Big Win for Women / ୩ ମାସରୁ ଅଧିକ ବୟସର ଛୁଆଙ୍କୁ ପୋଷ୍ୟ ଭାବେ ଗ୍ରହଣ କଲେ ମିଳିବ ମାତୃତ୍ଵ ଛୁଟି
·6 months ago·2 min read

Key Points
ମଙ୍ଗଳବାର ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି ବେଳେ ଏଭଳି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । କହିଛନ୍ତି, ମହିଳାଙ୍କ ଗର୍ଭରୁ ଜନ୍ମ ଓ ପୋଷ୍ୟ ସନ୍ତାନଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ ।
ନୂଆଦିଲ୍ଲୀ: ସର୍ବୋଚ୍ଚ ନ୍ୟାୟାଳୟଙ୍କ ବଡ଼ ରାୟ । ଗର୍ଭରୁ ଜନ୍ମ ଓ ପୋଷ୍ୟ ସନ୍ତାନଙ୍କ ମଧ୍ୟରେ ନାହିଁ କୌଣସି ପ୍ରଭେଦ । ମଙ୍ଗଳବାର ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି ବେଳେ ଏଭଳି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । କହିଛନ୍ତି, ମହିଳାଙ୍କ ଗର୍ଭରୁ ଜନ୍ମ ଓ ପୋଷ୍ୟ ସନ୍ତାନଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ ।
ଏଥିସହ ସୁପ୍ରିମକୋର୍ଟ ୩ ମାସରୁ ଅଧିକ ବୟସର ଛୁଆଙ୍କୁ ପୋଷ୍ୟ ଭାବେ ଗ୍ରହଣ କରୁଥିବା ମହିଳାଙ୍କୁ ମାତୃତ୍ଵ ଛୁଟିରୁ ବଞ୍ଚିତ କରିବାକୁ ଅସାମ୍ବିଧାନିକ କହିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ଆହୁରି ସ୍ପଷ୍ଟ କରିଛନ୍ତି ଯେ, ଏଭଳି କ୍ଷେତ୍ରରେ ମହିଳାଙ୍କୁ ୧୨ ସପ୍ତାହର ମାତୃତ୍ଵ ଛୁଟି ମିଳିବା ଉଚିତ୍ ।
ଏଥିସହ ପଢ଼ନ୍ତୁ: e-KYC ନ କଲେ ମିଳିବ ନାହିଁ କି LPG ସିଲିଣ୍ଡର ? ସରକାର ରଖିଲେ ସ୍ପଷ୍ଟୀକରଣ
ସୁପ୍ରିମକୋର୍ଟର ବିଚାରପତି ଜେବି ପାରଦିୱାଲା ଓ ବିଚାରପତି ଆର୍ ମହାଦେବନଙ୍କ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । କହିଛନ୍ତି, "ଛୁଆ ପରିବାରକୁ କିଭଳି ଆସିଲା, ତାହା ମାତୃତ୍ଵ ଛୁଟିର ଉଦ୍ଦେଶ୍ୟ ନୁହେଁ । ବରଂ ବଡ଼ ଛୁଆଙ୍କୁ ପୋଷ୍ୟ ଭାବେ ଗ୍ରହଣ କରୁଥିବା ମହିଳା ମଧ୍ୟ ୩ ମାସର କମ୍ ବୟସ୍କ ଛୁଆଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବା ସ୍ଥିତିରେ ଥାଆନ୍ତି ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଖଣ୍ଡପୀଠ ଆହୁରି କହିଛନ୍ତି, "ତେବେ ପାରମ୍ପରିକ ଭାବେ ସମ୍ପର୍କ ନିରୂପଣର ମୁଖ୍ୟ ଆଧାର ଜୀବ ବିଜ୍ଞାନ ରହିଛି । କିନ୍ତୁ ପୋଷ୍ୟ ଭାବେ ଗ୍ରହଣ କରି ପରିବାରକୁ ନେବା ସେତିକି ସଠିକ୍ ରାସ୍ତା । ପରିବାରର ଆଧାର ଜୀବ ବିଜ୍ଞାନ ନୁହେଁ, ବରଂ ନିଜ ଭିତରେ ଥିବା ଭାବନା ଓ ସ୍ନେହର ମିଳନ । କେବ ଜୈବିକ କାରକ ପରିବାର ନିର୍ଦ୍ଧାରଣ କରେ ନାହିଁ । ପୋଷ୍ୟ ଭାବେ ଗ୍ରହଣ ସନ୍ତାନ, ନିଜ ଗର୍ଭରୁ ଜନ୍ମିତ ଛୁଆଠାରୁ କୌଣସି ପ୍ରକାରେ ଅଲଗା ନୁହେଁ ।"
ଆଇନ୍ ଧାରା ଉପରେ ପ୍ରଶ୍ନ
ଶୁଣାଣି ବେଳେ ସୁପ୍ରିମକୋର୍ଟ ସାମାଜିକ ସୁରକ୍ଷାଇ ଆଇନ୍ ୨୦୨୦ର ଧାରା ୬୦ (୪) ଅନୁଯାୟୀ ବୟସ ପ୍ରତିବନ୍ଧକ ସମ୍ବିଧାନର ଅନୁଚ୍ଛେଦ ୧୪ର ସମାନତା ଅଧିକାର ଉଲ୍ଲଂଘନ କରୁଥିହା କହିଛନ୍ତି । ଏହି ଧାରା ମୁଖ୍ୟତଃ ମହିଳାଙ୍କୁ ମାତୃତ୍ଵ ଛୁଟି ପ୍ରଦାନ କରେ । ଯେଉଁଥିରେ ୩ ମାସର କମ୍ ବୟସ୍କ ଛୁଆକୁ ପୋଷ୍ୟ କଲେ ଛୁଟି ମିଳେ । ତେବେ ଅଦାଲତ ଉକ୍ତ ଧାରାକୁ ହଟାଇ ନଥିଲେ ବି ମହିଳାଙ୍କ ଅଧିକାରର ବିସ୍ତୃତ ବାଖ୍ୟା କରିଛନ୍ତି ।
ଏଥିସହ ପଢ଼ନ୍ତୁ: ୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ; କେଉଁଠୁ ଜିତିଲେ, କିଏ ?
ପୋଷ୍ୟ କଲେ ସମାନ ଅଧିକାର
ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ପୋଷ୍ୟ ସନ୍ତାନ ଗ୍ରହଣ କରିବା ପରିବାର ପାଇଁ ଏକ ସମାନ ଓ ବୈଧ ଉପାୟ ଅଟେ । ପୋଷ୍ୟ ସନ୍ତାନ ତଥାକଥିକ ଜୈବିକ ଛୁଆଠାରୁ ଅଲଗା ନୁହେଁ । ଏହା ମାତୃତ୍ଵ ଓ ପିତୃତ୍ଵର ସ୍ଵୀକୃତି ।

Related Topics
Explore more stories