Videos
|
National

Unmarried Mother Rights / ଅବିବାହିତ ମାଆଙ୍କର ବି ସନ୍ତାନ ଉପରେ ପ୍ରଥମ ହକ, ସୁପ୍ରିମକୋର୍ଟଙ୍କ ବଡ଼ ରାୟ

Bikash Mohanty
Browse all articles by Bikash Mohanty
·43 mins ago·2 min read
ଅବିବାହିତ ମାଆଙ୍କର ବି ସନ୍ତାନ ଉପରେ ପ୍ରଥମ ହକ, ସୁପ୍ରିମକୋର୍ଟଙ୍କ ବଡ଼ ରାୟ
Supreme court

Key Points

ଅବିବାହିତ ମାଆଙ୍କର ବି ସନ୍ତାନ ଉପରେ ପ୍ରଥମ ହକ
ଶିଶୁର ହିତ ଓ କଲ୍ୟାଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ
ସୁପ୍ରିମକୋର୍ଟଙ୍କ ବଡ଼ ରାୟ
ନୂଆଦିଲ୍ଲୀ: ଶିଶୁର ହେପାଜତ ମାମଲାରେ ଅବିବାହିତା ମାଆଙ୍କ ଅଧିକାରକୁ ନେଇ ଏକ ବଡ଼ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ବିବାହ ନହୋଇଥିଲେ ମଧ୍ୟ ମାଆଙ୍କୁ ତାଙ୍କ ନାବାଳକ ସନ୍ତାନର ଯତ୍ନ ନେବା କ୍ଷେତ୍ରରେ ପ୍ରାଥମିକତା ମିଳିପାରିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଶିଶୁର ହିତ ଓ କଲ୍ୟାଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ଏହା ପିତାମାତାଙ୍କ ଅଧିକାରଠାରୁ ମଧ୍ୟ ଊର୍ଦ୍ଧ୍ୱରେ ବୋଲି ଖଣ୍ଡପୀଠ କହିଛନ୍ତି।

ବିଚାରପତି ଏନ୍. କୋଟିଶ୍ୱର ସିଂହ ଓ ଏନ୍.ଭି. ଅଞ୍ଜାରିଆଙ୍କ ଖଣ୍ଡପୀଠ ଏକ ଚାରି ବର୍ଷର ଶିଶୁର ମଧ୍ୟବର୍ତ୍ତୀକାଳୀନ ହେପାଜତ ମାଆଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶିଶୁର ମାଆ ଜର୍ମାନୀର ନାଗରିକ ହୋଇଥିବା ବେଳେ ସେ ସିଙ୍ଗାପୁରରେ ରହୁଛନ୍ତି। ଅନ୍ୟପଟେ ତାଙ୍କ ପିତା ଜଣେ ଓକିଲ।

କୋର୍ଟଙ୍କ କହିବା ଅନୁଯାୟୀ, ଉଭୟ ପିତାମାତା ଶିଶୁର ଯତ୍ନ ନେବାକୁ ସକ୍ଷମ। କିନ୍ତୁ ମାଆଙ୍କ ଯୋଜନା ଶିଶୁର ଭବିଷ୍ୟତ ପାଇଁ ଅଧିକ ଉପଯୋଗୀ ମନେ ହେଉଛି। ସେ ସିଙ୍ଗାପୁରରେ ଶିଶୁର ପାଠପଢ଼ା ପାଇଁ ସ୍କୁଲ ବ୍ୟବସ୍ଥା କରିଥିବା ସହ ତାଙ୍କ ଯତ୍ନ ପାଇଁ ଅଧିକ ସମୟ ଦେଇପାରିବେ। ଅନ୍ୟପଟେ ପିତା ଏକ ବଡ଼ ଆଇନଜୀବୀ ସଂସ୍ଥା ଚଳାଉଛନ୍ତି। ତାଙ୍କ ଅଧୀନରେ ପ୍ରାୟ ୫୩ ଜଣ ସହଯୋଗୀ କାମ କରୁଛନ୍ତି। ବ୍ୟସ୍ତ କାର୍ଯ୍ୟସୂଚୀ ଯୋଗୁଁ ଶିଶୁର ଦୈନନ୍ଦିନ ଯତ୍ନ ପାଇଁ ତାଙ୍କୁ ଅନ୍ୟ ପରିବାର ସଦସ୍ୟ ଓ ନାନୀଙ୍କ ଉପରେ ନିର୍ଭର କରିବାକୁ ପଡ଼ିପାରେ ବୋଲି କୋର୍ଟ ମତ ଦେଇଛନ୍ତି।

ପଢନ୍ତୁ ଏହି ଖବର: ଘୁଞ୍ଚିଲା ବୋର୍ଡ ପରୀକ୍ଷା, ଆସନ୍ତୁ ଜାଣିବା କାହିଁକି ଘୁଞ୍ଚିଲା ବୋର୍ଡ ପରୀକ୍ଷା

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହି ମାମଲାରେ NIMHANSର ରିପୋର୍ଟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇଥିଲା। ରିପୋର୍ଟ ଅନୁଯାୟୀ, ଶିଶୁଟି ପ୍ରାୟ ଚାରି ମାସ ଧରି ନିୟମିତ ସ୍କୁଲ ଶିକ୍ଷାରୁ ଦୂରେଇ ରହିଥିଲା। ତେଣୁ ଯଥାଶୀଘ୍ର ତାକୁ ସ୍କୁଲକୁ ଫେରାଇବା ଆବଶ୍ୟକ ବୋଲି ସୁପାରିଶ କରାଯାଇଥିଲା। ପିଲାକୁ ସିଙ୍ଗାପୁର ନେବା ପୂର୍ବରୁ ମାଆଙ୍କୁ ସେଠାକାର ସକ୍ଷମ କୋର୍ଟରୁ ତିନି ସପ୍ତାହ ମଧ୍ୟରେ ଏକ 'ମିରର ଅର୍ଡର' ଆଣିବାକୁ ପଡ଼ିବ। ଏଥିସହ ସୁପ୍ରିମକୋର୍ଟରେ ୧ କୋଟି ଟଙ୍କା ଜମା କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।

ସେହିପରି ପିତା ପ୍ରତିଦିନ ଅତିକମରେ ୨୦ ମିନିଟ୍ ଭିଡିଓ କଲ୍‌ରେ ପୁଅ ସହ କଥା ହୋଇପାରିବେ। ସିଙ୍ଗାପୁରରେ ଶିଶୁକୁ ଭେଟିବାର ଅଧିକାର ମଧ୍ୟ ତାଙ୍କର ରହିବ। ଶିଶୁ ଭାରତ ଆସିଲେ ପିତାଙ୍କ ପାଖରେ ରହିପାରିବ। ତେବେ ଏହା କେବଳ ମଧ୍ୟବର୍ତ୍ତୀକାଳୀନ ହେପାଜତ ନିଷ୍ପତ୍ତି। ଶିଶୁର ସ୍ଥାୟୀ ହେପାଜତ ନେଇ ଦିଲ୍ଲୀର ପରିବାର ଅଦାଲତ ଆଇନ ଅନୁଯାୟୀ ନିଷ୍ପତ୍ତି ନେବେ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି।