Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Supreme Court / ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସୁପ୍ରିମକୋର୍ଟ ଗଲେ ମହିଳା, କହିଲେ 'ମୋ ସମ୍ପତ୍ତି ନେଇଯିବେ'

Sushanta Sahoo
Browse all articles by Sushanta Sahoo
·3 months ago·2 min read
ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସୁପ୍ରିମକୋର୍ଟ ଗଲେ ମହିଳା, କହିଲେ 'ମୋ ସମ୍ପତ୍ତି ନେଇଯିବେ'
Legal Battle Intensifies

Key Points

ମୁଖ୍ୟମନ୍ତ୍ରୀ ମୋତେ ଧମକ ଦେଉଛନ୍ତି । ମୋ ଘର ଉପରେ ପଥର ମାଡ଼ କରାଯାଉଛି । ମୋତେ ସୁରକ୍ଷା ଦିଆଯାଉ । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇ ଏଭଳି ଅଭିଯୋଗ ଆଣିଛନ୍ତି ଜଣେ ମହିଳା ।

ନୂଆଦିଲ୍ଲୀ: ମୋ ଜୀବନ ପ୍ରତି ବିପଦ ଅଛି, ମୋ ନିଜ ରାଜ୍ୟ... ନିଜ ଘରକୁ ଯାଇ ପାରୁନି । ମୁଖ୍ୟମନ୍ତ୍ରୀ ମୋତେ ଧମକ ଦେଉଛନ୍ତି । ମୋ ଘର ଉପରେ ପଥର ମାଡ଼ କରାଯାଉଛି । ମୋତେ ସୁରକ୍ଷା ଦିଆଯାଉ । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇ ଏଭଳି ଅଭିଯୋଗ ଆଣିଛନ୍ତି ଜଣେ ମହିଳା ।

ସୁପ୍ରିମକୋର୍ଟ ଶୁକ୍ରବାର ଏ ସମ୍ପର୍କିତ ମାମଲାର ଶୁଣାଣି କରିଛନ୍ତି । ସର୍ବୋଚ୍ଚ ଅଦାଲତ କହିଛନ୍ତି, "ଆପଣଙ୍କ ଲଢ଼େଇ କୋର୍ଟରେ ଲଢ଼ନ୍ତୁ ନାହିଁ । ଏହି ମାମଲା ଉଚ୍ଚ ନ୍ୟାୟାଳୟକୁ ନେଇ ଯାଆନ୍ତୁ ।" ମହିଳା ଜଣଙ୍କ ସୁରକ୍ଷା ଦାବି କରି କହିଛନ୍ତି ଯେ, "ମୋତେ କର୍ଣ୍ଣାଟକ ବାହାରେ ରହିବାକୁ ବାଧ୍ୟ କରାଯାଉଛି ।"

ଏଥିସହ ପଢ଼ନ୍ତୁ:
 ମହିଳା ଅଧିକାରୀ ଅମିତା ସିଂହ ତୋମରଙ୍କୁ 'ସୁପ୍ରିମ୍' ଝଟ୍‌କା; ଜାମିନ୍ ଆବେଦନ ଅଗ୍ରାହ୍ୟ
ମହିଳାଙ୍କ ଅଭିଯୋଗ

ବାର ଆଣ୍ଡ ବେଞ୍ଚ ଅନୁସାରେ, ମହିଳାଙ୍କ ତରଫରୁ ସୁପ୍ରିମକୋର୍ଟରେ ଲଢୁଥିବା ଓକିଲ କହିଛନ୍ତି- "ମୋ ମହକିଲଙ୍କୁ ଧମକ ଦିଆଯାଉଛି । ସେ କର୍ଣ୍ଣାଟକରେ ପ୍ରବେଶ କରିପାରୁ ନାହାନ୍ତି । ତାଙ୍କ ସୁରକ୍ଷା ସହ ବୁଝାମଣା କରାଯାଉଛି । ଯେଉଁଥିପାଇଁ ସେ ଦିଲ୍ଲୀରେ ରହିବାକୁ ବାଧ୍ୟ ହେଉଛନ୍ତି । ବାରମ୍ବାର ଧମକ ମିଳୁଛି । ସେ କର୍ଣ୍ଣାଟକରେ ଥିବା ନିଜ ଘରେ ରହିବାକୁ ଚାହୁଁଛନ୍ତି, କିନ୍ତୁ ସମ୍ଭବ ହେଉ ନାହିଁ ।"

ମହିଳା ଜଣଙ୍କ ଆହୁରି କହିଛନ୍ତି ଯେ, ମୋ ସମ୍ପତ୍ତି କବ୍‌ଜା କରିବାକୁ ଉଦ୍ୟମ କରାଯାଉଛି । ମୁଁ ଫେରି କର୍ଣ୍ଣାଟକର ନିଜ ଘରେ ରହିବାକୁ ଚାହୁଁଛି । ଏନେଇ ଅଭିଯୋଗ ବି କରିଛି, ମୋ ପକ୍ଷରେ କୋର୍ଟଙ୍କ ନିର୍ଦ୍ଦେଶ ନାମା ରହିଛି । ତଥାପି ମୋତେ ଧମକ ଦିଆଯାଉଛି । ମୋ ଘର ଉପରେ ଢେଲା ଫିଙ୍ଗା ଯାଉଛି । ଗୁଣ୍ଡା ଆସି ଭଙ୍ଗାରୁଜା କରୁଛନ୍ତି । ସେମାନେ ମୋ ସମ୍ପତ୍ତି ଅକ୍ତିଆର୍ କରିବାକୁ ଚାହୁଁଛନ୍ତି ।

ଏଥିସହ ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ସ୍କୁଲରେ ମାଗଣା ସାନିଟାରୀ ପ୍ୟାଡ୍ ବ୍ୟବସ୍ଥା କରାଯାଉ
କ'ଣ କହିଲେ କୋର୍ଟ ?

ସୁପ୍ରିମକୋର୍ଟ ପଚାରିଛନ୍ତି- କ'ଣ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଆପଣଙ୍କ ପଛରେ ଲୋକଙ୍କୁ ଦିଲ୍ଲୀ ପଠାଇଛନ୍ତି ? କୋର୍ଟ କହିଛନ୍ତି, "ଆପଣ ବି ରାଜନେତା, ଆପଣ ଆପଣଙ୍କ ଲଢ଼େଇ କୋର୍ଟରେ ଲଢ଼ନ୍ତୁ ନାହିଁ ।" ଯାହାକୁ ନେଇ ଓକିଲ ଆପତ୍ତି ଉଠାଇ କହିଛନ୍ତି ମୁଁ ରାଜନୈତିକ ବ୍ୟକ୍ତି ନୁହେଁ । ମାମଲା ହାଇକୋର୍ଟରେ ଲଢ଼ିବାକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି । ଏଥିପାଇଁ ଓକିଲ ମହିଳାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଦାବି କରିଛନ୍ତି । ପରବର୍ତ୍ତୀ ଶୁଣାଣିରେ ସୁପ୍ରିମକୋର୍ଟ ସୁରକ୍ଷା ସମ୍ପର୍କିତ ନିଷ୍ପତ୍ତି ନେଇପାରନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Woman Moves Supreme Court Against Karnataka CM, Alleges Threat | Argus News | Argus News