Supreme Court / ଆନ୍ଦୋଳନ ନାଁରେ ରାସ୍ତାକୁ କବ୍ଜା କରି ପାରିବେନି ବିକ୍ଷୋଭକାରୀ
·1 hour ago·3 min read

Key Points
ବିକ୍ଷୋଭ ପ୍ରଦର୍ଶନକୁ ନେଇ `ସୁପ୍ରିମ୍' ନିର୍ଦ୍ଦେଶ
ବିରୋଧ କିମ୍ବା ଆନ୍ଦୋଳନ ନାଁରେ ସବୁଦିନ ପାଇଁ ପାଇଁ କରି ହେବନି ଅବରୋଧ
ଅନିର୍ଦ୍ଦିଷ୍ଟ କାଳ ପାଇଁ ବିକ୍ଷୋଭ ପ୍ରଦର୍ଶନକୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ପ୍ରତିକ୍ରିୟା
କୌଣସି ବ୍ୟକ୍ତି, ଗୋଷ୍ଠୀ କିମ୍ବା ସଂସ୍ଥା ଜୋର ଜବରଦସ୍ତ ଦଖଲ କରିପାରିବେନି

ନୂଆଦିଲ୍ଲୀ: ଆନ୍ଦୋଳନ ନାଁରେ ଅରାଜକତା କରୁଥିବା ସଂଗଠନଙ୍କୁ 'ସୁପ୍ରିମ୍' ଛାଟ । ସର୍ବୋଚ୍ଚ ଅଦାଲତ କହିଲେ, ବିରୋଧ ଓ ଆନ୍ଦୋଳନ ନାଁରେ ସବୁଦିନ ପାଇଁ ଗୋଟିଏ ଜାଗାକୁ କରିପାରିବେନି ଅବରୋଧ । ସେପଟେ ଆନ୍ଦୋଳନ ପଛରେ ଥିବା ସଂଗଠନକୁ ପକ୍ଷଭୁକ୍ତ କରିବାକୁ ବ୍ୟବସାୟୀ ସଂଘକୁ ନିର୍ଦ୍ଦେଶ ପରେ ବିରୋଧୀ ଛାନିଆ । ପ୍ରତିବାଦ ଆଳରେ ଜନ୍ତର ମନ୍ତର ଓ ରାମଲୀଳା ମୈଦାନକୁ କବ୍ଜା କରିଥିଲେ CJP ଓ ଇଣ୍ଡି ମେଣ୍ଟ ।
ଦିଲ୍ଲୀରେ ଚାଲିଥିବା ବିକ୍ଷୋଭ ପ୍ରଦର୍ଶନକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ନିର୍ଦ୍ଦେଶ । ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ବିରୋଧ କିମ୍ବା ଆନ୍ଦୋଳନ ନାଁରେ କୌଣସି ସାର୍ବଜନୀନ ସ୍ଥାନ ବା ରାସ୍ତାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମାଡ଼ି ବସି ରହି ହେବ ନାହିଁ । ପ୍ରଥମେ କକ୍ରୋଚ୍ ଜନତା ପାର୍ଟି ଓ ପରେ ଇଣ୍ଡି ମେଣ୍ଟ ଦିଲ୍ଲୀକୁ ଏକପ୍ରକାର କବ୍ଜା କରି ରଖିଛନ୍ତି ।
ଏଥିସହ ପଢ଼ନ୍ତୁ: ଓମାନ ଉପକୂଳରେ ଭାରତୀୟ ଜାହାଜ ଉପରେ ଆକ୍ରମଣ; ଜଣେ ନାବିକ ମୃତ, ୧୩ ଉଦ୍ଧାର
ଆନ୍ଦୋଳନ ନାଁରେ ଦିଲ୍ଲୀର ରାସ୍ତାକୁ ଦିନ ଦିନ ଧରି ଅବରୋଧ କରିବା ଓ ବିରୋଧ ପ୍ରଦର୍ଶନ ନାଁରେ ଜନ୍ତରମନ୍ତର ଓ ରାମଲୀଳା ମଇଦାନକୁ ଅକ୍ତିଆର୍ କରି ରଖିଛନ୍ତି । ଏନେଇ ଆଗତ ମାମଲାର ଶୁଣାଣି କରି କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ । କୌଣସି ବ୍ୟକ୍ତି, ଗୋଷ୍ଠୀ କିମ୍ବା ସଂସ୍ଥା ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ଉପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଦାବି କରିପାରିବେନି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନ୍ୟମାନଙ୍କର ମଧ୍ୟ ଦାବି ପୂରଣ ପାଇଁ ସର୍ବସାଧାରଣ ସ୍ଥାନକୁ ବ୍ୟବହାର ଅଧିକାର ରହିଛି । ଯଦି ସବୁଦିନ ଗୋଟିଏ ଅଞ୍ଚଳରେ ବିକ୍ଷୋଭ କରାଯିବ ତେବେ ଅନ୍ୟ ବିକ୍ଷୋଭକାରୀମାନେ କ'ଣ କରିବେ ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । ଗଣତନ୍ତ୍ରରେ ଆନ୍ଦୋଳନ କରିବାର ଅଧିକାର ସମସ୍ତଙ୍କର ଅଛି, ହେଲେ ସାଧାରଣ ନାଗରିକଙ୍କ ଗମନାଗମନ ଏବଂ ଯାତାୟାତର ଅଧିକାରକୁ ବାଧାପ୍ରାପ୍ତ କରି ଅବରୋଧ କରିବା ଗ୍ରହଣଯୋଗ୍ୟ ନୁହେଁ ।
ବିକ୍ଷୋଭ ଯୋଗୁଁ ଅନେକ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହେଉଛି । ଅନେକ ଦିନ ମଜୁରିଆ କାମରୁ ବଞ୍ଚିତ ହେଉଛନ୍ତି । ଏଭଳି ପରିସ୍ଥିତିରେ ରାସ୍ତା ଖାଲି କରିବା ପାଇଁ ପ୍ରଶାସନ କୋର୍ଟଙ୍କ ଆଦେଶକୁ ଅପେକ୍ଷା ନକରି ନିଜେ ପଦକ୍ଷେପ ନେବା ଦରକାର । ସର୍ବୋଚ୍ଚ ଅଦାଲତ ବ୍ୟବସାୟୀ ସଂଘ ଗୁଡ଼ିକୁ କହିଛନ୍ତି ଯେ, ପ୍ରତିବାଦ ପ୍ରଦର୍ଶନ ଓ କାର୍ଯ୍ୟକ୍ରମର ଆୟୋଜନ କରିଥିବା ସଂଗଠନଗୁଡ଼ିକୁ ମଧ୍ୟ ଆବେଦନରେ ପକ୍ଷଭୁକ୍ତ କରନ୍ତୁ ।
ଆନ୍ଦୋଳନ ନାଁରେ ପାର୍ଲାମେଣ୍ଟ ମାର୍ଚ୍ଚକୁ ନେଇ ସୁପ୍ରିମକୋର୍ଟରେ ତଥ୍ୟ ରଖିଥିଲେ ସଲିସିଟର ଜେନେରାଲ ତୁଷାର ମେହଟ୍ଟା । କକ୍ରୋଚ ଜନତା ପାର୍ଟିକୁ ମାତ୍ର ଗୋଟିଏ ଦିନ ପାଇଁ ଆନ୍ଦୋଳନ ପାଇଁ ଅନୁମତି ଦିଆଯାଇଥିଲେ ମଧ୍ୟ ସେମାନେ ୧୭ଦିନ ଧରି ଜନ୍ତରମନ୍ତରରେ ପ୍ରତିବାଦ କରିଥିଲେ ।
ଏଥିସହ ପଢ଼ନ୍ତୁ: ବିଦେଶୀ ସଂକଟରେ ପ୍ରାଣ ହରାଇଲେଣି କେତେ ଭାରତୀୟ? ସାମ୍ନାକୁ ଆସିଲା ହତାହତ ରିପୋର୍ଟ
ସଂସଦ କେବଳ ଏକ ରାଜନୈତିକ ବିଲ୍ଡିଂ ନୁହେଁ । ଏହା ସାର୍ବଭୌମ ଗଣତନ୍ତ୍ରର ପ୍ରତୀକ । ବିନା ଅନୁମତିରେ ସଂସଦ କିମ୍ବା ସୁପ୍ରିମକୋର୍ଟ ପରିସରକୁ ପ୍ରବେଶ କରାଯାଇ ପାରିବନି । ବ୍ୟବସାୟୀମାନଙ୍କ ପକ୍ଷରୁ ଲଢ଼ୁଥିବା ଆଇନଜୀବୀ ମୁକୁଲ ରହତୋଗୀ ମଧ୍ୟ ସେମାନଙ୍କର କ୍ଷତି ସମ୍ପର୍କରେ ବିସ୍ତୃତ ତଥ୍ୟ ରଖିଥିଲେ ।
ବିକ୍ଷୋଭ ଯୋଗୁଁ ବ୍ୟବସାୟୀ ମାନେ ପ୍ରାୟ ୨ ହଜାର କୋଟି ଟଙ୍କା କ୍ଷତି ସହିଛନ୍ତି । ପୂଜା ସମୟରେ ଭଲ ରୋଜଗାର ପାଇଁ ଆଶା ରଖିଥିବା ବ୍ୟବସାୟୀ ମାନଙ୍କ ପାଇଁ ଏହା ଶକ୍ତ ଧକ୍କା । ପୂର୍ବରୁ କକ୍ରୋଚ ଜନତା ପାର୍ଟି ଦିଲ୍ଲୀରେ ବିକ୍ଷୋଭ କରୁଥିବା ବେଳେ ଏବେ ଇଣ୍ଡି ମେଣ୍ଟ ପକ୍ଷରୁ ରାମଲୀଲା ମୈଦାନରେ ପ୍ରତିବାଦ ଚାଲିଛି ।