Videos
|
National

SC on Periods Leave / ମାସିକ ଋତୁସ୍ରାବ ଛୁଟିକୁ ନେଇ କ'ଣ କହିଲେ ସୁପ୍ରିମକୋର୍ଟ

Subhramjit Ray
Browse all articles by Subhramjit Ray
·6 months ago·2 min read
ମାସିକ ଋତୁସ୍ରାବ ଛୁଟିକୁ ନେଇ କ'ଣ କହିଲେ ସୁପ୍ରିମକୋର୍ଟ
SC on Mandatory Menstrual Leave

Key Points

SC on Mandatory Menstrual Leave: ମାସିକ ଋତୁସ୍ରାବ ସମୟରେ ଛୁଟି ପ୍ରଦାନ କରିବାକୁ ନେଇ ଦାଏର ହୋଇଥିବା ଆବେଦନ ଉପରେ ଶୁଣାଣି କରିବାକୁ ନେଇ ମନା କରି ଦେଇଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ। ଏହି ମାମଲାକୁ ମୁଖ୍ୟ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସାମ୍ନାରେ ଉଠା ଯାଇଥିଲା। ଏହି ଆବେଦନ ଶୈଳେନ୍ଦ୍ର ମଣି ତ୍ରିପାଠୀଙ୍କ ପକ୍ଷରୁ ଦାୟର ହୋଇଥିଲା। ଯେଉଁଥିରେ ସେ ସାରା ଦେଶରେ ଛାତ୍ରୀ ଏବଂ କର୍ମଜୀବୀ ମହିଳାଙ୍କ ପାଇଁ ମାସିକ ଋତୁସ୍ରାବ ଛୁଟି ଦାବି କରୁଥିଲେ।

ଏହି ମାମଲାର ଶୁଣାଣି ସମୟରେ ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ କହିଛନ୍ତି, ଏପରି ଆବେଦନ କେତେକ ସମୟରେ ମହିଳାଙ୍କ ପାଇଁ କଳଙ୍କିତ କିମ୍ବା ଅପମାନିତ କରିବାର ପରିବେଶ ସୃଷ୍ଟି କରିବ। ଏପରି ଆବେଦନ ଏକ ଭୟ ସୃଷ୍ଟି କରୁଛି ମାସିକ ଋତୁସ୍ରାବ ସମୟରେ ମହିଳାଙ୍କ ସହ କିଛି ଖରାପ ହେଉଛି। ଏହା କେବଳ ସେମାନଙ୍କୁ କ୍ଷତି ପହଞ୍ଚାଇବ ନାହିଁ ବରଂ ସେମାନେ କମଜୋର ବୋଲି ଦର୍ଶାଉଛି।

କାର୍ଯ୍ୟସ୍ଥଳରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପାଇବାରୁ ବଞ୍ଚିତ ହେବେ ମହିଳା
ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ଶୁଣାଣି ସମୟରେ ଏହା ମଧ୍ୟ କହିଥିଲେ ଯେ ଯଦି ମାସିକ ଋତୁସ୍ରାବ ସମୟରେ ଛୁଟି ପ୍ରଦାନକୁ ବାଧ୍ୟତାମୂଳକ କରାଯାଏ, ତାହେଲେ ନିଯୁକ୍ତିଦାତା ମହିଳା କର୍ମଚାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀ ଅଥବା ଦାୟିତ୍ୱ ପ୍ରଦାନ କରିବାକୁ ସଙ୍କୋଚ କରିପାରନ୍ତି। ଏହାର ଏକ ଉଦାହରଣ ଦେଇ ସେ କହିଛନ୍ତି ଯେ ନ୍ୟାୟିକ ସେବାରେ ମଧ୍ୟ ମହିଳାଙ୍କୁ କୌଣସି ମାମଲାର ବିଚାରକ କରିବା ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରୁ ବାଦ୍ ଦିଆଯାଇପାରେ। ଯାହା ଦ୍ୱାରା ସେମାନଙ୍କ କ୍ୟାରିଅର ପ୍ରଭାବିତ ହୋଇପାରେ।

ପଢନ୍ତୁ ଏହି ଖବର: ମାଗଣା ଯୋଜନାକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା, ସବୁ ମାଗଣାରେ ଦେଲେ...ବିକାଶ ପାଇଁ ଟଙ୍କା କେଉଁଠୁ ଆସିବ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଛୁଟି ପ୍ରଦାନ କରିବା ଦ୍ୱାରା ଖୁସି ହେବେ କି ନିଯୁକ୍ତିଦାତା?
ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଏହି ପ୍ରସଙ୍ଗର ଅର୍ଥନୈତିକ ଏବଂ ବ୍ୟବହାରିକ ଦିଗକୁ ଇସାରା କରି ବ୍ୟବସାୟିକ ମଡେଲ ଉପରେ ବିଚାର କରିବାକୁ କହିଥିଲେ। ମାସିକ ଋତୁସ୍ରାବ ସମୟରେ ମହିଳା କର୍ମଚାରୀଙ୍କୁ ଛୁଟି ମିଳିବା ଦ୍ୱାରା ନିଯୁକ୍ତିଦାତା କ'ଣ ଖୁସି ହେବେ ବୋଲି ପ୍ରଶ୍ନ କରିଥିଲେ। ଆବେଦନକାରୀଙ୍କ ପ୍ରତିନିଧିତ୍ୱ କରୁଥିବା ଓକିଲ କହିଛନ୍ତି ଯେ ଦେଶର କେରଳ, କର୍ଣ୍ଣାଟକ ଏବଂ ଓଡ଼ିଶା ଆଦି ରାଜ୍ୟର କିଛି ପ୍ରତିଷ୍ଠାନରେ ମାସିକ ଋତୁସ୍ରାବ ସମୟରେ ଛୁଟି ପ୍ରଦାନ କରାଯାଏ। ଏହାକୁ ଦେଶବ୍ୟାପୀ କାର୍ଯ୍ୟକାରୀ କରିବା ପାଇଁ ଆବେଦନକାରୀ ଦାବି ଉଠାଇଥିଲେ।

ଏହା ଏକ ନୀତିଗତ ନିଷ୍ପତ୍ତି; ଆପଣ ସରକାରଙ୍କ ସରକାରଙ୍କ ପାଖକ ଯାଇପାରନ୍ତି: ସୁପ୍ରିମକୋର୍ଟ
ମୁଖ୍ୟ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଏହା ଏକ ନୀତିଗତ ନିଷ୍ପତ୍ତି। ଏହା ଉପରେ ନିଷ୍ପତ୍ତି ନେବା ସରକାରଙ୍କ ଦାୟିତ୍ୱ। କୋର୍ଟ ଆବେଦନକାରୀଙ୍କୁ କହିଥିଲେ ଯେ ଏହା ସରକାରଙ୍କ ପାଇଁ ଏକ ବିଚାରର ବିଷୟ। ଆପଣ ସରକାରଙ୍କ ପାଖକୁ ଯାନ୍ତି। ଏହି ଆଧାରରେ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରିବାକୁ ମନା କରିଥିଲେ। ସୁପ୍ରିମକୋର୍ଟ ସାରା ଦେଶର ସମସ୍ତ କର୍ମଜୀବୀ ମହିଳା ଏବଂ ଛାତ୍ରୀଙ୍କୁ ମାସିକ ଋତୁସ୍ରାବ ସମସ୍ୟା ପାଇଁ ଛୁଟି ପ୍ରଦାନ କରିବାକୁ ହୋଇଥିବ ଆବେଦନର ଶୁଣାଣି କରୁଥିଲେ। ଆବେଦନକାରୀ ଶୈଳେନ୍ଦ୍ର ମଣି ତ୍ରିପାଠି ଯୁକ୍ତି ଦେଇଥିଲେ ଯେ ଗର୍ଭଧାରଣ ପାଇଁ ଛୁଟି ଉପଲବ୍ଧ ହେଉଛି ହେଲେ ମାସିକ ଋତୁସ୍ରାବ ପାଇଁ ନୁହେଁ। କିଛି ରାଜ୍ୟ ଏବଂ କମ୍ପାନୀ ପ୍ରତି ମାସରେ ଦୁଇ ଦିନ ଛୁଟି ପ୍ରଦାନ କରୁଛନ୍ତି। କୋର୍ଟ ସମସ୍ତ ରାଜ୍ୟକୁ ଏପରି ନିୟମ ପ୍ରଣୟନ କରିବାକୁ ନିର୍ଦ୍ଦେଶ ପ୍ରଦାନ କରନ୍ତୁ।

ଏଥିସହ ପଢ଼ନ୍ତୁ: ସ୍ୱାମୀର ରୋଜଗାର ୩୨୫ ଟଙ୍କା, ସ୍ତ୍ରୀଙ୍କୁ ଦେବେ ୧୦ ହଜାର ଭରଣପୋଷଣ