Videos
|
National

Supreme Court / ଧର୍ମ ପରିବର୍ତ୍ତନ ସହ ଶେଷ ହୋଇଯିବ ଅନୁସୂଚିତ ଜାତି ମାନ୍ୟତା

Sushanta Sahoo
Browse all articles by Sushanta Sahoo
·5 months ago·2 min read
ଧର୍ମ ପରିବର୍ତ୍ତନ ସହ ଶେଷ ହୋଇଯିବ ଅନୁସୂଚିତ ଜାତି ମାନ୍ୟତା
SC Status Ends After Conversion

Key Points

ସୁପ୍ରିମକୋର୍ଟ କହିଛନ୍ତି, "ଧର୍ମାନ୍ତରୀକରଣ ପରେ ଅନୁସୂଚିତ ଜାତି ମାନ୍ୟତା ମିଳିବ ନାହିଁ । କୌଣସି ବ୍ଯକ୍ତି ହିନ୍ଦୁ, ଶିଖ୍ କିମ୍ବା ବୌଦ୍ଧ ଧର୍ମ ବ୍ୟତୀତ ଅନ୍ୟ ଧର୍ମକୁ ମାନିଲେ ତାଙ୍କୁ ଅନୁସୂଚିତ ଜାତି ସଦସ୍ୟ ଧରାଯିବ ନାହିଁ ।"
ନୂଆଦିଲ୍ଲୀ: ହିନ୍ଦୁ, ଶିଖ୍ ଅଥବା ବୌଦ୍ଧ ଧର୍ମ ଆପଣାଇଲେ ଅନୁସୂଚିତ ଜାତି ମାନ୍ୟତା ମିଳିବ । ଯଦି କେହି ଧର୍ମାନ୍ତରୀକରଣ କରି ଖ୍ରୀଷ୍ଟିଆନ୍ ଧର୍ମ ଗ୍ରହଣ କରିଥିବା ତାହାଲେ ସେ ଅନୁସୂଚିତ ଜାତି ମାନ୍ୟତା ହରାଇବେ । ଏହି ଐତିହାସିକ ନିଷ୍ପତ୍ତି ଶୁଣାଇଛନ୍ତି ସୁପ୍ରିକୋର୍ଟ ।

ସର୍ବୋଚ୍ଚ ଅଦାଲତର ଜଷ୍ଟିସ୍ ପି.କେ ମିଶ୍ରା ଓ ଏନ୍‌.ଭି ଅଞ୍ଜାରୀଙ୍କ ଖଣ୍ଡପୀଠ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ଧର୍ମ ପରିବର୍ତ୍ତନ କରି ଖ୍ରୀଷ୍ଟିଆନ୍ ହୋଇଥିବା ଦଳିତ ବର୍ଗର ବ୍ୟକ୍ତିଙ୍କୁ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି (SC/ST) ଆଇନ୍ ଅନୁସାରେ ଲାଭ ମିଳିବ ନାହିଁ ।

ଏଥିସହ ପଢ଼ନ୍ତୁ:
 ସମୟ ବଦଳିଛି, ଘରକାମରେ ନିଜ ପତ୍ନୀଙ୍କୁ ସାହାଯ୍ୟ କରିବାକୁ ପଡ଼ିବ: ସୁପ୍ରିମକୋର୍ଟ

ଧର୍ମ ପରିବର୍ତ୍ତନ ଉପରେ ଐତିହାସିକ ନିଷ୍ପତ୍ତି ଶୁଣାଇ ସୁପ୍ରିମକୋର୍ଟ କହିଛନ୍ତି, "ଧର୍ମାନ୍ତରୀକରଣ ପରେ ଅନୁସୂଚିତ ଜାତି ମାନ୍ୟତା ମିଳିବ ନାହିଁ । କୌଣସି ବ୍ଯକ୍ତି ହିନ୍ଦୁ, ଶିଖ୍ କିମ୍ବା ବୌଦ୍ଧ ଧର୍ମ ବ୍ୟତୀତ ଅନ୍ୟ ଧର୍ମକୁ ମାନିଲେ ତାଙ୍କୁ ଅନୁସୂଚିତ ଜାତି ସଦସ୍ୟ ଧରାଯିବ ନାହିଁ ।" ଖ୍ରୀଷ୍ଟିଆନ୍ ଧର୍ମ ଗ୍ରହଣ କରିଥିବା ବ୍ୟକ୍ତିଙ୍କୁ SC/ST ଆଇନ୍‌ର ଲାଭ ମିଳିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ ।

ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ, ଯେଉଁ ହିନ୍ଦୁ ବ୍ୟକ୍ତି ଧର୍ମ ପରିବର୍ତ୍ତନ କରି ଖ୍ରୀଷ୍ଟିଆନ୍ ହେବେ ତାଙ୍କୁ ଅନୁସୂଚିତ ଜାତିର ସଦସ୍ୟ ଧରାଯିବ ନାହିଁ । ସେ SC/ST ଆଇନ୍‍, ୧୯୮୯ ଅନୁସାରେ ସଂରକ୍ଷଣ ଦାବି କରିପାରିବେ ନାହିଁ ।

ଏଥିସହ ପଢ଼ନ୍ତୁ:
 ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସୁପ୍ରିମକୋର୍ଟ ଗଲେ ମହିଳା, କହିଲେ 'ମୋ ସମ୍ପତ୍ତି ନେଇଯିବେ'

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଜଷ୍ଟିସ୍ ପିକେ ମିଶ୍ରା ଓ ଏନ୍‌.ଭି ଅଞ୍ଜାରୀଙ୍କ ଖଣ୍ଡପୀଠ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଦେଇଥିବା ଆଦେଶକୁ ମାନ୍ୟ ରଖିଛନ୍ତି । ଯେଉଁଥିରେ ହାଇକୋର୍ଟ କହିଥିଲେ, କୌଣସି ବ୍ୟକ୍ତି ଖ୍ରୀଷ୍ଟିଆନ୍ ଧର୍ମ ଆପଣାଇ ସକ୍ରିୟ ଥିଲେ ତାଙ୍କୁ ଅନୁସୂଚିତ ଜାତି ସମ୍ପ୍ରଦାୟର ସଦସ୍ୟ କୁହାଯିବ ନାହିଁ । ପାଦ୍ରୀ ଆନନ୍ଦ ୨୦୨୫ ମେରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଅପିଲ୍ କରିଥିଲେ ।

ସୁପ୍ରିମକୋର୍ଟ ଆହୁରି କହିଛନ୍ତି ଯେ, ରେକର୍ଡରୁ ଜଣାପଡ଼ୁଛି ଆବେଦନକାରୀ ପ୍ରାୟ ଦଶନ୍ଧି ଧରି ଖ୍ରୀଷ୍ଟିଆନ୍ ଧର୍ମ ପାଳନ କରି ଆସୁଛନ୍ତି । ପାଦ୍ରୀ ଭାବେ ରବିବାର ପ୍ରାର୍ଥନା ମଧ୍ୟ କରୁଛନ୍ତି । ଏହି ତଥ୍ୟକୁ ଦେଖି ସୁପ୍ରିମକୋର୍ଟ ଉକ୍ତ ବ୍ୟକ୍ତିଙ୍କୁ SC/ST ଅତ୍ୟାଚାର ବିରୋଧୀ ଆଇନ୍ ଅନୁସାରେ ସଂରକ୍ଷମ ଦେବାକୁ ମନା କରି ଦେଇଛନ୍ତି ।
Supreme Court: SC Status Ends After Religion Conversion | Argus News | Argus News