Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - '୩୭୦' ଉଚ୍ଛେଦ ବୈଧ

National

'୩୭୦' ଉଚ୍ଛେଦ ବୈଧ

Smruti Parija
Browse all articles by Smruti Parija
·2 years ago·1 min read
'୩୭୦' ଉଚ୍ଛେଦ ବୈଧ

ଅର୍ଗସ ବ୍ୟୁରୋ: ଜମ୍ମୁ କାଶ୍ମୀରରେ '୩୭୦' ଉଚ୍ଛେଦକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ ।  '୩୭୦' ଉଚ୍ଛେଦକୁ ବୈଧ କହିଲେ ସୁପ୍ରିମକୋର୍ଟ । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ କାଏମ ରଖିଲେ କୋର୍ଟ । ସୁପ୍ରିମକୋର୍ଟରେ 370 ଉଚ୍ଛେଦ ମାମଲାର ଶୁଣାଣି କରି ଏ ରାୟ ଆସିଛି  । ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ । 

କେନ୍ଦ୍ରର ସମସ୍ତ ନିଷ୍ପତ୍ତି ଉପରେ ଆଙ୍ଗୁଳି ନିର୍ଦ୍ଦେଶ ଠିକ ନୁହେଁ ବୋଲି କହିଛନ୍ତି CJI । ରାୟ ନେଇ ପ୍ରଥମେ ସୂଚନା ଦେଇଥିଲେ ପ୍ରଧାନ ବିଚାରପତି । 370 ଉଚ୍ଛେଦକୁ ବୈଧ କହିଛନ୍ତି ସୁପ୍ରିମ କୋର୍ଟ । ରାୟକୁ ନେଇ ୫ ଜଣିଆ ଖଣ୍ଡପୀଠରେ ସହମତି ମିଳିଥିବା ସୂଚନା ମିଳିଛି । ଧାରା ୩୭୦ ସଂପୂର୍ଣ୍ଣ ଭାବେ ଏକ ଅସ୍ଥାୟୀ ବ୍ୟବସ୍ଥା ଥିଲା । 

ଭାରତରେ ମିଶ୍ରଣ ପରେ ଆଉ ସ୍ବତନ୍ତ୍ର ମାନ୍ୟତା ବଜାୟ ରଖିପାରିବନି । ଜମ୍ମୁ-କାଶ୍ମୀରକୁ ଶୀଘ୍ର ରାଜ୍ୟ ମାନ୍ୟତା ମିଳୁ ବୋଲି କହିଛନ୍ତି କୋର୍ଟ । ୨୦୨୪ ସେପ୍ଟେମ୍ବର ସୁଦ୍ଧା ନିର୍ବାଚନ କରିବାକୁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଜାମ୍ମୁ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ । ଭାରତର ସମ୍ବିଧାନ ସବୁଠୁ ଉପରେ ବୋଲି କହିଛନ୍ତି କୋର୍ଟ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Supreme Court upholds abrogation of Article 370, says Assembly polls must be held by September 2024 | Argus News