବେଦନକାରୀଙ୍କ ପକ୍ଷରୁ ମାମଲା ଲଢୁଥିବା ବରିଷ୍ଠ ଆଇନଜୀବୀ କପିଲ ଶିବଲ କହିଥିଲେ ଯେ, କୁକୁର ଯଦି କାମୁଡିବ ତାହାଲେ ସ୍ଥାନୀୟ ଲୋକେ ପ୍ରଶାସନକୁ ଜଣାଇପାରିବେ । ସେମାନଙ୍କ ପ୍ରଶାସନ ନେଇଯିବ ।

ବୁଲା କୁକୁରଙ୍କ ମାମଲାରେ ରାଜ୍ୟଗୁଡ଼ିକୁ କଡ଼ା ଚେତାବନୀ ଦେଇଛନ୍ତି ସୁପ୍ରିମକୋର୍ଟ । କୁକୁର ବନ୍ଧ୍ୟାକରଣରେ ବିଫଳତା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଛନ୍ତି । ପଶୁପ୍ରେମୀଙ୍କୁ ମଧ୍ୟ ତାଗିଦ୍ କରିଛନ୍ତି ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି ଯେଉଁମାନେ ବୁଲା କୁକୁରଙ୍କୁ ନେଇ ବେଶି ଚିନ୍ତିତ ସେମାନେ କୁକୁରଙ୍କୁ ଘରକୁ ନେଇଯାଆନ୍ତୁ ।

ଅଧିକ ପଢ଼ନ୍ତୁ ଦେଶ ଖବର: 

Related Topics

Explore more stories