Videos
|
National

Supreme Court / ବ୍ୟାଙ୍କକୁ ବଞ୍ଚାଇବା ପାଇଁ ଉପଯୋଗ ହୋଇ ପାରିବନି ମନ୍ଦିର ଟଙ୍କା: ସୁପ୍ରିମକୋର୍ଟ

Sushanta Sahoo
Browse all articles by Sushanta Sahoo
·9 months ago·2 min read
ବ୍ୟାଙ୍କକୁ ବଞ୍ଚାଇବା ପାଇଁ ଉପଯୋଗ ହୋଇ ପାରିବନି ମନ୍ଦିର ଟଙ୍କା: ସୁପ୍ରିମକୋର୍ଟ
Supreme Court Rules Temple Money Is Sacred Property

Key Points

ଶୁକ୍ରବାର ସୁପ୍ରିମକୋର୍ଟ ଗୁରୁତ୍ଵପୂର୍ଣ୍ଣ ମନ୍ତବ୍ୟ ଦେଇ କହିଛନ୍ତି, "ମନ୍ଦିରର ଟଙ୍କା ଠାକୁରଙ୍କ ସମ୍ପତ୍ତି ହୋଇଥାଏ ଏବଂ ଏହାର ଉପଯୋଗ କୌଣସି ସମବାୟ ବ୍ୟାଙ୍କକୁ ବଞ୍ଚାଇବା ପାଇଁ କରାଯାଇ ପାରିବ ନାହିଁ ।"
ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ଟିପ୍ପଣୀ । ବ୍ୟାଙ୍କରେ ଜମା ଥିବା ମନ୍ଦିର ଟଙ୍କାକୁ ନେଇ ବଡ଼ ନିର୍ଦ୍ଦେଶ ଦେଲେ ସର୍ବୋଚ୍ଚ ଅଦାଲତ । ଶୁକ୍ରବାର ସୁପ୍ରିମକୋର୍ଟ ଗୁରୁତ୍ଵପୂର୍ଣ୍ଣ ମନ୍ତବ୍ୟ ଦେଇ କହିଛନ୍ତି, "ମନ୍ଦିରର ଟଙ୍କା ଠାକୁରଙ୍କ ସମ୍ପତ୍ତି ହୋଇଥାଏ ଏବଂ ଏହାର ଉପଯୋଗ କୌଣସି ସମବାୟ ବ୍ୟାଙ୍କକୁ ବଞ୍ଚାଇବା ପାଇଁ କରାଯାଇ ପାରିବ ନାହିଁ ।"

କେରଳ ହାଇକୋର୍ଟଙ୍କ ରାୟ ବିରୋଧରେ ଏକ ସମବାୟ ବ୍ୟାଙ୍କ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଛି । ପୂର୍ବରୁ କେରଳ ହାଇକୋର୍ଟ ଥିଋନେଲ୍ଲି ମନ୍ଦିର ଦେବସ୍ଵୋମର ଫିକ୍ସଡ୍ ଜମା ରାଶିକୁ ଫେରାଇବାକୁ ଉକ୍ତ ସମବାୟ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଥିଲେ ।

ଏଥିସହ ପଢ଼ନ୍ତୁ: ବିମାନ ଉଡ଼ାଣ ବିଳମ୍ବ ଓ ବାତିଲ୍‌ର ତଦନ୍ତ ପାଇଁ କେନ୍ଦ୍ର ଗଠନ କଲା ଉଚ୍ଚସ୍ତରୀୟ ଟିମ୍‍

ଯାହାପରେ ସମବାୟ ବ୍ୟାଙ୍କ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା । ଶୁକ୍ରବାର ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଓ ବିଚାରପତି ଜୟମାଲ୍ୟା ବାଗଚୀଙ୍କ ଖଣ୍ଡପୀଠ ସମବାୟ ବ୍ୟାଙ୍କର ଆବେଦନକୁ ଅଗ୍ରାହ୍ୟ କରି ଦେଇଛନ୍ତି । ଖଣ୍ଡପୀଠ କହିଛନ୍ତି, "ଯଦି ବ୍ୟାଙ୍କ ଆର୍ଥିକ ଦୃଷ୍ଟିରୁ ଦେବାଳିଆ ଅଛି ତାହେଲେ ମନ୍ଦିରର ଅର୍ଥ ରାଶିର ଉପଯୋଗ ସହାୟତା ଲାଗି କରାଯାଇ ପାରିବ ନାହିଁ । ମନ୍ଦିରର ଟଙ୍କା ଠାକୁରଙ୍କର ହୋଇଥାଏ ଏବଂ ଜମା ଅର୍ଥର ଉପଯୋଗ କେବଳ ମନ୍ଦିର ପାଇଁ କରାଯାଇ ପାରିବ ।"

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଶୁଣାଣି ବେଳେ ପ୍ରଧାନ ବିଚାରପତି ପଚାରିଛନ୍ତି, "କ'ଣ ବ୍ୟାଙ୍କ ମନ୍ଦିରର ଟଙ୍କାକୁ ସାହାରା ଭାବେ ବ୍ୟବହାର କରିବାକୁ ଚାହୁଁଛି ?" କୋର୍ଟ ଆହୁରି କହିଛନ୍ତି, ମନ୍ଦିରର ଟଙ୍କା ଏଭଳି ବ୍ୟାଙ୍କରେ ରଖାଯାଇଛି ଯାହା ସଙ୍ଗୀନ ସ୍ଥିତିରେ ଅଛି । ଯେତେବେଳେ ଅନ୍ୟ କୌଣସି ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ରଖିଥିଲେ ଅଧିକ ସୁଧ ମିଳିଥାନ୍ତା ।

ଏଥିସହ ପଢ଼ନ୍ତୁ: ବିମାନ ବାତିଲ୍ ପାଇଁ... ନିଜ ରିସେପସନ୍‌ରେ ଅନଲାଇନ୍‌ରେ ସାମିଲ୍ ହେଲେ ବର, କନ୍ୟା

ସୁପ୍ରିମକୋର୍ଟରେ ମାନନ୍ଥୱାଣ୍ଡି ସମବାୟ ଅର୍ବାନ୍ ସୋସାଇଟ୍ ଏବଂ ଥିରୁନେଲ୍ଲି ସର୍ଭିସ୍ ସମବାୟ ବ୍ୟାଙ୍କ ଲିମିଟେଡ୍ ପକ୍ଷରୁ ଆବେଦନ ଦାଏର କରାଯାଇଥିଲା । ଏହି ବ୍ୟାଙ୍କ ଦ୍ଵୟ ଉପରେ ଅଭିଯୋଗ ଥିଲା ଯେ, ମନ୍ଦିର ଜମା କରିଥିବା ଫିକ୍ସଡ୍ ଜମା ରାଶି ମାଚ୍ୟୁରିଟି ପରେ ଫେରସ୍ତ କରୁନାହିଁ ବ୍ୟାଙ୍କ । ହାଇକୋର୍ଟ ମଧ୍ୟ ଏହି ବ୍ଯାଙ୍କ ଗୁଡ଼ିକୁ ୨ ମାସ ମଧ୍ୟରେ ସମସ୍ତ ଟଙ୍କା ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏବେ ସୁପ୍ରିମକୋର୍ଟ, ହାଇକୋର୍ଟଙ୍କ ରାୟକୁ କାଏମ ରଖିବା ସହ କହିଛନ୍ତି- ଯଦି ବ୍ୟାଙ୍କ ଗ୍ରାହକଙ୍କୁ ଆର୍କର୍ଷିତ କରିପାରୁ ନାହାନ୍ତି ତାହା ତାଙ୍କର ସମସ୍ୟା । ମନ୍ଦିରର ଟଙ୍କାକୁ ସେମାନେ ସାହାରା ଭାବି ପାରିବେ ନାହିଁ । ସୁପ୍ରିମକୋର୍ଟ ଆବେଦନକୁ ଅଗ୍ରାହ୍ୟ କରିବା ସହ ହାଇକୋର୍ଟରେ ଅଧିକ ସମୟ ମାଗିବାକୁ ଅନୁମତି ଦେଇଛନ୍ତି ।

Related Topics

Explore more stories