Videos
|
National

ଲୋକସଭା ନିର୍ବାଚନ ଲଢ଼ିପାରିବିନି ସୁଶୀଲ ମୋଦୀ

Ritu Das
Browse all articles by Ritu Das
·2 years ago·1 min read
ଲୋକସଭା ନିର୍ବାଚନ ଲଢ଼ିପାରିବିନି ସୁଶୀଲ ମୋଦୀ

ଅର୍ଗସ ବ୍ୟୁରୋ: ୬ମାସ ହେଲାଣି କର୍କଟ ସହ ଲଢ଼ୁଛି। ଲୋକସଭା ନିର୍ବାଚନ ଲଢ଼ିପାରିବି ନାହିଁ। ଆଜି ଏଭଳି ଖୁଲାସା କରିଛନ୍ତି ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ । ଏକ୍ସରେ ପୋଷ୍ଟ କରି ସେ ନିଜ ରୋଗ ବିଷୟରେ ଜଣାଇଛନ୍ତି।

ସେ କରିଥିବା ପୋଷ୍ଟରେ ଲେଖାଯାଇଛି ଯେ, “ମୁଁ ୬ମାସ ହେଲାଣି କର୍କଟ ସହ ଲଢ଼ୁଛି। ତେଣୁ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିପାରିବି ନାହିଁ। ବର୍ତ୍ତମାନ ମୁଁ ଅନୁଭବ କଲି ଯେ ଲୋକମାନଙ୍କୁ ମୋ କର୍କଟ ରୋଗ ବିଷୟରେ କହିବାକୁ ସମୟ ଆସିଛି। ମୋର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦିଆଯାଇସାରିଛି। ମୁଁ ଦେଶ, ବିହାର ଏବଂ ଭାରତୀୟ ଜନତା ପାର୍ଟି ପାଇଁ ସର୍ବଦା କୃତଜ୍ଞ ଏବଂ ଉତ୍ସର୍ଗୀକୃତ। ”

ଏହାପୂର୍ବରୁ ଫେବୃଆରିରେ ଯେତେବେଳେ ବିଜେପି ବିହାରରୁ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା, ସେତେବେଳେ ତାଲିକାରେ ସୁଶୀଲ ମୋଦୀଙ୍କ ନାମ ନଥିବା ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ। କାରଣ ଜାଣିବା ପାଇଁ ଅନେକ ଚର୍ଚ୍ଚା ଚାଲିଥିବା ବେଳେ ଏବେ ସୁଶୀଲ ନିଜ ତରଫରୁ କାରଣ ସ୍ପଷ୍ଟ କରିଛନ୍ତି।

ଅଧିକ ପଢ଼ନ୍ତୁ ରାଜନୀତି ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sushil Modi | Argus News